ଚେନାବ ରେଲୱେ ବ୍ରିଜ୍‌ର ନିଖୁଣ ବିନ୍ଧାଣି, ଆନ୍ଧ୍ରପ୍ରଦେଶର ଲଳନା ଡକ୍ଟର ଜି. ମାଧବୀ ଲତା ଆଜି ସାରା ବିଶ୍ବରେ ଚହଳ ପକାଇ ଦେଇଛନ୍ତି। ପେସାରେ ସେ ଜଣେ ସିଭିଲ୍‌ ଇଂଜିନିୟର୍‌ ପ୍ରାଧ୍ୟାପକ ଯିଏ ଆଇଆଇଏସ୍‌ସି ବାଙ୍ଗାଲୋରରେ ଅଧୁନା କାର୍ଯ୍ୟରତ। ଦୀର୍ଘ ୧୭ ବର୍ଷର ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ତାହା ଆଜି ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ୍‌ର ମାନ୍ୟତା ପାଇଛି। ମାଧବୀ ପ୍ରଥମେ ‘ଏଏଫ୍‌ସିଓଏନ୍’ କଂପାନି ଦ୍ବାରା ଚୁକ୍ତିବଦ୍ଧ ହୋଇଥିଲେ ଏହି ବ୍ରିଜ୍‌ର ନିର୍ମାଣ ପାଇଁ। ଦୀର୍ଘ ୧୭ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଜାମ୍ମୁଠାରୁ ଶ୍ରୀନଗର ପର୍ଯ୍ୟନ୍ତ ରେଳଧାରଣା ବିଛା ଯାଇଚି। ଏହା ଉପରେ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗତ ଜୁନ୍‌ ୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇ ଯାଇଅଛି।

Advertisment

ଏହି ବ୍ରିଜ୍‌ର ଉଚ୍ଚତା ୩୫ ମିଟରରୁ ଅଧିକ। ୨୦୦୫ ମସିହାରେ ମାଧବୀ ତାଙ୍କର ପ୍ରଥମ ସର୍ଭେ କାର୍ଯ୍ୟ ସ୍ବରୂପ ଚେନବ ନଦୀର କ୍ଷିପ୍ର, ପିଛିଳ, ରୁକ୍ଷ, ପ୍ରସ୍ତରମୟ ନଦୀ ଜଳରେ ଏକ ହୁଲି ଡଙ୍ଗାରେ ପରିଭ୍ରମଣ କରି ତଥା ଏହାର ତୀଖ ପାର୍ବତ୍ୟାଞ୍ଚଳରେ ଥିବା ଗଡ଼ାଣିଆ ଅଞ୍ଚଳକୁ ଖାଲି ପାଦରେ ଚାଲି ଚାଲି ପରିଦର୍ଶନ କରିଥିଲେ। ଏହି ବ୍ରିଜ୍‌ର ନିର୍ମାଣ ୨୦୨୨ ମସିହାରୁ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ୩ ବର୍ଷ କଲ୍‌ ଟ୍ରାଏଲ୍‌ ରନ୍‌ ଦ୍ବାରା ଗମନାଗମନକୁ ଅଧିକ ସୁଗମ କରିବା ପାଇଁ ପରୀକ୍ଷଣ ଚାଲିଥିଲା। ଏହି ବ୍ରିଜ୍‌ ନିର୍ମାଣରେ ୨୮୬୬୦ ଟନ୍‌ର ଷ୍ଟିଲ୍‌ ଲାଗିଛି, ଯାହା ୪ ଗୋଟି ଏଫିଲ୍‌ ଟାୱାର୍‌ର ଓଜନ ସହ ସମାନ। ସେହିପରି ୬୬୦୦୦ ଟନ୍ କଂକ୍ରିଟ୍‌ରେ ୨୬ କି.ମି. ରାସ୍ତାର ନିର୍ମାଣ ହେଇଥିଲା। ଏହି ନିର୍ମାଣରେ ହଜାର ହଜାର ପୁରୁଷ ଓ ମହିଳା ସିଭିଲ୍‌ ଇଞ୍ଜିନିୟର୍‌ କାର୍ଯ୍ୟରତ ଥିଲେ। ଏ ସମସ୍ତଙ୍କ ପଛରେ ଥିଲେ ମାଧବୀ ଲାଠା, ଯାହାଙ୍କର କଳ୍ପନାକୁ ଏହି କର୍ମଚାରୀମାନେ ରୂପରେଖ ଦେଇଥିଲେ। ଏହି ବ୍ରିଜ୍‌ର ନିର୍ମାଣ ଏତେ ଦୃଢ଼ ତଥା ଏହାର ବୈଷୟିକ ଜ୍ଞାନକୌଶଳ ଏତେ ଚମତ୍କାର ଥିଲା ଯେ, ଦୂରରୁ ଏକ ଧନୁତୀରର ଭ୍ରମ ସୃଷ୍ଟି କରୁଛି। ନଦୀ ପତ୍ତନଠାରୁ ଏହାର ଉଚ୍ଚତା ୩୫୯ ମିଟର। ରାସ୍ତାର ଲମ୍ବ ୧୩୧୫ କି.ମି.। ଏହି ଅପୂର୍ବ ଜ୍ଞାନକୌଶଳରେ ନିର୍ମିତ ରେଲୱେ ବ୍ରିଜ୍‌ ଅଧୁନା ସାରାବିଶ୍ବର ସର୍ବୋଚ୍ଚ ରେଲୱେ ଟ୍ରାକ୍‌ ଭାବେ ସଗର୍ବରେ ବିଶ୍ୱରେ ପ୍ରତିଷ୍ଠିତ ହୋଇପାରିଛି। ଏକ ନାରୀର ଦକ୍ଷତା କେତେ ପ୍ରଭାବଶାଳୀ ହୋଇପାରେ ତାହା ଏହି ସ୍ମାରକୀ ବହନ କରୁଛି। 
ଉପସ୍ଥାପନା- ଯୁଗପ୍ରଭା ସାବତ୍‌