ବିଶ୍ୱରେ ସବୁଠୁ ବଡ଼ ଗାଲ ଥିବା ମଡେଲ

କେଉଁ ମଡେଲ୍‌ ପତଳା ଅଣ୍ଟାକୁ ନେଇ ପ୍ରସିଦ୍ଧ ତ ଆଉ କିଏ ନିଜ କେଶ, ନଖକୁ ନେଇ ପ୍ରସିଦ୍ଧ। ସେମିତି ଜଣେ ମଡେଲ୍‌ ତାଙ୍କ ଗାଲକୁ ନେଇ ଖୁବ୍‌ ଚର୍ଚ୍ଚାରେ। ଏହି ଚର୍ଚ୍ଚିତ ମଡେଲ୍‌ଙ୍କ ନାଁ ଆନା‌େସ୍ତସିଆ ପୋକ୍ରେଶ୍‌ଚୁକ। ସେ ତାଙ୍କ ପୂର୍ବର ଓ ବର୍ତ୍ତମାନର କିଛି ଫଟୋ ସେୟାର୍‌ କରିଛନ୍ତି। ୟୁକ୍ରେନର ଏହି ମଡେଲ୍‌ଙ୍କ କହିବା କଥା ତାଙ୍କ ଗାଲ ଦୁନିଆର ସବୁଠୁ ବଡ଼। ସେ ତାଙ୍କର ଗାଲକୁ ଏପରି କରିବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରି କରିଛନ୍ତି। ଫଳରେ ଏକ ନୂଆ ଲୁକ୍‌ ପାଇଛନ୍ତି। ସେ କହନ୍ତି, ୩ବର୍ଷ ମଧ୍ୟରେ ତାଙ୍କ ଚେହେରାରେ ଅନେକ ପରିବର୍ତ୍ତନ ହୋଇଛି। ମଡେଲ୍‌ ଜଣକ ତାଙ୍କର ୩୦ ବର୍ଷ ବୟସର କିଛି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ସେତେବେଳେ ତାଙ୍କ ଚେହେରା ଅତି ସାଧାରଣ ଥିଲା। ତାଙ୍କର ଧୂସର ରଙ୍ଗର କେଶ ଥିଲା। ମେକ୍‌ଅପ୍‌ ବି ଖୁବ୍‌ କମ୍‌ ଲଗାଇଥିଲେ। ପରେ ଗାଲକୁ ବଡ଼ କରିବା ପାଇଁ କସ୍‌ମେଟିକ୍‌ ସର୍ଜରିର ସାହାରା ନେଇଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର