ନୂଆଦିଲ୍ଲୀ: ପୃଥିବୀର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସୃଷ୍ଟି ପ୍ରସଙ୍ଗ ଏପର୍ଯ୍ୟନ୍ତ ରହସ୍ୟମୟ ହୋଇଥିଲେ ବି କେତେକ ଗବେଷକ କହୁଛନ୍ତି, ଶହ ଶହ ବର୍ଷ ନ‌ୁହେଁ ମାତ୍ର ଘଡ଼ିକ ଭିତରେ ଚନ୍ଦ୍ର ସୃଷ୍ଟି ହୋଇଛି।

Advertisment

ଡର୍‌ହାମ୍‌ ବିଶ୍ବବିଦ୍ୟାଳୟର ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କମ୍ପ୍ୟୁଟେସ୍‌ନାଲ୍‌ କସ୍ମୋଲୋଜି’ର ଗବେଷକମାନେ କହିଛନ୍ତି ଯେ, ପୃଥିବୀ ଉପରେ ମଙ୍ଗଳ ଗ୍ରହ ଆକାର ମହାଜାଗତିକ ବସ୍ତୁ ‘ଥେୟା’ର  ପ୍ରଚଣ୍ଡ ଧକ୍କା ହେବାକ୍ଷଣି ପୃଥିବୀ ଓ ଥେୟାରୁ ନିର୍ଗତ ପଦାର୍ଥରେ ଚନ୍ଦ୍ର ସୃଷ୍ଟି ହୋଇ ଘଣ୍ଟାକ ଭିତରେ ସିଧାସଳଖ ତା’ର କକ୍ଷପଥକୁ ଚାଲିଯାଇଥିଲା।

publive-image Image courtesy of India Today

ଚନ୍ଦ୍ରର ସୃଷ୍ଟି ଉପରେ ଅଧ୍ୟୟନ କରିବା ଲାଗି ଗବେଷକମାନେ ୪.୫ ବିଲିୟନ୍‌ ବର୍ଷ ତଳର ‘ସୁପର୍‌କମ୍ପ୍ୟୁଟର୍‌ ସିମଲ୍‌ଟେସନ୍‌’ ସୃଷ୍ଟି କରିଥିଲେ। ସେମାନଙ୍କର ଗବେଷଣାରୁ ପ୍ରାପ୍ତ ସାରାଂଶ ‘ଦି ଆଷ୍ଟ୍ରୋଫିଜିକାଲ୍‌ ଜର୍ଣ୍ଣାଲ୍‌ ଲେଟର୍ସ’ରେ ପ୍ରକାଶ ପାଇଛି।

publive-image Image Grabbed from Video

ପୃଥିବୀ ଓ ଚନ୍ଦ୍ରର ଉପାଦନରେ ସାଦୃଶ୍ୟ ପରିଲକ୍ଷିତ ହେଉଥିବାରୁ ଚନ୍ଦ୍ରର ସୃଷ୍ଟି ଗବେଷକମାନଙ୍କ ପାଇଁ ବଡ଼ ପ୍ରହେଳିକାମୟ ‌ମନେହେଉଥିଲା। ସେମାନେ ଅନୁମାନ କରୁଥିଲେ ଯେ, ପୃଥିବୀ ସୃଷ୍ଟି ହେବା ସମୟରେ କେଉଁଠୁ ପ୍ରଚଣ୍ଡ ଧକ୍କା ଖାଇଥିବା ଯୋଗୁଁ ତାହାର ଗୋଟାଏ ଅଂଶ ଛିଟିକି ଯାଇ ଚନ୍ଦ୍ର ସୃଷ୍ଟି ହୋଇଥାଇ ପାରେ। ତେଣୁ, ଚନ୍ଦ୍ର ଓ ପୃଥିବୀର ଶିଳାର ‘ଆଇସୋଟପିକ୍‌ କମ୍ପୋଜିସନ୍‌’ ଏକା ସମୟର।

ଆମ ପୃଥିବୀ କିଭଳି ଆଜିର ଜୀବ-ବାସପୋଯୋଗୀ ପୃଥିବୀ ହେଲା ଉପରୋକ୍ତ ନୂଆ ଅଧ୍ୟୟନରୁ ଅନୁଧ୍ୟାନ କରାଯାଇ ପାରେ ବୋଲି ‘ନାସା’ କହିଛି।