ବିଶ୍ବ ସ୍ତରରେ ‘ପିଲ୍‌କବଲ୍‌’ ନାମକ କ୍ରୀଡ଼ା ମହିଳା କ୍ରୀଡ଼ାବିତ୍‌ଙ୍କ ଲାଗି ଏକ ଅତ୍ୟନ୍ତ ଲୋଭନୀୟ ଖେଳ ଭାବେ ଉଭା ହୋଇଛି। ବିଗତ ପାଞ୍ଚ ବର୍ଷରେ ଏହାର ଲୋକପ୍ରିୟତା ବହୁଗୁଣିତ ହୋଇଥିବାରୁ କ୍ରୀଡ଼ାବିତ୍‌ମାନଙ୍କୁ ଏହାର ଆର୍ଥିକ ପୁରସ୍କାର ମିଳୁଛି। ଏ ବର୍ଷ ଜଣେ ପେସାଦାର ମହିଳା ପିକ୍‌ଲବଲ୍‌ କ୍ରୀଡ଼ାବିତ୍‌ ହାରାହାରି ୨ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି। ଏହି ଖେଳର ଲୋକପ୍ରିୟତା ବୃଦ୍ଧିର ମୁଖ୍ୟ କାରଣ ହେଲା ଏଥିରେ ଉଭୟ ପୁରୁଷ ଓ ମହିଳାମାନେ ମିଳିତ ଭାବେ ଗୋଟିଏ କୋର୍ଟରେ ଖେଳିଥାନ୍ତି ଏବଂ ମହିଳାଙ୍କୁ ପୁରୁଷଙ୍କ ସହ ପ୍ରତିଯୋଗିତା କରିବାର ସମାନ ସୁଯୋଗ ମିଳିଥାଏ। ଆନୁଷ୍ଠାନିକ ତଥ୍ୟ ଅନୁସାରେ ମହିଳା ପିକ୍‌ଲବଲ୍‌ ଖେଳାଳିମାନ ପୁରୁଷଙ୍କୁ ଅତିକ୍ରମ କରିବାକୁ ଲାଗିଛନ୍ତି। ମିଶ୍ରିତ ଯୁଗ୍ମ ଖେଳରେ ମହିଳା ଖେଳାଳିଙ୍କୁ ଦୁର୍ବଳ ମନେ କରାଯାଉଥିବାରୁ ସେମାନଙ୍କ ଆଡ଼କୁ ପ୍ରତିପକ୍ଷ ଖେଳାଳିମାନେ ଅଧିକ ବଲ୍‌ ମାରିଥାନ୍ତି। ହେଲେ ଏହି ଖେଳକୁ ନେଇ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ପିକ୍‌ଲବଲ୍‌ କୋର୍ଟରେ ଉକ୍ତ ରଣକୌଶଳ ଭୁଲ୍ ପ୍ରମାଣିତ ହେଉଛି, କାରଣ ମହିଳା କ୍ରୀଡ଼ାବିତ୍‌ମାନେ ଅସାଧାରଣ ଦକ୍ଷତା ଓ ନମନୀୟତା ଦେଖାଉଛନ୍ତି। ଏହା କ୍ରୀଡ଼ାକ୍ଷେତ୍ରରେ ପାରମ୍ପରିକ ଲିଙ୍ଗଭେଦକୁ ଆହ୍ବାନ କରୁଛି। ଏହି କ୍ରୀଡ଼ାର ଲୋକପ୍ରିୟତା ସାଙ୍ଗକୁ ଏଥିରେ ନିବେଶ ମଧ୍ୟ ବଢ଼ିଚାଲିଛି। େତଣୁ ମହିଳାଙ୍କ ଲାଗି ଏହି କ୍ରୀଡ଼ା ଆଗକୁ ସଫଳତାର ଅପ୍ରତ୍ୟାଶିତ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ବୋଲି କୁହାଯାଇପାରେ।