ହାଇପର୍‌ସୋନିକ୍‌ ଜେଟ୍ ହେଉ କି ପରବର୍ତ୍ତୀ ପିଢ଼ିର ନ୍ୟୁକ୍ଲିୟର୍ ରିଆକ୍ଟର୍, କିମ୍ବା ସୂର୍ଯ୍ୟ ଅପେକ୍ଷା ଅଧିକ ଉତ୍ତପ୍ତ ଫ୍ୟୁଜନ୍ ପାୱାର୍ ପ୍ଲାଣ୍ଟ୍, ଭବିଷ୍ୟତରେ ଏଭଳି କୌଣସି ନିର୍ମାଣ ପାଇଁ ସକ୍ଷମ ଥିବା ଧାତୁ ଖୋଜା ଯାଉଛି। କାରଣ ଚରମ ପରିବେଶରେ ସକ୍ରିୟ ରହିପାରୁଥିବା ଏପରି ସାମଗ୍ରୀ ଆବଶ୍ୟକ, ଯାହା କଳ୍ପନାତୀତ ଚାପ କିମ୍ବା ତା’ପରେ ମଧ୍ୟ ନଷ୍ଟ ହେଉ ନଥିବ। ତେବେ ସମ୍ପ୍ରତି ଏକ ଆମେରିକୀୟ ଗବେଷକ ଦଳ ସଫଳତାର ସହିତ ଏକ ଅତ୍ୟଧିକ କଠିନ ମିଶ୍ରଧାତୁ ବିକଶିତ କରିଛନ୍ତି। ଏହି ଧାତୁ ୧,୪୦୦ ଡିଗ୍ରି ଫାରେନ୍‌ହାଇଟ୍‌ (୮୦୦ ଡିଗ୍ରି ସେଲ୍‌ସିଅସ୍‌) ତାପମାତ୍ରା ପର୍ଯ୍ୟନ୍ତ ସହନଶୀଳ ହୋଇପାରିବ ବୋଲି ଦାବି କରାଯାଇଛି।

Advertisment

ତମ୍ବା-ଆଧାରିତ ଏହି ନୂତନ ମିଶ୍ରଣ କେବଳ ଅତ୍ୟୁଚ୍ଚ ତାପମାତ୍ରା ପ୍ରତିରୋଧୀ ନୁହେଁ, ଏହା ୧,୧୨୦ ମେଗାପାସ୍କାଲ୍ ଚାପକୁ ମଧ୍ୟ ସହିଯିବାକୁ ସକ୍ଷମ। ଏବେ ଏହାକୁ ପୃଥିବୀର ସବୁଠୁ ଶକ୍ତିଶାଳୀ ସାମଗ୍ରୀର ମାନ୍ୟତା ଦିଆଯାଇଛି। ସାଧାରଣ କାର୍ବନ ଇସ୍ପାତ ପ୍ରାୟ ୭୦୦ ମେଗାପାସ୍କାଲ୍ ଚାପ ସହିପାରୁଥିବା ବେଳେ ଏହି ନୂତନ ମିଶ୍ରଧାତୁ କେତେ ଶକ୍ତ ଏଥିରୁ ସହଜରେ ଅନୁମେୟ।  ତମ୍ବା ଆଧାରିତ ମିଶ୍ରଧାତୁଗୁଡ଼ିକ ସାଧାରଣତଃ ଦୃଢ଼ତା ଅପେକ୍ଷା ବିଦ୍ୟୁତ୍ ପରିବାହିତା ପାଇଁ ଅଧିକ ଜଣାଶୁଣା। ଗବେଷକଙ୍କ ଅନୁଯାୟୀ,ଏହି ନୂତନ ମିଶ୍ରଧାତୁ ଶକ୍ତି ଉତ୍ପାଦନ କ୍ଷେତ୍ର ପାଇଁ ଆବଶ୍ୟକ ଜେନେରେଟର୍ ନିର୍ମାଣ ପାଇଁ ଏକ ପ୍ରମୁଖ ସାମଗ୍ରୀ ହୋଇପାରିବ। ଗବେଷକମାନେ ନାନୋ-ଇଞ୍ଜିନିୟରିଂର ପ୍ରୟୋଗ ବଳରେ ଏତେ ଦୃଢ଼ ଏବଂ ଅତ୍ୟଧିକ-କଠିନ ମିଶ୍ରଧାତୁ ପ୍ରସ୍ତୁତ କରିପାରିଛନ୍ତି।