ଗତ ଶତାବ୍ଦୀର ଷଷ୍ଠ ଦଶକରେ ଜିମ୍ ଜୋନ୍ସ ପ୍ରତିଷ୍ଠା କରିଥିଲେ, ବ୍ୟକ୍ତି-କୈନ୍ଦ୍ରିକ ଧାର୍ମିକ ଗୋଷ୍ଠୀ- ‘ଦ ପିଉପଲ୍ସ ଟେଂପଲ୍’। କାଲିଫର୍ନିଆର ସାନ୍ ଫ୍ରାନସିସ୍କୋରେ ସ୍ବ-ପ୍ରତିଷ୍ଠିତ ଧର୍ମର ପ୍ରଥମ ମୁଖ୍ୟ କାର୍ଯ୍ୟାଳୟ ସେ ଆରମ୍ଭ କରିଥିଲେ। ତେବେ, ସ୍ଥାନୀୟ ବାସିନ୍ଦାଙ୍କ ସହ ବିବାଦ ଯୋଗୁଁ ତାହାକୁ ଦକ୍ଷିଣ ଆମେରିକା ଅନ୍ତର୍ଗତ ଗାଏନାର ଜୋନ୍ସଟାଉନ୍କୁ ଉଠାଇନେଇଥିଲେ। ଧର୍ମ ନାମରେ ଜିମ୍ଙ୍କ ସମେତ ତାଙ୍କ ଅନୁଗାମୀମାନେ ହତ୍ୟା ଓ ଧର୍ଷଣ ଭଳି ଅପରାଧମାନ ଘଟାଉଥିଲେ।
ଆମେରିକାର ଜଣେ ନିର୍ବାଚିତ ଲୋକ-ପ୍ରତିନିଧି ଏବ˚ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିବା ପରେ ଫେଡେରାଲ୍ ଗୁଇନ୍ଦା ସ˚ସ୍ଥା ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କଲା। ଜିମ୍ ନିଜର ସମସ୍ତ ସମର୍ଥକଙ୍କ ସହ ତତ୍କାଳୀନ ସୋଭିଏତ୍ ରୁଷିଆକୁ ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ, ପଳାୟନରେ ବିଫଳ ହେବାରୁ ତାଙ୍କ ଧାର୍ମିକ ଗୋଷ୍ଠୀ ପୁଲିସ୍ ଭୟରେ ଖଣ୍ତ-ବିଖଣ୍ତ ହୋଇଗଲା। ନିରୁପାୟ ଜିମ୍ ନିଜର ଅନୁଗାମୀଙ୍କ ସହ ଗଣ-ଆତ୍ମହତ୍ୟାର ବ୍ୟବସ୍ଥା କରିଥିଲେ। ୧୯୭୮ରେ ଜିମ୍ ଏବ˚ ତାଙ୍କର ୯୦୯ ଜଣ ଚେଲା ବିଷପାନ କରି ଏକତ୍ର ଆତ୍ମହତ୍ୟା କରିଥିଲେ। ସେମାନଙ୍କ ଭିତରେ ଥିଲେ ୨୭୬ ଜଣ ଶିଶୁ। ବନ୍ଧୁକ ମୁନରେ ଭୟଭୀତ କରାଇ ସେହି ଭୟଙ୍କର ଅପରାଧକୁ କାର୍ଯ୍ୟକାରୀ କରିଥିଲେ ଜନ୍। ଏହାକୁ ବିଶ୍ବର ସବୁଠାରୁ ଜଘନ୍ୟ ଗଣ-ଆତ୍ମହତ୍ୟା କହାଯାଏ।