ପ୍ରକାଶ ପାଇଲା ଦେଶର ୫୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା, ୪୭ ତମ ସ୍ଥାନରେ ଅଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ

ମୁମ୍ବାଇ: ପ୍ରକାଶ ପାଇଛି ଦେଶର ଶୀର୍ଷ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା। ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ତାଲିକାରେ ସ୍ଥାନ ପାଇଥିବା ୫୦ ଜଣଙ୍କ ମଧ୍ୟରୁ ୧୬ ଜଣ ୨୦୦୩ ମସିହାରୁ ନେଇ ପ୍ରତିବର୍ଷ ଏହି ତାଲିକାରେ ସ୍ଥାନ ପାଇ ଆସୁଛନ୍ତି। ତେବେ, ଏହି ତାଲିକାରେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ ବି ସ୍ଥାନ ପାଇଛନ୍ତି। ସେ ଭାରତର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାର ୪୭ ତମ ସ୍ଥାନରେ ରହିଛନ୍ତି।

ବିଶ୍ୱ ଧନୀ ତାଲିକାରେ ୧୩ ନମ୍ବର ସ୍ଥାନରେ ଥିବା ମୁକେଶ ଅମ୍ବାନୀ ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗୋଟାଏ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୨୫ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ରହିଛି।

BBC.com

ଅମ୍ବାନୀଙ୍କ ପରେ ଦ୍ୱିତୀୟ ସ୍ଥାନ ଅକ୍‌ତିଆର କରିଛନ୍ତି କୁମାର ମଙ୍ଗଲମ୍‌ ବିର୍ଲା। ତୃତୀୟରେ ଗୌତମ ଆଦାନୀ, ଚତୁର୍ଥରେ ଉଦୟ କୋଟାକ, ପଞ୍ଚମ ସ୍ଥାନରେ ଆନନ୍ଦ ମହିନ୍ଦ୍ରା ଓ ଷଷ୍ଠ ସ୍ଥାନରେ ରହିଛନ୍ତି ରତନ ଟାଟା। ସେହିପରି ସପ୍ତମ ସ୍ଥାନରେ ବିରାଟ କୋହଲି, ଅଷ୍ଟମ ସ୍ଥାନରେ ଏନ୍‌ ଚନ୍ଦ୍ରଶେଖରନ୍‌, ନବମରେ ଅମିତାଭ ବଚ୍ଚନ ଓ ଦଶମରେ ଅଛନ୍ତି ଶିବ ନାଦର।

ଏମାନଙ୍କ ବ୍ୟତୀତ ଏହି ତାଲିକାରେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଭିତରୁ ଶ୍ରୀ ଶ୍ରୀ ରବିଶଙ୍କର, ଅକ୍ଷୟ କୁମାର, ନିତା ଅମ୍ବାନୀ, ବାବା ରାମଦେବ, ରଣବୀର ସିଂହ, ଶଶୀ ଥରୁର୍‌, ସଲମାନ ଖାନ, ରଜନୀକାନ୍ତ, ଦୀପିକା ପାଦୁକୋନ, ପ୍ରାସୁନ ଜୋଶୀ, ଦୂତୀ ଚାନ୍ଦ ଏକ୍‌ତା କପୁର ଆଦି ସ୍ଥାନ ପାଇଛନ୍ତି।

ସେହିପରି ଦେଶର ଶକ୍ତିଶାଳୀ ରାଜନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶକ୍ତିଶାଳୀ ଆଇଏଏସ୍‌ଙ୍କ ମଧ୍ୟରେ ଅଛନ୍ତି ନ୍ରିପେନ୍ଦ୍ର ମିଶ୍ର। ଅନ୍ତର୍ଜାତୀୟ କ୍ଷ୍ୟାତିସଂପନ୍ନ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ସୁନ୍ଦର ପିଚାଇ।

ସମ୍ବନ୍ଧିତ ଖବର