ନୂଆଦିଲ୍ଲୀ: ପଶୁ ଓ ମଣିଷ ଭିତରେ ନିବିଡ଼ ସମ୍ପର୍କ ଥିବାର ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ କି ମଣିଷ ହୋଇ ବି ମଣିଷକୁ ନିର୍ଯାତନା ଦେବାକୁ ପଛାନ୍ତି ନାହିଁ।

Advertisment

ଏଭଳି କ୍ଷେତ୍ରରେ ଦେଖିବାକୁ ଗଲେ ଏମିତି ବି ମଣିଷ ଅଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କ ଦୁଃଖକୁ ସହ୍ୟ କରି ପାରନ୍ତି ନାହିଁ। ଯେତିକି ହୋଇପାରେ ସେତିକି ସାହାଯ୍ୟ କରିଥାଆନ୍ତି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣା ଟି ହେଉଛି ଏପରି, ଏକ କୁକୁର ତାର ସମସ୍ତ ଛୁଆକୁ ହଜେଇ ଦେଇଥିଲା। ଯେଉଁମାନଙ୍କୁ ସେ କିଛିଦିନ ତଳେ ଜନ୍ମ ଦେଇଥିଲା। ଛୁଆଙ୍କୁ ହଜାଇ ମା’ କୁକୁର ନା କିଛି ଖାଉଥିଲା ନା’ କେଉଁଆଡେ ଯାଉଥିଲା। ଗୋଟିଏ ସ୍ଥାନରେ ଚୁପ ହୋଇବସି ରହିଥିଲା। କୁକୁରକୁ ଏଭଳି ଅବସ୍ଥାରେ ଦେଖି ଜଣେ ମହିଳା ତା’ଆଡକୁ ଧାଇଁ ଆସିଥିଲେ। ଆଉ ଯେମିତି କୁକୁରକୁ ବୁଝାଇ କହିଥିଲେ,‘ ତୁ ବ୍ୟସ୍ତ ହଅନି ମୁଁ ତୋର ସମସ୍ତ ଛୁଆକୁ ଫେରାଇ ଆଣିବ।’

ଆଉ ସତକୁ ସତ ଉକ୍ତ ମହିଳା ଜଣକ ମା’ କୁକୁରର ସମସ୍ତ ଛୁଆକୁ ଖୋଜି ଆଣି ରୁଣ୍ଡ କରି ଦେଇଥିଲେ। ହଜି ଯାଇଥିବା ଛୁଆକୁ ପାଖରେ ପାଇ ମା’ କୁକୁର ବହୁତ ଖୁସି ହୋଇଯାଇଥିଲା। ଆଉ ମନେମନେ ହୁଏ ତ ମହିଳାଙ୍କୁ ଆର୍ଶୀବାଦ ବି ଦେଇଥିବ !

ଏହି ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ବି ଆଣ୍ଡ ଏସ ନାମକ ଟୁଇଟର ବ୍ୟବହାରକାରୀ ଦ୍ବାରା ସେୟାର କରାଯାଇଛି। ଭିଡିଓଟି ପୋଷ୍ଟ ହେବା ପରେ ଅନେକ ଲୋ‌କ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।