ଏକ ବିରଳ ଘଟଣାକ୍ରମରେ ଦଳେ ସମୁଦ୍ର ବୁଡ଼ାଳି ତାଇଵାନ ଉପକୂଳରେ ଏକ ବିଶାଳ ଓରଫିସ ଠାବ କରିଛନ୍ତି। ତେବେ ଆସନ୍ନ ଭୂମିକମ୍ପର ସଂକେତ ରୂପେ ବିବେଚିତ ଏହି ସାମୁଦ୍ରିତ ମାଛ ଦେହରେ ରହିଥିବା ବିରାଟ ରହସ୍ୟମୟ ଗର୍ତ୍ତ ସେମାନଙ୍କୁ ଚକିତ କରିଛି। ତାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ତାଇଵାନ୍ର ରୁଇଫାଙ୍ଗ ଉପକୂଳ ସମୁଦ୍ରରେ ଠାବ ହୋଇଥିବା ଏହି ଓରଫିସ୍ ଦେହର ରହସ୍ୟମୟ ଗର୍ତ୍ତକୁ ମଧ୍ୟ ବୁଡ଼ାଳିମାନେ ଛୁଇଁବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଓରଫିସ୍ଟି ସାଢ଼େ ୬ ଫୁଟ ଲମ୍ବା ହୋଇଥିବା ବେଳେ ସେହି ପ୍ରଜାତିର ମାଛମାନେ ସର୍ବାଧିକ ୩୬ ଫୁଟ ଲମ୍ବ ଯାଏ ବଢୁଥିବାର ନଜିର ରହିଛି।
ବର୍ତ୍ତମାନ ସମୟରେ ଏହି ପ୍ରଜାତି ବଞ୍ଚିରହିଥିବା ବୃହତ୍ତମ ଅସ୍ଥିଧାରୀ ମାଛ ବୋଲି ଗିନିଜ୍ ରେକର୍ଡ କହୁଛି। ତେବେ ସାଧାରଣତଃ ଅଗଭୀର ସମୁଦ୍ରରେ ରହୁଥିବା ଏହି ପ୍ରଜାତି ଉପକୂଳ ଆଡ଼କୁ ଚାଲି ଆସିବା ଘଟଣା ଆଦୌ ଶୁଭ ଲକ୍ଷଣ ନୁହେଁ ବୋଲି ବୁଡ଼ାଳି ଗବେଷକମାନେ କହିଛନ୍ତି। ତାହା ଉକ୍ତ ଜୀବର ଅସୁସ୍ଥତାର ଲକ୍ଷଣ ବୋଲି ସେମାନେ ଆଶଙ୍କା କରୁଛନ୍ତି। ତା’ ଦେହର ଗର୍ତ୍ତ କୌଣସି ସାର୍କ ମାଛର କାମୁଡ଼ା ଦାଗ ବୋଲି ଅନୁମାନ କରାଯାଏ। ତେବେ ଓରଫିସ୍ ଦେଖାଦେବା ଆସନ୍ନ ଭୂମିକମ୍ପର ଲକ୍ଷଣ ବୋଲି ଜାପାନୀ ବିଶ୍ବାସ ରହିଛି। ସାଧାରଣତଃ ସମୁଦ୍ର ଶଯ୍ୟାର ୬୫୬ରୁ ୩,୨୦୦ ଫୁଟ ତଳେ ରହୁଥିବା ଏହି ମାଛ କୌଣସି ଭୂମିକମ୍ପ ଆସିବା ପୂର୍ବରୁ ଉପରକୁ ଉଠି ଆସିଥା’ନ୍ତି ବୋଲି ପ୍ରବାଦ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/49173593-e4b6-48b8-817c-56449e19083d.jpg)