ଉତ୍ତର ଆଣ୍ଟଲାଟିକ ମହାସାଗର ଅନ୍ତର୍ଗତ ଫ୍ଲୋରିଡା ଉପକୂଳରେ ଏକ ନିର୍ଦ୍ଦିଷ୍ଟ ଇଲାକାରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆଜି ଯାଏ ପାଖାପାଖି ୫୦ଟି ଜାହାଜ ଅନ୍ତର୍ଦ୍ଧାନ ହୋଇଥିବା ଘଟଣା ଅଦ୍ୟାବଧି ରହସ୍ୟମୟ ହୋଇ ରହିଆସିଛି। ସଂପୃକ୍ତ ଅଞ୍ଚଳର ଆକାଶମାର୍ଗରୁ ମଧ୍ୟ ୨୦ ସରିକି ଉଡ଼ାଜାହାଜ କୁଆଡ଼େ ନିଖୋଜ ହୋଇଯିବା ଖବର ମଧ୍ୟ ଏହି ଅଞ୍ଚଳକୁ ଆହୁରି ରହସ୍ୟାବୃତ କରି ରଖିଛି। ବର୍ମୁଡା ତ୍ରିଭୁଜ ଭାବେ ପରିଚିତ ଉକ୍ତ ଅଞ୍ଚଳରେ ନିଖୋଜ ହୋଇଯାଇଥିବା ଜାହାଜ ବା ଉଡ଼ାଜାହାଜର ଭଗ୍ନାବଶେଷ ଠାବ ନହେବା ଆହୁରି ରହସ୍ୟମୟ। ଏପରି ଅନ୍ତର୍ଦ୍ଧାନକୁ ବର୍ଣ୍ଣନା କରିବା ଲାଗି ସନ୍ତୋଷଜନକ ବିଜ୍ଞାନସମ୍ମତ କାରଣ ବାହାରିନାହିଁ। ତେବେ କୌଣସି ଅଦୃଷ୍ଟ ଶକ୍ତି ଦ୍ବାରା ଏପରି ଅଲୌକିକତା ଘଟୁଥିବା କେହି କେହି ବିଶ୍ବାସ କରୁଛନ୍ତି। କିଛି ଗବେଷକଙ୍କ ମତ ଅନୁଯାୟୀ, ମହାସାଗର ମଧ୍ୟରେ ବର୍ମୁଡା ତ୍ରିଭୁଜ ଏଭଳି ସ୍ଥାନରେ ଅବସ୍ଥିତ ଯେଉଁଠି ବିଭିନ୍ନ ଦିଗରୁ ଝଡ଼ ଆସି ସମ୍ମିଳିତ ହୋଇଥାଏ। ଫଳରେ ସେଠାରେ ସୃଷ୍ଟ ବିଶାଳ ଭଉଁରିରେ ପୋତ ଟାଣିହୋଇ ଲୀନ ହୋଇଯାଇଥାଏ। ସେହିପରି ସଂପୃକ୍ତ ଆକାଶମାର୍ଗରେ ଉଡ଼ାଜାହାଜଟିଏ ଅଗ୍ରସର ହେଲା ବେଳେ ପୃଥିବୀ ଚୁମ୍ବକର ଆଭାସୀ ନିରପେକ୍ଷ ରେଖା ଠଉରେଇବାରେ ବିମାନ ଚାଳକଙ୍କୁ ଅସୁବିଧା ହୋଇଥାଏ। ଫଳରେ ଦିଗ ନିର୍ଣ୍ଣୟରେ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥାଏ।
ବର୍ମୁଡା ତ୍ରିଭୁଜର ରହସ୍ୟ
/sambad/media/post_attachments/wp-content/uploads/2022/06/barmunda-tri-angle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)