ଛୋଟ ପିଲାଙ୍କୁ ମାଗଣାରେ କାଠ ଖେଳନା ପ୍ରସ୍ତୁତି ଶିଖାଉଛନ୍ତି ଏହି ବୁଢା ମଉସା

ଚିତ୍ରକୂଟ : ଦୁଇଟି ରାଜ୍ୟ ସୀମାରେ ଅବସ୍ଥିତ ଜିଲ୍ଲା ଚିତ୍ରକୋଟ, ପ୍ରୟାଗରାଜ (ଉତ୍ତରପ୍ରଦେଶ) ଠାରୁ ୧୩୦ କିଲୋମିଟର ଏବଂ ସତ୍ୟନା (ମଧ୍ୟପ୍ରଦେଶ) ଠାରୁ ୯୦ କିଲୋମିଟର ଦୂରରେ ଏହା ଅବସ୍ଥିତ। ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଚିତ୍ରକୂଟକୁ ତୀର୍ଥଯାତ୍ରା ପାଇଁ ଆସି ମନ୍ଦାକିନୀ ନଦୀରେ ସ୍ନାନ କରନ୍ତି | ତେବେ ଚିତ୍ରକୂଟର ଅନ୍ୟ ଏକ ଜିନିଷ ଯାହା ଏହି ସହରକୁ ସ୍ୱତନ୍ତ୍ର କରିଥାଏ ତାହା ହେଉଛି – ହାତରେ ନିର୍ମିତ କାଠ ରଙ୍ଗର ଖେଳନା | ମୂଲ୍ୟ ବୃଦ୍ଧି ଏବଂ କାଠ ଖେଳନାର ଚାହିଦା କମ ହେତୁ ୮୦ ପ୍ରତିଶତ କାରିଗର ଏହି ଜୀବିକା ଛାଡିଛନ୍ତି କିନ୍ତୁ ଚିତ୍ରକୋଟରେ ଏମିତି କିଛି କାରିଗର ଅଛନ୍ତି ଯେଉଁମାନେ କାଠ ଖେଳନାକୁ ବଞ୍ଚାଇବାକୁ ଏବେ ବି ପ୍ରୟାସ କରୁଛନ୍ତି | ଗତ ଦଶ ବର୍ଷ ମଧ୍ୟରେ ଚିତ୍ରକୋଟରେ କାଠ ସାମଗ୍ରୀ ତିଆରି ଏବଂ ବିକ୍ରୟ କରୁଥିବା ୨୦୦ ପରିବାରର ସଂଖ୍ୟା ପ୍ରାୟ ୩୦ କୁ ଖସି ଆସିଛି।

ତେବେ ଖେଳନା ନିର୍ମାତା ଭଗବତୀ ସିଂହ କିନ୍ତୁ ଏବେ ଖେଳନା କିଭଳି ପରବର୍ତ୍ତୀ ପିଢ଼ି ପାଖରେ ପହଂଚିପାରିବ ସେ ପ୍ରୟାସରେ ଲାଗିପଡିଛନ୍ତି | ଭଗବତୀ ନିଜେ ଖେଳନା ତିଆରି କରିବା ସହିତ ଆଖପାଖର କୁନି କୁନି ପିଲାଙ୍କୁ ଖେଳନା ନିର୍ମାଣର କଳା ଶିଖାଉଛନ୍ତି | ପିଲାମାନଙ୍କର ଯେତେବେଳେ ଛୁଟି ଥାଏ ଭଗବତୀ ସେବେ କାଠ ଖେଳନା ପ୍ରସ୍ତୁତି ଶିଖାନ୍ତି | କାଠକୁ ନେଇ କିଭଳି କଣ୍ଢେଇ ଆକୃତି ଦେଇହେବ ଓ ଏହାକୁ ରଙ୍ଗରେ ସଜେଇ ହେବ ତାହା ଶିଖାଇଥାନ୍ତି |

ସମ୍ବନ୍ଧିତ ଖବର