ଫ୍ୟାସନ୍ ପତ୍ରିକା ‘ଭଗ୍’ର ଫିଲିପାଇନ୍ସ ସଂସ୍କରଣରେ ଜଣେ ପାରମ୍ପରିକ ଟାଟୁ କଳାକାର (ମାମ୍ବାବାଟୋକ୍)ଙ୍କ ଚିତ୍ର ପ୍ରଚ୍ଛଦ ମଣ୍ଡନ କରିଛି। ଏଥି ସହିତ ସେ ‘ଭଗ୍’ ପତ୍ରିକା ଇତିହାସରେ, ଏହାର ପ୍ରଚ୍ଛଦରେ ସ୍ଥାନ ପାଇଥିବା ସବୁଠାରୁ ବୟସ୍କ ବ୍ୟକ୍ତି ପାଲଟିଛନ୍ତି। ଏପ୍ରିଲ୍ ସୌନ୍ଦର୍ଯ୍ୟ ଇସ୍ୟୁର ଚେହେରା ସାଜିଥିବା ଏହି ଆଦିବାସୀ ମହିଳାଙ୍କ ନାମ ଆପୋ ହ୍ବାଙ୍ଗ-ଓଡ୍। ସେ ମାରିଆ ଓଗୋ ନାମରେ ମଧ୍ୟ ପ୍ରସିଦ୍ଧ। ତାଙ୍କ ବୟସ ହେଉଛି ୧୦୬ ବର୍ଷ। ସେ ‘କଳିଙ୍ଗ’ ସମ୍ପ୍ରଦାୟର ସବୁଠାରୁ ବୟସ୍କ ତଥା ନିଜ ପିଢ଼ିର ଶେଷ ‘ମାମ୍ବାବାଟୋକ୍’। ମାତ୍ର ୧୬ ବର୍ଷ ବସୟରେ ପିତାଙ୍କ ତତ୍ତ୍ବାବଧାନରେ ସେ ପାରମ୍ପରିକ ଚିତା କୁଟିବା କାମ ଆରମ୍ଭ କରିଥିଲେ ଏବଂ ନିଜ ସମ୍ପ୍ରଦାୟର ଏକମାତ୍ର ମହିଳା ଟାଟୁ ଶିଳ୍ପୀ ପାଲଟିଥିଲେ। ପରମ୍ପରା ଅନୁଯାୟୀ କେବଳ ନିଜ ରକ୍ତ ସମ୍ପର୍କର ଦାୟାଦମାନଙ୍କୁ ଏହି ବିରଳ ଟାଟୁ କଳା ଶିଖାଯାଇଥାଏ। ହ୍ବାଙ୍ଗ-ଓଡ୍ ନିଃସନ୍ତାନ ହୋଇଥିବାରୁ ସେ ନିଜ ଭାଇଙ୍କ ନାତୁଣୀଙ୍କୁ ୧୦ ବର୍ଷ ବୟସରୁ ଚିତା କୁଟିବା ଶିଖାଉଛନ୍ତି। ଏବେ ୨୬ ବର୍ଷୀୟା ନାତୁଣୀ ତାଙ୍କ ଐତିହ୍ୟକୁ ଆଗେଇ ନେବାର କାମ କରୁଛନ୍ତି। ତେବେ ଯେ ପର୍ଯ୍ୟନ୍ତ ନିଜ ଦୃଷ୍ଟିଶକ୍ତି ଠିକ୍ ରହିବ ସେ ଯାଏଁ ହ୍ବାଙ୍ଗ-ଓଡ୍ ଲୋକଙ୍କ ଦେହରେ ଚିତା କୁଟିବା ଜାରି ରଖିବେ ବୋଲି କହିଛନ୍ତି। ଆଜିକାଲି ଅନେକ ବିଦେଶୀ ପର୍ଯ୍ୟଟକ ବୁସକାଲାନ ଗାଁକୁ ଯାଇ ହ୍ବାଙ୍ଗ-ଓଡ୍ଙ୍କ ପାଖରେ ଚିତା କୁଟାଉଛନ୍ତି। ତାଙ୍କ ପୂର୍ବରୁ ‘ଭଗ୍’ର ପ୍ରଚ୍ଛଦ ମଡେଲ୍ ସାଜିଥିବା ସବୁଠାରୁ ବୟସ୍କା ମଡେଲ୍ର ରେକର୍ଡ ଅଭିନେତ୍ରୀ ଜୁଡି ଡେଞ୍ଚଙ୍କ ନାମରେ ଥିଲା, ଯିଏ ୨୦୨୦ରେ ୮୫ ବର୍ଷ ବୟସରେ ବ୍ରିଟିସ୍ ‘ଭଗ୍’ ପତ୍ରିକାର ପ୍ରଚ୍ଛଦରେ ସ୍ଥାନ ପାଇଥିଲେ।
ଭଗ୍ ପ୍ରଚ୍ଛଦରେ ସବୁଠାରୁ ବୟସ୍କା ମଡେଲ୍
/sambad/media/post_attachments/wp-content/uploads/2023/04/hghsfhsfhhfsfshfhssfhfhsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)