ମୋ ସ୍ବପ୍ନର ଓଡ଼ିଶା : ବିଜୁ ପଟ୍ଟନାୟକ

ମୁଁ ସ୍ଥିର କରିଛି ଆଜି ଆଉ କିଛି କହିବି ନାହିଁ, ସ୍ବପ୍ନ ଖୋଜିବି। ଆଜି ମୋ ସ୍ବପ୍ନର ଓଡ଼ିଶା ସମ୍ପର୍କରେ ଆଲୋଚନା କରିବାକୁ ମୋର ଇଚ୍ଛା। ଅତଏବ, ମୁଁ କ’ଣ ସ୍ବପ୍ନ ଦେଖିବି? ଥରେ କବି ଗୁରୁ ରବୀନ୍ଦ୍ରନାଥ ଠାକୁର କହିଥିଲେ, ‘‘ଯେତେବେଳେ ତୁମେ ସ୍ବପ୍ନ ଖୋଜିବ, ମହାନ୍‌ ସ୍ବପ୍ନ ଦେଖିବା ଦ୍ବାରା ମହାନ୍‌ କାର୍ଯ୍ୟ ସାଧିତ ହୋଇଥାଏ।’’ ଆମେ ସମସ୍ତେ ଧ୍ରୁବ ମୃତ୍ୟୁର ପଥରେ ଯିବା ପାଇଁ ଜନ୍ମଲାଭ କରିଛୁ। ତେଣୁ ସ୍ବପ୍ନ ଦେଖିବା ବେଳେ ସବୁଠୁ ମହାନ୍‌ ସ୍ବପ୍ନ ଦେଖ। ତାଙ୍କ କବିତାରେ ସେ କ’ଣ କହିଥିଲେ? ‘‘ସପନ ଦେଖେ ତୁଲ୍‌ବୋ ଆମି ଜାତି, ପ୍ରବାଲ୍‌ ଦ୍ବୀପେ ମନି ମୁକ୍ତାର’’। ଏଇ ସ୍ବପ୍ନ ସେ ଦିନର ତରୁଣମାନଙ୍କୁ ସ୍ବପ୍ନ ଦେଖିବା ପାଇଁ ଉଦ୍‌ବୁଦ୍ଧ କରିଥିଲା। ରବି ଠାକୁରଙ୍କର ସେଇ କବିତା ପ˚କ୍ତି ମୁଁ ଭୁଲି ଯାଇନାହିଁ।

ମୁଁ ଯେତେବେଳେ ଓଡ଼ିଶାକୁ ନେଇ ସ୍ବପ୍ନ ଦେଖେ, କ’ଣ ଦେଖିବି? ଓଡ଼ିଶା ଆଜି କ୍ଷୁଦ୍ର ସ୍ଥାନଟିଏ। ଦିନେ ଏହା ଥିଲା ଭାରତର ମହାନ୍‌ତମ ସାମ୍ରାଜ୍ୟ। ଏହାର ସୈନ୍ୟ ଆଲେକ୍‌ଜାଣ୍ତାର‌୍‌ଙ୍କ ସୈନ୍ୟବାହିନୀକୁ ପରାସ୍ତ କରିଥିଲେ ଏବ˚ ସେମାନଙ୍କୁ ଭାରତର ସୀମା ବାହାରକୁ ତଡ଼ି ଦେଇଥିଲେ। ପୃଥିବୀରେ, ଆଗରୁ ଯେତେ ଜଣାଶୁଣା ନୌ-ଶକ୍ତି ଥିଲା, କଳିଙ୍ଗ ଥିଲା ସେଥି ମଧୢରେ ବୃହତ୍ତମ।

ସେହି କଳିଙ୍ଗ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ତା’ର ସଭ୍ୟତା ବିସ୍ତାର କରିଥିଲା। ଏପରିକି ଆଜି ମଧୢ ସେଇ ଦେଶ ଗୁଡ଼ିକରେ କଳିଙ୍ଗ ଗୌରବର ମୂକସାକ୍ଷୀ ରୂପେ ଧ୍ବ˚ସାବଶେଷମାନ ଦେଖିବାକୁ ମିଳେ। ସେ ଦିନର ଉଚ୍ଚକିତ ସ୍ବପ୍ନଠାରୁ ସୁନ୍ଦର ସ୍ବପ୍ନ ଆଉ ମୋ ପାଇଁ କାହିଁ? ଓଡ଼ିଶା ବା କଳିଙ୍ଗ ଯେତେବେଳେ ଥିଲା ପ୍ରାଣକେନ୍ଦ୍ର, ଯେତେବେଳେ କଳିଙ୍ଗ ଥିଲା ଭାରତର ମହାନତମ ସାମ୍ରାଜ୍ୟ, ଯେତେବେଳେ କଳିଙ୍ଗର ନାବିକାମାନେ ଭୟ କ’ଣ ଜାଣି ନ ଥିଲେ, କଳିଙ୍ଗର ମାତାମାନେ ‘‘ବୀରାଙ୍ଗନା’’ ରୂପେ ଅଭିହିତ ଥିଲେ, ସେ ଦିନର କଳିଙ୍ଗ ସେମିତି ଥିଲା। ତେଣୁ ସେ କାଳର ସ୍ବପ୍ନ, ମଧୢ କଳିଙ୍ଗର ଶ୍ଲାଘ୍ୟ।

ମୋର ଏକ ବି˚ଶ ଶତାବ୍ଦୀର ଓଡ଼ିଶା ସ୍ବପ୍ନରେ ରାଜ୍ୟର ସ୍ବାର୍ଥକୁ ନିଜର ମଣୁଥିବା ତରୁଣ-ତରୁଣୀ ଅନ୍ତର୍ଭୁକ୍ତ। ସେମାନେ ନିଜକୁ ମହିମାନ୍ବିତ ମଣିବା, ନିଜ ଉପରେ ପ୍ରତ୍ୟୟ ରଖିବା ଆବଶ୍ୟକ। ସେମାନେ ନିଜ ଉପରେ ଆସ୍ଥା ରଖିଲେ କାହାର ଅନୁକମ୍ପା ଚାହିଁବେ ନାହିଁ। ସେମାନଙ୍କ ମସ୍ତିଷ୍କ, ବୁଦ୍ଧି ଓ ଯୋଗ୍ୟତା ମାଧୢମରେ କଳିଙ୍ଗ ଇତିହାସ ସେମାନେ ପୁନରୁଦ୍ଧାର କରିବା ଉଚିତ। ମୋ ଏକବି˚ଶ ଶତାବ୍ଦୀରେ ମୁଁ ଚାହେ ସୁଯୋଗ୍ୟ ଶିଳ୍ପୀ, ସୁନାମଧନ୍ୟ କାରିଗର ଏବ˚ ଭାସ୍କର, ସୁମହାନ ସଙ୍ଗୀତଜ୍ଞ ଓ କବି। ଆମେ ହିଁ କୋଣାର୍କର ସ୍ରଷ୍ଟା। ଓଡ଼ିଶା ବା କଳିଙ୍ଗ ମାଟିରେ ଦିନେ ‘‘ଗୀତ ଗୋବିନ୍ଦ’’ ରଚିତ ହୋଇଥିଲା। ଏଇ ମାଟିରେ ମହାନ ଜ୍ୟୋତିର୍କବି ପଠାଣି ସାମନ୍ତ ଭୂମିଷ୍ଠ ହୋଇଥିଲେ। ତାଙ୍କ ଗଣନା ମାଧୢମରେ ସେ ଆକାଶକୁ ଚାହିଁ ଜ୍ୟୋତିର୍ବିଜ୍ଞାନର ରହସ୍ୟ ଉଦ୍‌ଘାଟନ କରିଥିଲେ ଏବ˚ ବିଶ୍ବକୁ ବିସ୍ମିତ କରୁଥିଲେ। ଏଇ ମାଟିରେ ମହାନ ଗଣିତ ପ୍ରତିଭା, ମହାନ ଭାସ୍କର ଓ ଶିଳ୍ପୀ, ମହାନ ସଙ୍ଗୀତଜ୍ଞ ଓ ନର୍ତ୍ତକ-ନର୍ତ୍ତକୀ ଭୂମିଷ୍ଠ ହୋଇଛନ୍ତି। ମହାନ୍‌ ସ˚ସ୍କୃତି ସମ୍ପନ୍ନ ବ୍ୟକ୍ତି ଜନ୍ମଲାଭ କରିଛନ୍ତି। ତେଣୁ ମୋ ସ୍ବପ୍ନର ଓଡ଼ିଶାରେ ସେମାନଙ୍କର ପ୍ରତିଭା ଉନ୍ମୀଳିତ ହେବା ଉଚିତ।

‘‘କରୁଣା’’ ଶବ୍ଦର ଇ˚ରାଜୀ ପ୍ରତିଶବ୍ଦ ନାହିଁ। ଯେତେବେଳେ ଜଣେ ଯୁବତୀ ଯୋଡ଼ ହସ୍ତରେ ଭଗବାନଙ୍କୁ ପ୍ରାର୍ଥନା ଜଣାଏ, ସେ ଈଶ୍ବରଙ୍କ ଠାରୁ ଗୋଟିଏ ଆଶୀର୍ବାଦ ଭିକ୍ଷା କରେ, ‘‘ହେ ଭଗବାନ! ମୋ ଆତ୍ମାର ପାତ୍ର କରୁଣାରେ ପରିପୂର୍ଣ୍ଣ କର। ମୁଁ ଆଉ କିଛି ଚାହେଁ ନାହିଁ।’’ ମୋ ସ୍ବପ୍ନର ଓଡ଼ିଶା ସ˚ସ୍କୃତିର ସେଇ କ୍ଷୁଦ୍ର ରୂପରେ ସାକାର ହେବ।

ମୋ ସ୍ୱପ୍ନର ଓଡ଼ିଶାରେ କୌଣସି କୃଷକର କ୍ଷେତ ଶୁଷ୍କ-ଶ୍ରୀହୀନ ରହିବ ନାହିଁ। ଆମ ମାଟିକୁ ସିକ୍ତ କରୁଥିବା ପ୍ରତିଟି ଜଳବିନ୍ଦୁ ସବୁଜ ସମ୍ଭାରର ଉପହାର ଅଜାଡ଼ି ଦେଉ। ମୋ ସ୍ବପ୍ନର ଆଗାମୀ କାଲିର ଓଡ଼ିଶାରେ ମୁଁ ନାରୀ ନିର୍ଯ୍ୟାତନା ସମ୍ପର୍କରେ ପଦୁଟିଏ କାନକୁହା କଥା ବି ଶୁଣିବାକୁ ଚାହେନାହିଁ। ନାରୀ ପୁରୁଷ ସହିତ ସମାନ ଭୂମିକାରେ ଅବତୀର୍ଣ୍ଣା ହେବାର ସୁଦିନ କେମିତି ଶୀଘ୍ର ଆସିବ, ମୁଁ ଆଜି ସେଇ ସ୍ବପ୍ନ ଦେଖୁଛି। ସେମାନେ ପୁରୁଷ ସହିତ ସମାନ ଅଧିକାର ଲାଭ କରିବେ। ସମାନ ସୁବିଧା ସୁଯୋଗ ଉପଭୋଗ କରିବେ। ଏହା ହିଁ ମୋର ଆଗାମୀ କାଲିର ସ୍ବପ୍ନ, ଏକବିଂଶ ଶତାବ୍ଦୀର ସ୍ବପ୍ନ।

ଆଜିର ଭାରତରେ ସାମାଜିକ ସମନ୍ବୟ ନାହିଁ, ଧର୍ମୀୟ ସହନଶୀଳତା ନାହିଁ, ସାମ୍ପ୍ରଦାୟିକ ସଂପ୍ରୀତି ନାହିଁ। ସତକଥା ଯେ, ଏପରି ବିଭାଜନ ଆମକୁ ସମୃଦ୍ଧ କରିପାରିବ ନାହିଁ। ମୋ ସ୍ୱପ୍ନର ଓଡ଼ିଶାରେ ସମନ୍ବୟ, ପ୍ରଶସ୍ତ ମନୋଭାବ ଅଧିକ ମହନୀୟ ସହିଷ୍ଣୁତା ଚତୁର୍ଦ୍ଦିଗରେ ଧରି ରହୁ। ପଡ଼ୋଶୀ, ପଡ଼ୋଶୀ ମଧ୍ୟରେ ଭ୍ରାତୃଭାବ ରହୁ।

ଉପସଂହାରରେ ମୁଁ ବହୁ ଦିନ ତଳେ ମେକ୍‍ସମୁଲାର୍ କହିଥିବା ବାକ୍ୟ ଉଦ୍ଧାର କରୁଛି-
“If I have to look after the whole world to find out the country that nature has bestowed its best, I would point to India’’ ମୁଁ ଯଦି ସମଗ୍ର ପୃଥିବୀ ଉପରେ ଦୃଷ୍ଟିପାତ କରେ, ପ୍ରକୃତି କେଉଁ ଦେଶକୁ ଶ୍ରେଷ୍ଠ ରୂପେ ଗଢ଼ିଛି ବୋଲି ଅନୁସନ୍ଧାନ କରେ, ମୁଁ ଆଙ୍ଗୁଠି ନିର୍ଦ୍ଦେଶ କରି ଦେଖାଇବି…ଭାରତବର୍ଷକୁ। ଆମେ ସମସ୍ତେ ଆମ ରାଜ୍ୟକୁ ମିଳିମିଶି ଏପରି ଗଢ଼ିବା ଯେ ସମଗ୍ର ପୃଥିବୀ ଦିନେ କହିବ ‘‘ଓଡ଼ିଶା ଆମ ସ୍ବପ୍ନର ରାଜ୍ୟ।”

(ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭାଷଣର କିଛି ଅଂଶ)

ସମ୍ବନ୍ଧିତ ଖବର