ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ପିନାକ ଧନୁ

ଏକଦା ମହର୍ଷି ‌କଣ୍ବ ଘୋର ତପସ୍ୟାରେ ରତ ରହିଥିଲେ। ଅନେକବର୍ଷ ବିତିଗଲା। ଏହି ସମୟରେ ଉଈମାନେ ତାଙ୍କ ଉପରେ ଏକ ବିରାଟ ହୁଙ୍କା ତିଆରି କରିଦେଲେ। ସେହି ହୁଙ୍କାରୁ  ଏକ ବାଉଁଶ ଗଛ ବାହାରି ବଢ଼ିବାକୁ ଲାଗିଲା।

dgdgdggd

ଏକଦା ମହର୍ଷି ‌କଣ୍ବ ଘୋର ତପସ୍ୟାରେ ରତ ରହିଥିଲେ। ଅନେକବର୍ଷ ବିତିଗଲା। ଏହି ସମୟରେ ଉଈମାନେ ତାଙ୍କ ଉପରେ ଏକ ବିରାଟ ହୁଙ୍କା ତିଆରି କରିଦେଲେ। ସେହି ହୁଙ୍କାରୁ  ଏକ ବାଉଁଶ ଗଛ ବାହାରି ବଢ଼ିବାକୁ ଲାଗିଲା। କଣ୍ବଙ୍କ ତପସ୍ୟାରେ ବିଗଳିତ ହୋଇ ପ୍ରଜାପିତା ବ୍ରହ୍ମା ଯେତେବେଳେ ସେଠାକୁ ଆସିଲେ, ବାଉଁଶ ଦଣ୍ଡଟିକୁ ଦେଖି ସେ ଅତ୍ୟନ୍ତ ପ୍ରସନ୍ନ ହୋଇ ସେହି ଶକ୍ତିଶାଳୀ ବାଉଁଶଦଣ୍ଡରେ ଏକ ଧନୁ ନିର୍ମାଣ କରିବାକୁ ଆଦେଶ ଦେଲେ। ପ୍ରଥମେ ବିଶ୍ବକର୍ମା ସେହି ବାଉଁଶଦଣ୍ଡରୁ ଦୁଇଟି ଧନୁ ନିର୍ମାଣ କରିଥିଲେ। ଗୋଟିଏ ‘ପିନାକ’ ଓ ଅନ୍ୟଟି ‘ଶାରଙ୍ଗ’। ସେ ପିନାକ ଧନୁ ଦେବଦେବ ମହାଦେବଙ୍କୁ ଏବଂ ଶାରଙ୍ଗ ଧନୁ ଶ୍ରୀବିଷ୍ଣୁଙ୍କୁ ପ୍ରଦାନ କରିଥିଲେ। ଅବଶିଷ୍ଟ ବାଉଁଶରେ ସେ ଆଉ ଏକ ଧନୁ ତିଆରି କରି ବରୁଣଦେବଙ୍କୁ ଦେଇଥିଲେ। ପରବର୍ତ୍ତୀ କାଳରେ ଅଗ୍ନିଦେବ ବରୁଣଙ୍କଠାରୁ ସେହି ଧନୁ ଆଣି ଅର୍ଜୁନଙ୍କୁ ଦେଇଥିଲେ। ତାହାର ନାମ ଗାଣ୍ଡିବ।

ବିଷ୍ଣୁଙ୍କର ଶାରଙ୍ଗ ଧନୁ ସଂସାରର ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ, ଅର୍ଥାତ୍‌ ଅଧର୍ମ ଉପରେ ଧର୍ମର ବିଜୟପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ, ‘ପିନାକ’ ବିଧ୍ବଂସକାରୀ ପ୍ରଳୟର ସୂଚନା ଦେଇଥାଏ। ତ୍ରିପୁର ଦହନ, ଗଣେଶଙ୍କ ଶିରଛେଦନ, ଦକ୍ଷଯଜ୍ଞ ବିଧ୍ବଂସ, ଜଳନ୍ଧର ବଧ ଆଦି ଅନେକ ବି‌ଧ୍ବଂସ କ୍ରିୟା ପିନାକ ଦ୍ବାରା ସଂଘଟିତ ହୋଇଥିଲା। ତେଣୁ ଏହାକୁ କୌଣସି ସାଧାରଣ ବ୍ୟକ୍ତି ଧାରଣ କରିବା ସମ୍ଭବ ନୁହେଁ।
ପି-ନାକ ଅର୍ଥାତ୍ ସ୍ବର୍ଗକୁ ଢାଙ୍କି ଦେବାର ଶକ୍ତି। ପରବର୍ତ୍ତୀ ସମୟରେ ଆଶ୍ଚର୍ଯ୍ୟଜନକ ଭାବରେ ଏହି ଧନୁ ଶିବଙ୍କ ନିକଟରୁ ଆସି ମିଥିଳା ରାଜା ଜନକଙ୍କର ରାଜମହଲରେ ରହିଥିଲା।
ଏକଦା ଜନକ, ପର୍ଶୁରାମ ଓ ରାବଣ ଭଗବାନ ଶିବଙ୍କୁ ଦର୍ଶନ କରିବାପାଇଁ କୈଳାସପୁର ଯାଇଥିଲେ। ସେତେବେଳକୁ ଶିବ ଧ୍ୟାନରେ ବସିଥିଲେ। ଅନେକ ସମୟ ପରେ ଶିବଙ୍କର ଧ୍ୟାନଭଙ୍ଗ ହେବାରୁ ସେମାନେ ପ୍ରଣାମ କରି ପଚାରିଲେ–ପ୍ରଭୁ! ଆମେ ଆପଣଙ୍କୁ ଧ୍ୟାନ କରୁଛୁ। ହେଲେ ଆପଣ କାହାକୁ ଧ୍ୟାନ କରୁଛନ୍ତି?

ଶିବ କହିଲେ–ମୋର ଏ ଧନୁକୁ ନେଇଯାଅ। ଯିଏ ମୋର ଏହି ଧନୁ ଭଙ୍ଗ କରିଦେବ, ସିଏ ହିଁ ମୋର ଆରାଧ୍ୟ। ଲୋଭ ବଶରେ ରାବଣ ଏହାକୁ ପାଖରେ ରଖିଲେ ଅଧିକ ଶକ୍ତିଶାଳୀ ହୋଇଯିବ ଚିନ୍ତାକରି ଧନୁ ଧାରଣ କରି ଲଙ୍କା ଉଦ୍ଦେଶ୍ୟରେ ପଳାୟନ କରିବାକୁ ଲାଗିଲା। ମାତ୍ର କିଛି ବାଟ ଗଲା ପରେ ସେ ଧନୁର ଭାର ସଂଭାଳି ନପାରି ତାହାକୁ ଭୂମିରେ ରଖିଦେଲା। କିଛି ସମୟ ବିଶ୍ରାମ ନେଇ ଧନୁକୁ ‌େ‌ଯତେ ଉଠାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଆଉ ଉଠାଇ ପାରିଲା ନାହିଁ। ପର୍ଶୁରାମଙ୍କ ନିର୍ଦ୍ଦେଶରେ ମିଥିଳାପତି ଜନକ ଏହି ଧନୁକୁ ରାଜନଅର ମଧ୍ୟରେ ରଖି ପୂଜନ କଲେ। ଏହି ଧନୁର ସଂଚାଳନ ପ୍ରକ୍ରିୟା କେବଳ ଜନକ ହଁି ଜାଣିଥିଲେ। ଅଥଚ ସେ ‌େଘାଷଣା କଲେ– ଯିଏ ଏହି ଧନୁରେ ଶର ସଂଧାନ କରିପାରିବ, ସେ ହିଁ ତାଙ୍କର ଭୂମିସୂତା କନ୍ୟା ସୀତାଙ୍କୁ ବିବାହ କରିବ। ମିଥିଳାଗମନ କାଳରେ ଗୁରୁ ବିଶ୍ବାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ କହିଲେ–ମୁଁ ତୁମ ଦୁହିଁଙ୍କୁ ସେହି ଅପୂର୍ବଧନୁ ଦର୍ଶନ କରାଇବାକୁ ନେଉଛି।
–ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe