ପେଟିକୋଟ୍ ହେଉଛି ପୋଷାକର ଏକ ଅଂଶ ବିଶେଷ। ଏହା ଏକପ୍ରକାର ଅନ୍ତଃବସ୍ତ୍ର ଯାହା ଡ୍ରେସ୍ କିମ୍ବା ଶାଢ଼ୀ ତଳେ ପିନ୍ଧାଯାଏ। ଆଧୁନିକ ପ୍ରଚଳନରେ ପେଟିକୋଟ୍ ମହିଳାମାନଙ୍କ ଦ୍ବାରା ପିନ୍ଧାଯାଉଥିବା ଏକ ଅନ୍ତବସ୍ତ୍ର ଅଟେ। ତେବେ ଚତୁର୍ଦ୍ଦଶ ଶତାବ୍ଦୀରେ ପୁରୁଷମାନେ ଲମ୍ବା କୋର୍ଟର ତଳେ ଆଉ ଗୋଟିଏ ଛୋଟ କୋର୍ଟ ପିନ୍ଧୁଥିଲେ, ଏହାକୁ ପେଟିକୋର୍ଟ କୁହାଯାଉଥିଲା। ୧୫ଶ ଶତାବ୍ଦୀର ମଧ୍ୟଭାଗରୁ ପ୍ରାୟ ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ପେଟିକୋଟ୍ ଏକ ପ୍ରକାରର ପ୍ୟାଡେଡ୍ ୱେଷ୍ଟକୋଟ୍ କିମ୍ବା ଅଣ୍ଡରକୋଟ୍କୁ ବୁଝାଉଥିଲା ଯାହାକୁ ପୁରୁଷମାନେ ଶୀତ ମାସରେ ଉଷ୍ମତା ପାଇଁ ସାର୍ଟ ତଳେ ପିନ୍ଧୁଥିଲେ। ଏହାପରେ ମଧ୍ୟଯୁଗର ଶେଷ ଭାଗରେ ମଧ୍ୟ ମହିଳାମାନଙ୍କ ପୋଷାକର ଏକ ଅଂଶ ଭାବରେ ପେଟିକୋଟ୍ ବିକଶିତ କରାଯାଇଥିଲା, ଯାହା ଏକ ସ୍କର୍ଟ ଓ ଓଭରଗାଉନ୍ ଭାବେ ତଳେ ପିନ୍ଧାଯାଉଥିଲା। ୧୮ଶ ଶତାବ୍ଦୀ ବେଳକୁ ସମସ୍ତ ଶ୍ରେଣୀର ମହିଳା ପେଟିକୋଟ୍ ପିନ୍ଧୁଥିଲେ। ପେଟିକୋଟ୍କୁ ଡ୍ରେସର ଆକାର ଦେବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା।
୧୮୯୦ ଦଶକ ଆଡ଼କୁ ରଙ୍ଗୀନ ପେଟିକୋଟ ଫ୍ୟାସନ୍ ଦେଖିବାକୁ ମିଲିଲା। ୧୯୪୭ ଭାରତ ସ୍ବାଧୀନତା ପାଇଲା ପରେ ଖ୍ରୀଷ୍ଟିଆନ୍ ଡାୟୋର୍ ନୂଆ ଲୁକ୍ରେ ପେଟିକୋଟ୍ ପୁନର୍ଜୀବିତ କରିଥିଲେ। ୧୯୭୦ ମସିହା ବେଳକୁ କିଛି ପୋଷାକ ଦୋକାନରେ ପେଟିକୋଟ୍ ବିକ୍ରି ହୋଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଐତିହାସିକ ଭାବେ ୧୬ଷ ଶତାବ୍ଦୀରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ପେଟିକୋଟକୁ ଗାଉନ୍, ବେଡଗାଉନ୍, ବଡିସ୍ ଓ ଜ୍ୟାକେଟ୍ ସହିତ ପିନ୍ଧା ଯାଉଥିବା ସ୍କଟ୍କୁ ବୁଝାଉଥିଲା। ଏହି ପେଟିକୋଟ୍ଗୁଡ଼ିକୁ ଅନ୍ତଃବସ୍ତ୍ର ଭାବେ ବ୍ୟବହାର କରାଯାଉନଥିଲା, ଏଗୁଡ଼ିକୁ ଡ୍ରେସର ଉପର ଭାଗରେ ଦେଖାଇବା ପାଇଁ ବ୍ୟବହାର କରାଯାଉଥିଲା। ସମୟକ୍ରମେ ପେଟିକୋଟ୍କୁ ଆଧୁନିକ ଯୁଗରେ ମଧ୍ୟ ବ୍ୟବହାର କରୁଥିବାର ଦେଖିବାକୁ ମିଳିଲା। ଏବେ ପେଟିକୋଟ୍ କହିଲେ ଆମେ କେବଳ ଅଣ୍ଟାରେ ଝୁଲୁଥିବା ପୋଷାକକୁ ବୁଝାଏ। ଏହା ପ୍ରାୟତଃ କପା ଓ ରେଶମରୁ ତିଆରି କରାଯାଉଅଛି। ବର୍ତ୍ତମାନ ପେଟିକୋଟ୍କୁ ଆମେ ଅନ୍ତଃବସ୍ତ୍ର ଭାବେ ବ୍ୟବହାର କରୁଛେ।