ରାଷ୍ଟ୍ରପତିଙ୍କ ଟୁଇଟ୍‌: ଜୟ ଜଗନ୍ନାଥ। ନମସ୍କାର

ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ। ଏହି ଅବସରରେ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ, ସ୍ନେହ ଓ ଶ୍ରଦ୍ଧା ମୋତେ ଅଭିଭୂତ କରିଛି। ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।

ଗୁରୁବାର ସକାଳେ ପୁରୀ ଯାଇ ମୁଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଫେରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ଓଡ଼ିଆମାନଙ୍କ ପ୍ରାଣର ଠାକୁର ନୁହନ୍ତି, ସେ ମଧ୍ୟ ଜଗତର ନାଥ। ଓଡ଼ିଶାବାସୀଙ୍କ ପାଇଁ, ଭାରତବାସୀଙ୍କ ପାଇଁ ଏବଂ ସର୍ବୋପରି ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମୁଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି।
ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ। ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ , ଏହା ମୋର ଆନ୍ତରିକ ଇଛା।

ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ୱପ୍ନ ନିଶ୍ଚୟ ଥିବ। ଆପଣମାନେ କିପରି ଏକ ଓଡ଼ିଶାର ଚିତ୍ର ଦେଖିବାକୁ ଚାହୁଛନ୍ତି, ସେ ବିଷୟରେ ନିଶ୍ଚୟ କେବେ କେମିତି ଭାବୁଥିବେ। ଏ ମାଟିର ଝିଅ ଭାବରେ ଓଡ଼ିଶା ବିଷୟରେ ମୁଁ ବି ଅନେକ ସ୍ୱପ୍ନ ଦେଖେ।

ସମ୍ବନ୍ଧିତ ଖବର