ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ରୋବଟ୍ ସାପ ବିକଶିତ କରୁଛି ଯାହା ମହାକାଶ ଅନୁସନ୍ଧାନ ଦିଗରେ ବିଶେଷ ଭାବେ ସହାୟକ ହେବ ଏବଂ ପୃଥିବୀ ଛଡ଼ା ଅନ୍ୟ ଗ୍ରହରେ ଜୀବନର ସତ୍ତା ଅନ୍ବେଷଣ କରିବ। ଏହି ରୋବଟ୍ର ନାମ ‘ଏକ୍ଜୋବାୟୋଲୋଜି ଏକ୍ଷ୍ଟାଣ୍ଟ ଲାଇଫ୍ ସର୍ଭେୟର୍’ (ଇଇଏଲ୍ଏସ୍)। ଏହାର ବିଶେଷତ୍ବ ହେଉଛି ଏହା ଉଭୟ ତରଳ ଓ କଠିନ ପୃଷ୍ଠରେ ପ୍ରବେଶ କରି କରି ନମୁନା ସଂଗ୍ରହ କରିବାକୁ ସକ୍ଷମ। ଶନିର ୮୩ଟି ଉପଗ୍ରହ ମଧ୍ୟରୁ ଅନ୍ୟତମ ଏନ୍ସେଲାଡସ୍ ପୃଷ୍ଠରେ ବିଚରଣ କରି ନାନା ପରୀକ୍ଷାନିରୀକ୍ଷା ଓ ସର୍ବେକ୍ଷଣ କରିବା ପାଇଁ ଏହାକୁ ବିକଶିତ କରାଯାଉଛି।
୨୦୦୫ରେ ‘ନାସା’ର କ୍ୟାସିନି ମହାକାଶଯାନ ଏନ୍ସେଲାଡସ୍ ପୃଷ୍ଠରୁ ବରଫ ଖଣ୍ଡ ପ୍ରବାହିତ ହୋଇ ନିଜସ୍ବ ବଳୟ ସୃଷ୍ଟି କରିଥିବାର ଆବିଷ୍କାର କରିଥିଲା। ତେଣୁ ଏହି ଉପଗ୍ରହର କଠିନ ପୃଷ୍ଠ ତଳେ ବିଶାଳ ସମୁଦ୍ର ରହିଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ‘ନାସା’ ଗବେଷକମାନେ ଉଭୟ ଗ୍ଲେସିଅର୍ ଓ ଆଗ୍ନେୟଗିରି ଅଞ୍ଚଳରେ ଏହି ୧୬ ଫୁଟ୍ ରୋବଟ୍ର ସାମର୍ଥ୍ୟ ପରୀକ୍ଷା କରିସାରିଛନ୍ତି। ଇଇଏଲ୍ଏସ୍ ପ୍ରକଳ୍ପର ଉତ୍କ୍ଷେପଣ ତାରିଖ ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ନାହିଁ, କିନ୍ତୁ ଏହି ଅଭିଯାନ ସଫଳ ହେଲେ ଅନେକ ଅଜଣା ତଥ୍ୟ ଜଣାପଡ଼ିବ ବୋଲି ଆଶା ରଖାଯାଇଛି।
Follow Us