ଲୋକପ୍ରିୟ ରିୟଲିଟି ସୋ’ ‘ବିଗ୍ ବସ୍ ୧୩’ରେ ଅଂଶଗ୍ରହଣ କରି ଦେଶବ୍ୟାପୀ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସେହନାଜ ଗିଲ୍ କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଶାରୀରିକ ପରିବର୍ତ୍ତନ ସହିତ ପ୍ରଶଂସକମାନଙ୍କୁ ଚକିତ କରିଥିଲେ। ସେ ମାତ୍ର ୬ ମାସରେ ୧୨ କିଲୋଗ୍ରାମ ଓଜନ ହ୍ରାସ କରି ୬୭ରୁ ୫୫ କିଲୋଗ୍ରାମକୁ ଖସିଆସିଥିଲେ। ଚରମ ଖାଦ୍ୟ ନିୟନ୍ତ୍ରଣ ଭଳି ଦୃଷ୍ଟିକୋଣ ଗ୍ରହଣ ନକରି ସନ୍ତୁଳିତ ଓ ସରଳ ଆହାରକୁ ସେ ଆପଣାଇଥିଲେ।
ସକାଳେ ହଳଦୀ ଓ ଆପଲ୍ ସାଇଡର୍ ଭିନେଗାର ମିଶ୍ରିତ ଏକ ଗ୍ଲାସ୍ ଉଷୁମ ପାଣି ସାଙ୍ଗକୁ ଜଳଖିଆରେ ଗଜା ମୁଗ, ଦୋସା, କିମ୍ବା ମେଥି ପରଟା ପରି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସେ ଖାଉଥିଲେ। ସେହିପରି ମଧ୍ୟାହ୍ନ ଭୋଜନରେ ଗୋଟିଏ ଗହମ ରୁଟି, ଡାଲି, ପନିପରିବା, ଗଜା ହୋଇଥିବା ସାଲାଡ୍ ଏବଂ ସନ୍ଧ୍ୟାରେ ମୁଠାଏ ଭଜା ମଖନା ଓ ରାତିରେ କେବଳ ସୁପ୍ କିମ୍ବା ପନିପରିବା ଭଜା ପରି ସହଜ ଖାଦ୍ୟ ନେଉଥିଲେ। ନିଜର ପ୍ରିୟ ଖାଦ୍ୟ ଛାଡ଼ିବା ପରିବର୍ତ୍ତେ ସେ କେବଳ ଖାଦ୍ୟ ପରିମାଣକୁ ହ୍ରାସ କରିଥିଲେ। ସନ୍ତୁଳିତ ଖାଦ୍ୟ ଓ ହାଲୁକା ବ୍ୟାୟାମ ତାଙ୍କୁ ସକ୍ରିୟ ରହିବାରେ ସାହାଯ୍ୟ କରିଥିଲା। ତାଙ୍କ ଓଜନ ହ୍ରାସ ଏକ ବାସ୍ତବବାଦୀ ଜୀବନଶୈଳୀର ପ୍ରମାଣ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/23/new-project-24-2025-07-23-11-09-18.jpg)