ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ଏକ ବିଚିତ୍ର କାର୍‌ ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଉକ୍ତ କାର୍‌ଟିର କୌଣସି ଚକ ନାହିଁ କି କବାଟ ମଧ୍ୟ ନାହିଁ। ତେବେ ଅନ୍ୟ କାର୍‌ ଭଳି ତାହାର ଝରକା ରହିଛି ଏବଂ ଆଗ ବନେଟ୍‌ର ଉପର ଖୋଳଟି ଭୂଇଁରେ ଘୁଷୁରୁଥିବା ପରି ଦେଖାଯାଉଛି।

Advertisment

ଇଟାଲିର ଜଣେ ଗାଡ଼ି ଡିଜାଇନରଙ୍କ ଦ୍ବାରା ଉକ୍ତ କାର୍‌ଟିର ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଉକ୍ତ କାର୍‌ ଭିତରେ କାଠ ପଟା ଉପରେ ଏକ ରୋବଟ ଖଞ୍ଚାଯାଇଛି, ବାହାରେ ଲାଗିଥିବା ଏକ ‘ଗୋ-ପ୍ରୋ’ କ୍ୟାମେରାର ଦୃଶ୍ୟ ଦେଖି କାର୍‌ଟିକୁ ଚଳାଇବା ସମ୍ଭବ ହେଉଛି। ତା’ ଭିତରେ ଚାଳକକୁ ଅତ୍ୟନ୍ତ ଅସୁବିଧାଜନକ ଭଙ୍ଗୀରେ ବସିବାକୁ ପଡ଼ିଥାଏ। ଏହାକୁ ବିଶ୍ବର ସବୁଠାରୁ ଗେଡ଼ା କାର୍‌ ବୋଲି ଦାବି କରାଯାଉଛି। ତେବେ ଏ ପର୍ଯ୍ୟନ୍ତ ବିଶ୍ବର କ୍ଷୁଦ୍ରତମ କାର୍‌ ମାନ୍ୟତା ରଖିଥିବା କାର୍‌ଟି ହେଉଛି ପିଏଲ୍‌ପି-୫୦ ନାମକ ଏକ ଗାଡ଼ି। ପିଲ୍‌ ଇଞ୍ଜିନିଅରିଂ କମ୍ପାନି ଦ୍ବାରା ନିର୍ମିତ ଉକ୍ତ କାର୍‌ଟିର ଦୈର୍ଘ୍ୟ ୫୨.୮ ଇଞ୍ଚ, ପ୍ରସ୍ଥ ୩୯ ଇଞ୍ଚ ଓ ଉଚ୍ଚତା ୩୯.୪ ଇଞ୍ଚ।