ଭାଟିକାନ୍‌ ସିଟିକୁ ଆନୁଷ୍ଠାନିକ ଭାବେ ପୃଥିବୀର କ୍ଷୁଦ୍ରତମ ଦେଶର ମାନ୍ୟତା ମିଳିଛି। ମାତ୍ର ଇଂଲଣ୍ଡର ଉତ୍ତର ସାଗରରେ ଅବସ୍ଥିତ ‘ସିଲ୍ୟାଣ୍ଡ’ ନାମକ ଏକ ସମୁଦ୍ର ପରିବେଷ୍ଟିତ ଇଲାକାର ଅଧିବାସୀମାନେ ତାହାକୁ ପୃଥିବୀର କ୍ଷୁଦ୍ରତମ ଦେଶ ବୋଲି ଦାବି କରିଥାନ୍ତି। ଇଂଲଣ୍ଡ ଉପକୂଳରୁ ୧୨ କି.ମି. ଦୂରରେ ଅବସ୍ଥିତ ‘ପ୍ରିନ୍‌ସିପାଲିଟି ଅଫ୍‌ ସିଲ୍ୟାଣ୍ଡ’ ନାମକ ଇଲାକାର ସ୍ଥିତି ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଦୂରରୁ ଦୁଇ ସ୍ତମ୍ଭ ଉପରେ ଏକ ପ୍ଲାଟଫର୍ମ ପରି ଦିଶୁଥିବା ୫୫୦ ବର୍ଗ ମିଟର ପରିମିତ ଏହି ଅଞ୍ଚଳରେ ୨୭ ଜଣ ନାଗରିକ ବସବାସ କରୁଛନ୍ତି। ରାଜତନ୍ତ୍ର ଦ୍ବାରା ପରିଚାଳିତ ଏହି ଇଲାକାର ନିଜସ୍ବ ସେନା, ଜାତୀୟ ପତାକା, ମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି।

Advertisment

ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜର୍ମାନୀ ଆକ୍ରମଣରୁ ନିଜକୁ ବଞ୍ଚାଇ ରଖିବା ଲାଗି ଇଂଲଣ୍ଡ ଏହି ପ୍ଳାଟଫର୍ମକୁ ନିର୍ମାଣ କରିଥିଲା ଏବଂ ତାହାକୁ ଏକ ନୌସେନା ଗଡ଼ ଭାବେ ବ୍ୟବହାର କରୁଥିଲା। ଯୁଦ୍ଧ ପରେ ତାହା ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା ବୋଲି ଆଶଙ୍କା କରାଯାଉଥିଲା, ମାତ୍ର ତାହା ଏବେ ବି ତିଷ୍ଠି ରହିଛି। ୧୯୬୭ ମସିହାରେ ପ୍ୟାଡି ରୟ ବେଟସ୍‌ ନାମକ ଜଣେ ବ୍ୟକ୍ତି ଜଳଦସ୍ୟୁଙ୍କ ଠାରୁ ଏହାକୁ କିଣି ତାହାକୁ ଏକ ଦେଶ ଭାବେ ଘୋଷଣା କରିଥିଲେ। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ବିରୋଧ ସତ୍ତ୍ବେ ସେଠାରେ ଦୀର୍ଘ ୫୬ ବର୍ଷ ଧରି ସ୍ବତନ୍ତ୍ର ଶାସନ ପରିଚାଳିତ ହୋଇ ଆସୁଛି।