ଜଳବାୟୁ ପରିବର୍ତ୍ତନର ସମାଧାନ ସମୁଦ୍ରଶଯ୍ୟାରେ!

ଜଳବାୟୁ ପରିବର୍ତ୍ତନର ପ୍ରମୁଖ ସମାଧାନ ସମୁଦ୍ରଶଯ୍ୟାରେ ରହିଛି ବୋଲି ଗବେଷକମାନେ ଜାଣିପାରିଛନ୍ତି। ପୃଥିବୀ ତମାମ ସମୁଦ୍ର ଶଯ୍ୟାମାନଙ୍କରେ ଗଚ୍ଛିତ ଥିବା ବାସାଲ୍‌ଟ ଲବଣ ନାମକ ରାସାୟନିକ ଯୌଗିକର ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷିନେବାର ଏକ ବିଶେଷ ଗୁଣ ରହିଛି। ଏପରିକି ସମୁଦ୍ର ଶଯ୍ୟାରେ ଗଚ୍ଛିତ ବାସାଲ୍‌ଟ ଲବଣ ପରିମାଣ ଖଣିଜ ତୈଳ ଜାଳେଣିରୁ ସୃଷ୍ଟ ସମସ୍ତ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷିନେବାର କ୍ଷମତା ରଖିଛି। ଆମେ ଜାଣୁ ଯେ ଅଙ୍ଗାରକାମ୍ଳ ବାଷ୍ପ ହିଁ ବାୟୁମଣ୍ଡଳକୁ ଉତ୍ତପ୍ତ କରି ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ ସାଜୁଛି। କାନାଡାର ଭାଙ୍କୋଭର ଦ୍ବୀପ ନିକଟ ସମୁଦ୍ରରେ ଆରମ୍ଭ କରାଯାଇଥିବା ‘କଠିନ ଅଙ୍ଗାର’ ନାମକ ପ୍ରକଳ୍ପରେ ଗବେଷକମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ସଂଗ୍ରହ କରି ସମୁଦ୍ରଶଯ୍ୟାରେ ଗର୍ତ୍ତ କରି ଏହି ବାଷ୍ପକୁ ନିକ୍ଷେପ କରୁଛନ୍ତି।

ଏହାଦ୍ବାରା ପ୍ରକାରାନ୍ତରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ପରିମାଣ ଉଲ୍ଲେଖନୀୟ ଭାବେ କମିଆସିବ। ତେବେ ଏ ପ୍ରକ୍ରିୟା ଅତ୍ୟନ୍ତ ବ୍ୟୟବହୁଳ। ତଥାପି ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ବିଭିନ୍ନ ରାଷ୍ଟ୍ର ଅର୍ଥ ଯୋଗାଇପାରିଲେ ବିଶେଷ ସୁଫଳ ମିଳିପାରିବ ବୋଲି ଗବେଷକମାନେ ଆଶାବାଦୀ।

ସମ୍ବନ୍ଧିତ ଖବର