ପୁଅ ବଢ଼ାଇଦେଲେ ଚାବି, ମା’ ଚଳାଇଲେ ବିଳାସପୂର୍ଣ୍ଣ କାର; ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ମା’ ହେଉଛି ସ୍ୱୟଂ ଭଗବାନଙ୍କ ଦ୍ୱିତୀୟ ରୂପ। ମା’ ବିନା ଆମେ ଦୁନିଆକୁ କଳ୍ପନା ମଧ୍ୟ କରିପାରିବା ନାହିଁ । ଜଣେ ମା’ ନିଜର ସମସ୍ତ ପିଲାମାନଙ୍କର ଯତ୍ନ ନେଇଥାଏ, ସେ ନିଜ ପିଲାଙ୍କ ଠାରେ ବାଛ ବିଚାର କରି ନ ଥାଏ । ମାଆଙ୍କର ଇଚ୍ଛା ଥାଏ ଯେ ତା ପିଲାମାନେ ନିଜ ଜୀବନରେ ସଫଳ ହୁଅନ୍ତୁ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମା ଏବଂ ପୁଅ ମଧ୍ୟରେ ଥିବା ଭଲ ପାଇବା ଦେଖିବାକୁ ମିଳିଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଲିଛି ଯେ ପୁଅ ଏକ ବିଳାସପୂର୍ଣ୍ଣ କାରକୁ ମା’ଙ୍କ ହାତକୁ ବଢ଼ାଇ ଦେଇଛନ୍ତି । ମା ଖୁସିରେ ରାସ୍ତାରେ ସେହି କାରକୁ ଚଳାଉଛନ୍ତି । ଭିଡିଓଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ବିଳାସପୂର୍ଣ୍ଣ କାରର ଡ୍ରାଇଭିଂ ସିଟ୍ ରେ ବସିଛନ୍ତି । ମହିଳା ଜଣକ ବହୁତ ଖୁସି ଦେଖାଯାଉଛନ୍ତି । ପୁଅ ତାଙ୍କ ମା ସହିତ କଥାବାର୍ତ୍ତା କରୁଛି ଏବଂ ତାଙ୍କ ମା ଏକ ସାଧାରଣ ଶାଢ଼ୀ ପିନ୍ଧି କାର ଚଳାଉଛନ୍ତି । ଭିଡିଓକୁ ଦେଖିଲେ ଲାଗୁଛି ଯେ ମା’ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by Saikiran Kore (@saikiran_kore)

ଏହି ଭିଡିଓ ସେୟାର କରି ପୁଅ କ୍ୟାପସନରେ ଲେଖିଛନ୍ତି, ‘ମୋ ମା ଏକ XUV 700 କାର ଚଳାଉଛନ୍ତି।’ ଇନଷ୍ଟାଗ୍ରାମରେ ୧୮ ଲକ୍ଷରୁ ଅଧିକ ଲାଇକ୍ ଆସିଥିବାବେଳେ କୋଟି କୋଟି ଲୋକ ଏହି ଭିଡ଼ିଓକୁ ଦେଖିଛନ୍ତି ।

ସମ୍ବନ୍ଧିତ ଖବର