ଏମିତି ଦ୍ୱୀପ, ଯେଉଁଠି ଘାସରେ ଘର ତିଆରି କରୁଛନ୍ତି ଲୋକ; ଅମ୍ଳଜାନର ଅଭାବ ନରହିବା ସହ ମିଳୁଛି ଅନେକ ଲାଭ

ନୂଆଦିଲ୍ଲୀ: ମଣିଷକୁ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର ସହ ବାସଗୃହ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ନିଜ ଘରକୁ ସବୁ ବେଳେ ମଜବୁତ ଭାବରେ ତିଆରି କରନ୍ତି, ଆଉ ଏହାର ଯତ୍ନ ମଧ୍ୟ ନିଅନ୍ତି । ଆଜି ଆମେ ଏମିତି ଏକ ଘର କଥା କହିବୁ ଯାହା ସିମେଣ୍ଟ ବା ଲୁହାରେ ନୁହେଁ ସମୁଦ୍ର ଘାସରେ ତିଆରି ହୋଇଛି । ଆଉ ଏହି ଘାସରେ ତିଆରି ଘର ବେଶ ମଜବୁତ । ଆଉ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସାମ୍ନା କରିବାର ଶକ୍ତି ରଖିଛି ଏହି ଘର । ସବୁଠାରୁ ବଡ କଥା ହେଉଛି କି ଏହି ଘରେ ଅକ୍ସିଜେନର ଅଭାବ ଦେଖା ଦେଇ ନଥାଏ ।

ଡେନମାର୍କର ଲେସୋ ଦ୍ୱିପରେ ଏଭଳି ଅନେକ ଘର ତିଆରି ହୋଇଛି । ସମୁଦ୍ର ଘାସରେ ଏହି ସବୁ ଘର ତିଆରି ହୋଇଥିବା ଜଣାପଡିଛି। ଏହି ଘର ଅନେକ ବର୍ଷ ଯାଏଁ ମଜବୁତ ହୋଇ ରହିଥାଏ । ଭୂମିକମ୍ପରେ ମଧ୍ୟ ଏହି ଘରର କୌଣସି କ୍ଷତି ହୋଇନଥାଏ । ଅନେକ ବର୍ଷ ତଳୁ ଲୋକମାନେ ଏହି ଘର ତିଆରି ରହି ଆସୁଛନ୍ତି ।

ଲେସୋ ଦ୍ୱୀପରେ ସମୁଦ୍ରରୁ ଲୁଣ ବାହାର କରି ଲୋକମାନେ ବ୍ୟବସାୟ କରିଥାନ୍ତି । ଏହି ଉଦ୍ୟୋଗକୁ ଆଗକୁ ବଢାଇବା ପାଇଁ ଅନେକ ଗଛ କାଟି ଦିଆଯାଉଛି । ତେଣୁ ଘର ତିଆରି କରିବାକୁ କାଠର ଅଭାବ ରହୁଛି । ସେଥିପାଇଁ ଏଠାରେ ସମୁଦ୍ର ଘାସରେ ଘର ତିଆରି କରାଯାଉଛି ।

newscrab.com

ସେହିପରି ସମୁଦ୍ର ମଝିରେ ଘର ହୋଇଥିବାରୁ ଏଠାରେ ଅନେକ ସୁବିଧା ମଧ୍ୟ ମିଳିଥାଏ । ଅନେକ ଥର ଏଠାରେ ଜାହାଜ ଦୁର୍ଘଟଣା ହୋଇ କୂଳରେ ଲାଗିଯାଏ । ସେହି ଭଙ୍ଗା ଜାହାଜ ଛାତରେ ଘାସ ରଖି ଘର ମଧ୍ୟ ତିଆରି କରିଥାନ୍ତି ଲୋକମାନେ । ୧୯୨୦ରେ ଏଠାରେ ସମୁଦ୍ର ଘାସରେ ଫଙ୍ଗଲ ଇନଫେକ୍ସନ ହୋଇଥିଲା । ଏହାପରେ ଲୋକେ ଏହି ଘାସରେ ଘର ତିଆରି କରିବା ବନ୍ଦ କରିଦେଇଥିଲେ । ବର୍ତ୍ତମାନ ୧୮ ଶହ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱିପରେ ୩୬ଟି ଘାସ ତିଆରି ଘର ରହିଛି ।

୨୦୧୨ରୁ ପୁଣି ଏଠାରେ ଏହି ଘାସ ତିଆରି ଘର ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଲା ଏହି ଘରେ ନିଆଁ ଲାଗିନଥାଏ ଏବଂ ଏହି ଘର କାର୍ବନ ଡାଇଅକ୍ସାଇଡକୁ ଶୋଷଣ କରିଥାଏ । ଫଳରେ ଏହି ଘରେ ରହୁଥିବା ଲୋକଙ୍କୁ ଅମ୍ଲଜାନର ଅଭାବ ମଧ୍ୟ ପଡିନଥାଏ ।

ସମ୍ବନ୍ଧିତ ଖବର