ଜାଣନ୍ତୁ କର୍ଣ୍ଣଙ୍କ ପୂର୍ବଜନ୍ମର କଥା, କିପରି କର୍ଣ୍ଣଙ୍କଠାରୁ ପ୍ରତିଶୋଧ ନେବାକୁ ନର-ନାରାୟଣ ହୋଇଥିଲେ ଯୁଧିଷ୍ଠିର ଓ ଅର୍ଜୁନ
ଯେପରି ଯୁଧିଷ୍ଠିର କହିଲେ ଧର୍ମବୀର ଓ ଅର୍ଜୁନ କହିଲେ ଧନୁର୍ଦ୍ଧାରୀ ବୋଲି ଶବ୍ଦ ମନକୁ ଆସେ ସେହିପରି କର୍ଣ୍ଣ କହିଲେ ଆପଣଙ୍କ ମନକୁ କ’ଣ ଆସେ? ମହାଯୋଦ୍ଧା ବୋଲି ଶବ୍ଦଟେ ମନକୁ ଆସେନି କି? ମହାଭାରତରେ ଯଦି କିଏ ଅର୍ଜୁନଙ୍କ ସମକକ୍ଷ ଥିଲେ ସେ ଥିଲେ କର୍ଣ୍ଣ। ସେ ଚାହିଁଥିଲେ କରିପାରିଥାନ୍ତେ ପାଣ୍ଡବଙ୍କ ବଧ। ହେଲେ କାହିଁକି ହାରିଯାଇଥିଲେ କର୍ଣ୍ଣ। ଜାଣନ୍ତୁ ତାଙ୍କ ନିଧନ ପଛର କାହାଣୀ। ପୂର୍ବ ଜନ୍ମରୁ ତାଙ୍କୁ ବଧ କରିବା ପାଇଁ କିପରି ସନ୍ଥ ନର ଓ ନାରାୟଣ ପରଜନ୍ମରେ ଯୁଧିଷ୍ଠିର ଓ ଅର୍ଜୁନ ହୋଇ ଜନ୍ମଲାଭ କରିଥିଲେ। ଜାଣନ୍ତୁ ପୂରା କାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ଜନ୍ମରେ କର୍ଣ୍ଣ ଜଣେ ରାକ୍ଷାସ ଥିଲେ। ତାଙ୍କ ନାମ ଥିଲା ଦାମଭୋଧ୍ଭବୋ। ସେ ବହୁ ଶକ୍ତିଶାଳୀ ଓ ସୈତାନ ଥିବାରୁ ସମେସ୍ତ ତାଙ୍କୁ ଭୟ କରୁଥିଲେ। ସେ ସୂର୍ଯ୍ୟ ଦେବତାଙ୍କଠାରୁ ଏକ ବର ଦାନ ସ୍ୱରୂପ ୧୦୦୦ ରକ୍ଷା କବଚ ପାଇଥିଲେ, ଯାହାକି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଧ୍ୱଂସ ପାଇବ ବୋଲି ସୂର୍ଯ୍ୟ ତାଙ୍କୁ କହିଥିଲେ। ସୂର୍ଯ୍ୟ ଦେବତା କହିଥିଲେ କି, ‘ଏହି କବଚକୁ ଏକା ଥରକେ ଧ୍ୱଂସ କରାଯାଇପାରିବ। କେବଳ ସିଏ ହିଁ ଧ୍ୱଂସ କରିପାରିବ ଯିଏ ୧୦୦ ବର୍ଷ ତପସ୍ୟା କରିଥିବ। ପ୍ରକୃତ ଯୋଦ୍ଧାକୁ ଛାଡ଼ି ଦେଲେ ଆଉ ଯିଏ ଏହି କବଚକୁ ନଷ୍ଟ କରିବାକୁ ଚାହିଁବ ସେ ତୁରନ୍ତ ମୃତ୍ୟୁବରଣ କରିବ।’ ଏହି ଆଶୀର୍ବାଦ ଏକ ପ୍ରକାରର ଅମର ବର ସହ ସମାନ ହୋଇଗଲା। ତା’ପରେ କିଛି ବର୍ଷ ପରେ ନର ଓ ନାରାୟଣ ନାମରେ ଦୁଇ ସନ୍ଥ କର୍ଣ୍ଣଙ୍କ ସହ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ସେମାନେ କର୍ଣ୍ଣଙ୍କର ଗୋଟାଏ ପରେ ଗୋଟାଏ ୯୯୯ କବଚକୁ ଧ୍ୱଂସ କରିଦେଲେ। କର୍ଣ୍ଣ ଆଉ କିଛି ଉପାୟ ନପାଇ ଶେଷ କବଚକୁ ବଞ୍ଚାଇବା ପାଇଁ ସୂର୍ଯ୍ୟଙ୍କ ପାଖକୁ ଧାଇଁଲେ।
ସୂର୍ଯ୍ୟ ଦେବତା ନର ଓ ନାରାୟଣଙ୍କ ମୁଣ୍ଡରେ ହାତ ବୁଲଇବାରୁ ସେ ଦୁହେଁ ଧ୍ୱଂସ ପାଇଗଲେ। ହେଲେ ସେ ଦୁହେଁ ନିଜର ପ୍ରତିଶୋଧ ପୂରା କରିବାକୁ ପର ଜନ୍ମରେ ଅର୍ଜୁନ ଓ ଯୁଧିିଷଠିର ହୋଇ ଜନ୍ମ ନେଲେ। ଏପଟେ ସୂର୍ଯ୍ୟ ନଦୀରେ ଗାଧୋଉଥିବା କୁଆଁରୀ କୁନ୍ତୀଙ୍କ ଗର୍ଭରେ କର୍ଣ୍ଣଙ୍କୁ ରଖିଦେଲେ। କର୍ଣ୍ଣ ଜନ୍ମ ଦେବା ପରେ ଲୋକଲଜ୍ଜା ଭୟ ମାଆ କୁନ୍ତୀ ତାଙ୍କୁ ପାଣିରେ ଭସାଇ ଦେଇଥିଲେ।