ସବୁଠାରୁ ଡେଙ୍ଗା ଜିରାଫ୍‌

‘ଗିନିଜ୍‌ ବୁକ୍‌’ ଅନୁଯାୟୀ ଅଷ୍ଟ୍ରେଲିଆର ଏକ ଚିଡ଼ିଆଖାନାରେ ରହୁଥିବା ‘ଫରେସ୍‌ଟ’ ନାମକ ଜିରାଫ୍‌ ଏବେ ବିଶ୍ବରେ ଦୀର୍ଘତମ। ଏହାର ବୟସ ତେର ବର୍ଷ ଏବଂ ଲମ୍ବ ତଥାପି ବଢ଼ୁଛି। ଏହାର ଉଚ୍ଚତା ଏବେ ୧୮ ଫୁଟ୍‌ ୮ ଇଂଚ୍‌। ବିଶାଳ ଆକାରର ହୋଇଥିଲେ ହେଁ ‘ଫରେସ୍‌ଟ’ ଶାନ୍ତ ଓ ମାତ୍ରାଧିକ ଅଳସୁଆ। ବିଶେଷ ଚଲା-ବୁଲା କରେନାହିଁ। ଜଙ୍ଗଲରେ ଥିଲେ ତା’ ଆକାର ଦେଖି ମାଈ ଜିରାଫ୍‌ମାନେ ଆକର୍ଷିତ ହୋଇଥାଆନ୍ତେ। କୋଡ଼ିଏ କିଲୋଗ୍ରାମ୍‌ ଆଲ୍‌ଫାଆଲ୍‌ଫା ନଡ଼ା ଓ ତିନି କିଲୋଗ୍ରାମ୍‌ ପନି-ପରିବା ଜୁଲୁର ନିତିଦିନିଆ ଖୋରାକ। ପ୍ରାକୃତିକ ପରିବେଶରେ ଜିରାଫ୍‌ ପନ୍ଦର ଫୁଟ୍‌ ଉଚ୍ଚତା ଯାଏ ବଢ଼ୁଥିବା ବେଳେ ଇ˚ଲଣ୍ତ୍‌ର ‘ଫୋଲି ଫାର୍ମ‌୍‌’ ଚିଡ଼ିଆଖାନାରେ ଏକଦା ରହୁଥିବା ‘ଜୁଲୁ’ ନାମକ ଅଣ୍ତିରା ଜିରାଫ୍‌ ଉଚ୍ଚତାରେ ଊଣେଇଶ ଫୁଟ୍‌ ଟପିଯାଇଥିଲା। ୨୦୧୭ରେ, ଅଠର ବର୍ଷ ବୟସରେ, ତାହାର ପ୍ରାକୃତିକ ମୃତ୍ୟୁ ‌ହୋଇଥିଲା। ‘ଜୁଲୁ’ ପ୍ରଥମେ ନେଦର‌୍‌ଲାଣ୍ତ୍‌ର ଏକ ଚିଡ଼ିଆଖାନାରେ ଥିଲା। ୨୦୧୨ ତା’କୁ ଇ˚ଲଣ୍ତ୍‌ ଅଣାଯାଇଥିଲା। କୌଣସି କାରଣରୁ ‘ଜୁଲୁ’, ‘ଗିନିଜ୍‌ ବୁକ୍‌’ର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର