ମୁମ୍ବାଇ: ଗୁରୁ ବା ଗୁରୁଜନମାନଙ୍କ ପାଦ ଛୁଇଁବାର ପରମ୍ପରା ଆମର ରହିଆସିଛି। ଏହା ବଦଳରେ ସାନମାନଙ୍କୁ ଆଶୀର୍ବାଦ ମିଳିଥାଏ। ପ୍ରାଚୀନ କାଳରେ ଆମ ଦେଶରେ ଗୁରୁଙ୍କୁ ଭଗବାନଙ୍କଠାରୁ ବି ଉଚ୍ଚ ଆସନରେ ବସାଯାଉଥିଲା। ଏହି କାରଣରୁ ଗୁରୁଙ୍କ ପାଦ ଛୁଇଁ ତାଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଏବେ ବି ରହିଆସିଛି।
କୁହାଯାଏ, ଗୁରୁଙ୍କ ପାଦ ଛୁଇଁଲେ କେବଳ ଗୁରୁ ନୁହେଁ ବରଂ ଭଗବାନଙ୍କଠୁ ବି ଅସୀମ କୃପା ମିଳିଥାଏ। ତେବେ ବିଚିତ୍ର କଥା ହେଲା ମୁମ୍ବାଇରେ ଏମିତି ଏକ ସ୍କୁଲ୍ ଅଛି, ଯେଉଁଠି ଠିକ୍ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଛାତ୍ରଛାତ୍ରୀମାନଙ୍କ ପାଦ ଛୁଇଁଥାନ୍ତି। ସବୁଦିନ ସକାଳେ ଏହି ପରମ୍ପରା ଋଷିକୁଳ ଗୁରୁକୁଳ ବିଦ୍ୟାଳୟରେ ଦେଖିବାକୁ ମିଳେ।
The Financial Expressଭାରତରେ ପିଲାମାନଙ୍କୁ ଭଗବାନଙ୍କ ରୂପ ବୋଲି ବିବେଚନା କରାଯାଏ। ଏଥିପାଇଁ ସେମାନଙ୍କ ପାଦ ଛୁଇଁବା ଭଗବାନଙ୍କ ସମ୍ମୁଖରେ ମୁଣ୍ଡିଆ ମାରିବା ସହ ସମାନ। ସେପଟେ ଗୁରୁକୁଳରେ ଚାଲିଆସୁଥିବା ଏହି ପରମ୍ପରାରୁ ଶିକ୍ଷକମାନଙ୍କ ପ୍ରତି ବି ସମ୍ମାନର ଭାବନା ବଢ଼ିଯାଇଛି। ଶିକ୍ଷକମାନେ ଏଠାରେ ପିଲାମାନଙ୍କଠାରୁ ଆଶୀର୍ବାଦ ମାଗିଥାନ୍ତି। ସେମାନଙ୍କ ବିଶ୍ୱାସ ଯେ ଏମିତି କରିବା ଦ୍ୱାରା ଛାତ୍ରମାନଙ୍କୁ ଗୁରୁଙ୍କୁ ସମ୍ମାନ ଦେବାର ପ୍ରେରଣା ମଧ୍ୟ ମିଳିପାରିବ। ଏହି ସ୍କୁଲ୍ ଘାଟକୋପରରେ ସଂଚାଳିତ ହେଉଛି, ଯାହାକି ମହାରାଷ୍ଟ୍ର ରାଜ୍ୟ ସେକେଣ୍ଡାରୀ ବୋର୍ଡ ସହିତ ଜଡ଼ିତ। ଏହି କୋ-ଏଡ ସ୍କୁଲ୍ ଏବେ ଭଡ଼ା ଘରେ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Teachers-Touches-Feet-of-Students_Thumbnail.jpg)