ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ୩.୨ ଡିଗ୍ରି ବଢିପାରେ

ନୂଆଦିଲ୍ଲୀ: ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ୩.୨ ଡିଗ୍ରି ବଢିପାରେ। ଜଳବାୟୁର ପରିବର୍ତ୍ତନ ତାପମାତ୍ରା ବୃଦ୍ଧିର ଏକ ମୁଖ୍ୟ କାରଣ ଅଟେ, ଯାହା ଏ ବିଶ୍ବକୁ ଧିରେ ଧିରେ ବିପଦ ଆଡ଼କୁ ଟାଣି ନେଇ ଯାଉଛି । ଏହାକୁ ରୋକିବାକୁ ଦୁନିଆରେ ଅନେକ ବିକଳ୍ପ ଥିବା ସତ୍ତ୍ବେ କାହିଁକି ବିକଳ୍ପଗୁଡ଼ିକୁ ଆପଣାଯାଉନାହିଁ କି ଚେଷ୍ଟା ମଧ୍ୟ କରାଯାଉନାହିଁ ? ଚଳିତ ବର୍ଷ ଏପ୍ରିଲ୍ ୪ ତାରିଖରେ ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଷଷ୍ଠ ରିପୋର୍ଟର ତୃତୀୟ ସଂସ୍କରଣରେ ଏ ସବୁ ବିଷୟରେ ଦର୍ଶାଯାଇଛି । ପ୍ରାୟ ୩୦୦୦ ପୃଷ୍ଠାର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୯ରେ ୫୯ ଗିଗାଟୋନ୍ କାର୍ବନ୍ ଡାଇଅକ୍ସାଇଡର ନିର୍ଗମନ ହୋଇଥିଲା, ଯାହାକି ୧୯୯୦ ତୁଳନାରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି । ମୁଖ୍ୟତଃ ଶିଳ୍ପରେ ଜୀବାଶ୍ମ ଇନ୍ଧନ ଜାଳିବା ଦ୍ବାରା ଓ ମିଥେନର ନିର୍ଗମନ କାରଣରୁ କାର୍ବନ ଡାଇଅକ୍ସାଇଡର ପରିମାଣରେ ବୃଦ୍ଧି ଘଟିଛି ।

୨୦୧୯ ମସିହାରେ, ସାରା ବିଶ୍ୱରେ କାର୍ବନ ନିର୍ଗମନରେ କମ୍ ବିକଶିତ ଦେଶଗୁଡ଼ିକର ସଂଖ୍ୟା ମାତ୍ର ୩.୩ ପ୍ରତିଶତ ଥିଲା । କମ୍ ବିକଶିତ ଦେଶମାନଙ୍କରେ ମୁଣ୍ଡପିଛା କାରର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ୧୯୯୦-୨୦୧୯ ମଧ୍ୟରେ ୧.୭ ଟନ୍ ଥିଲା । ୨୦୧୯ ମସିହାରେ, ବିଶ୍ବ ଜନସଂଖ୍ୟାର ୪୧% ଲୋକ ସେହି ଦେଶରେ ବାସ କରୁଥିଲେ ଯେଉଁଠାରେ ମୁଣ୍ଡପିଛା କାରର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ୩ ଟନରୁ କମ୍ ଥିଲା । ୨୦୦୦-୨୦୧୯ ମଧ୍ୟରେ ୨.୧ ପ୍ରତିଶତ ତୁଳନାରେ ୨୦୧୦-୨୦୧୯ ମଧ୍ୟରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ବାର୍ଷିକ ୧.୩ ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ବର ୧୮ଟି ଦେଶ ଅଙ୍ଗାରକାମ୍ଳ ଶକ୍ତି ଉତ୍ପାଦନ କରି ଶକ୍ତି ଆବଶ୍ୟକତା ହ୍ରାସ କରି ୧୦ ବର୍ଷ ମଧ୍ୟରେ କ୍ରମାଗତ ଭାବରେ ସେମାନଙ୍କର ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିଛନ୍ତି । ଅବଶ୍ୟ, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ସ୍ତର ସହିତ ତୁଳନାତ୍ମକ ଭାବରେ ବିଶ୍ବର ତାପମାତ୍ରାକୁ ୧.୫ କିମ୍ବା ୨ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ପ୍ୟାରିସ୍ ଚୁକ୍ତିନାମା ଲକ୍ଷ୍ୟ ପୂରଣ କରିବାକୁ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ । ୨୦୨୦ରେ କାର୍ଯ୍ୟକାରୀ ହୋଇଥିବା ସାମ୍ପ୍ରତିକ ନୀତି ଯଦି ମଜବୁତ ନହୁଏ, ତେବେ ୨୧୦୦ ବର୍ଷ ସୁଦ୍ଧା ବିଶ୍ବର ତାପମାତ୍ରା ୩.୨ ଡିଗ୍ରି ସେଲସିୟସକୁ ବୃଦ୍ଧି ପାଇବ । ଏପରିକି ପ୍ୟାରିସ୍ ଚୁକ୍ତିନାମା ସ୍ୱାକ୍ଷର କରିଥିବା ଦେଶମାନଙ୍କ ଦ୍ୱାରା ନିଆଯାଇଥିବା ଶପଥ ମଧ୍ୟ ପର୍ଯ୍ୟାପ୍ତ ନୁହେଁ ।

ଆଇପିସିସି ରିପୋର୍ଟ ଅନୁଯାୟୀ, ଯଦି ପ୍ୟାରିସ୍ ଚୁକ୍ତିନାମା ଅନୁଯାୟୀ ଅକ୍ଟୋବର ୨୦୨୧ ସୁଦ୍ଧା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକ ଯଦି ଅନ୍ତର୍ଭୂକ୍ତ କରାଯାଏ, ତେବେ ୨୧୦୦ ସୁଦ୍ଧା ବିଶ୍ବର ତାପମାତ୍ରା ୨.୮ ଡିଗ୍ରି ସେଲସିୟସ ବୃଦ୍ଧି ପାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ, ସି-୧ ଏକ ଉତ୍ତମ ବିକଳ୍ପ ହୋଇପାରେ । ତାପମାତ୍ରାର ବୃଦ୍ଧିକୁ ୧.୫ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ସୀମିତ ରଖିବା ପାଇଁ କଣ କରାଯାଇପାରିବ ଆଇପିସିସି ବ୍ୟାଖ୍ୟା କରିଛି । ଯଦିଓ ଏହା ତତକ୍ଷଣାତ୍ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ବଢିପାରେ, କିନ୍ତୁ ଟେକ୍ନୋଲୋଜି ସାହାଯ୍ୟରେ ଏହା ହ୍ରାସ ହୋଇପାରେ । ସି-୧ ହାସଲ କରିବାକୁ, ୨୦୩୦ ସୁଦ୍ଧା କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ ୪୧ ପ୍ରତିଶତ ହ୍ରାସ କରିବାକୁ ପଡିବ ଏବଂ ନିର୍ଗମନକୁ ୨୦୧୯ ସ୍ତରକୁ ଆଣିବାକୁ ପଡିବ ଯଥା ୨୦୩୦ ସୁଦ୍ଧା ୩୧ ଗିଗାଟନ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୨୦୫୦ ସୁଦ୍ଧା ୨୦୧୯ ବର୍ଷ ତୁଳନାରେ କୋଇଲା, ତୈଳ ଏବଂ ଗ୍ୟାସର ବ୍ୟବହାର ଯଥାକ୍ରମେ ୯୫ ପ୍ରତିଶତ, ୬୦ ପ୍ରତିଶତ ଏବଂ ୪୫ ପ୍ରତିଶତ ହ୍ରାସ କରିବାକୁ ପଡିବ। ୨୦୧୦ ମସିହାରୁ ସର୍ବନିମ୍ନ କାର୍ବନ ନିର୍ଗମନ ଟେକ୍ନୋଲୋଜିର ମୂଲ୍ୟ ହ୍ରାସ ପାଇଛି | ଏକ ୟୁନିଟ୍ ମୂଲ୍ୟକୁ ଆଧାରକରି ସୌର ଶକ୍ତି ପ୍ରଯୁକ୍ତିବିଦ୍ୟାର ମୂଲ୍ୟ ୮୫ ପ୍ରତିଶତ, ପବନ ଶକ୍ତି ପ୍ରଯୁକ୍ତିର ମୂଲ୍ୟ ୫୫ ପ୍ରତିଶତ ଏବଂ ଲିଥିୟମ୍ ବ୍ୟାଟେରୀର ମୂଲ୍ୟ ୮୫ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୦ରୁ ଏହାର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ସୌର ଚାଳିତ ଯାନ ବ୍ୟବହାରରେ ୧୦ ଗୁଣା ବୃଦ୍ଧି ଏବଂ ବୈଦ୍ୟୁତିକ ଯାନ ବ୍ୟବହାରରେ ୧୦୦ ଗୁଣ ବୃଦ୍ଧି ଘଟିଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେରିକା ଏବଂ ଅଷ୍ଟ୍ରେଲିଆରେ ଜଳବାୟୁ କାର୍ଯ୍ୟକଳାପ ବିରୋଧରେ ତୈଳ ଏବଂ କୋଇଲା କମ୍ପାନୀଗୁଡିକର ଅଭିଯାନ ଜଣାଶୁଣା, କିନ୍ତୁ ବ୍ରାଜିଲ, କାନାଡା, ନରୱେ ଏବଂ ଜର୍ମାନୀର ଉଦାହରଣ ମଧ୍ୟ ଦେଇଛି। ସୌର ଏବଂ ପବନ ଶକ୍ତି ଉତ୍ପାଦନ ପାଇଁ ବୃହତ ଭିତ୍ତିଭୂମି, ପରିବହନ କ୍ଷେତ୍ରର ବିଦ୍ୟୁତିକରଣ, ପରିବେଶର ସୁରକ୍ଷା ଏବଂ ସ୍ୱଳ୍ପ ଶକ୍ତି ବ୍ୟବହାର ପାଇଁ ବ୍ୟକ୍ତିଗତ ସ୍ତରରେ ଭିତ୍ତିଭୂମି ବିକାଶ ସମ୍ଭବ ହୋଇପାରେ । ଅଧିକ ବିଳମ୍ବ ହୁଏତ ବିଶ୍ବକୁ ବିପଜ୍ଜନକ ସ୍ତରକୁ ନେଇପାରେ ।

ସମ୍ବନ୍ଧିତ ଖବର