ଡାକ ଠିକଣା ଥିବା ଗଛ!

ଜର୍ମାନିରେ ଅଛି, ଏ ଭଳି ଏକ ଓକ୍‌ ଗଛ, ଯାହାର ନିଜର ଡାକ ଠିକଣା ଅଛି। ଯିଏ ଚାହିଁବ, ବିଶ୍ବର ଯେକୌଣସି ଅଞ୍ଚଳରୁ, ଏହି ଠିକଣାରେ ଚିଠି ପଠାଇପାରିବ। ଠିକଣାଟି ହେଲା: Brautigamseiche, Dodauer Forst, 23701 Eutin, Germany। ଏହି ଠିକଣାରେ ଓଡ଼ିଶାରୁ ବି ଚିଠି ପଠାଇଲେ, ଗଛ ପାଖରେ ପହଞ୍ଚିଯିବ। ପ୍ରତି ଦିନ ଏହି ଠିକଣାରେ ପାଞ୍ଚ-ଛଅଟି ଚିଠି ଆସେ। ସାଧାରଣତଃ, ପ୍ରେମିକ ବା ପ୍ରେମିକା ସନ୍ଧାନରେ ଥିବା ମଣିଷ, ଏହି ଠିକଣାରେ ଚିଠି ପଠାନ୍ତି। ଆଉ ଚିଠି ପଠାଉଥିବା ମଣିଷଙ୍କ ଅଭିଳାଷ ପୂରଣ ହେଉଥିବା, ବିଶ୍ବାସ ପ୍ରଚଳିତ। ଗଛଟିର ନାମ ‘ବ୍ରାଇଡ୍‌ଗ୍ରୁମ୍‌ସ ଓକ୍‌’; ବୟସ ଅନ୍ୟୂନ ପାଞ୍ଚ ଶହ ବର୍ଷ।

ideasranking.com

କି˚ବଦନ୍ତି ଅନୁଯାୟୀ, ଜଣେ ସେଲ୍‌ଟିକ୍‌ ମୁଖିଆ, ଏହି ଗଛରେ ନିଜର ଅବାଧ୍ୟ ପୁଅକୁ ବାନ୍ଧିଦେଇଥିଲେ। ଆଉ ତାଙ୍କୁ ମୁକ୍ତ କରିଥିଲା, ଜଣେ ସ୍ଥାନୀୟ କିରସ୍ତାନ ଯୁବତୀ। ପରେ ଦୁହେଁ ବିବାହ କରିଥିଲେ। ଇତିହାସ ଅନୁଯାୟୀ, ଓର୍ଟ‌୍‌ ନାମା ଯୁବତୀ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ତେବେ, ତାଙ୍କ ପିତା, ସେମାନଙ୍କ ବିବାହ କରାଇଦେଉ ନ ଥିଲେ। ତେଣୁ, ସେମାନେ ଏହି ଗଛ କୋଟରରେ ଗୁପ୍ତରେ ପରସ୍ପର ପାଇଁ ପ୍ରେମ-ପତ୍ର ଛାଡ଼ୁଥିଲେ। ଘଟନାକ୍ରମେ ୨ ଜୁନ୍‌ ୧୮୯୧ରେ ଏହି ଗଛ ତଳେ ସେମାନଙ୍କର ବିବାହ ହୋଇଥିଲା। ତାହା ପରଠାରୁ ଗଛର ନାମ ‘ବ୍ରାଇଡ୍‌ଗ୍ରୁମ୍‌ସ ଓକ୍‌’। ଏହା ପରଠାରୁ ପ୍ରେମିକ-ପ୍ରେମିକାମାନେ ଗଛ କୋଟରରେ ପତ୍ର ଛାଡ଼ିବା ଆରମ୍ଭ କରିଥିଲେ। ଏହା ପ୍ରଚାର ହେବା ପରେ ଜର୍ମାନିର ଡାକ ବିଭାଗ ୧୯୨୭ରେ ଗଛ ପାଇଁ ଠିକଣା ପ˚ଜିକୃତ କରିଥିଲା। ଗଛର କୋଟର ଭୂମିଠାରୁ ତିନି ମିଟର‌୍‌ ଉପରେ ଅଛି। ସେଠାକୁ ଚଢ଼ିବା ପାଇଁ କାଠ ଶିଡ଼ି ପଡ଼ିଛି। ଚିଠି ପହଞ୍ଚାଇବା ଦାୟିତ୍ବ ଡାକ ବିଭାଗର। ତେବେ, ଯିଏ ଚାହିଁବ, କୋଟରରୁ ଚିଠି ଆଣି ପଢ଼ିବାରେ ସମସ୍ୟା ନାହିଁ। ସାଧାରଣତଃ, ପ୍ରେମ ସନ୍ଧାନରେ ଥିବା ଯୁବକ-ଯୁବତୀ ଚିଠି ପଢ଼ି ପ୍ରେମିକ ବା ପ୍ରେମିକା ଖୋଜନ୍ତି।

ସମ୍ବନ୍ଧିତ ଖବର