ହାତୀକୁ ସମସ୍ତେ ଏକ ଭଦ୍ର ବନ୍ୟଜନ୍ତୁ ଭାବେ ବିଚାରିଥା’ନ୍ତି। ତାହା ଅତ୍ୟନ୍ତ ବୁଦ୍ଧିମାନ ବୋଲି ମଧ୍ୟ ପ୍ରମାଣିତ। ପୂର୍ବରୁ ହାତୀକୁ ଭିତ୍ତି କରି ଅନେକ କୌତୁକିଆ ଭିଡିଓ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ ହୋଇଛି। ତାହାର ବିଶାଳକାୟ ଚେହେରା ସାଙ୍ଗକୁ ଭୟାନକ ଶୁଣ୍ଢ ସାରା ଜୀବଜଗତ ପାଇଁ ଭୟର କାରଣ ସାଜିଥାଏ। ତେବେ ନିକଟରେ ପ୍ରସାରିତ ହୋଇଥିବା ଏକ ଭିଡିଓରେ ହାତୀର ଦୁଃସାହସ ସାଙ୍ଗକୁ ଏକ ମାଈ ସିଂହକୁ ଘଉଡ଼ାଇବାରେ ସେ ପ୍ରୟୋଗ କରିଥିବା ଅଭିନବ କୌଶଳ ଚର୍ଚ୍ଚାର ବିଷୟ ହୋଇଛି। କ୍ରୁଗର ସାଇଟିଂସ ଦ୍ବାରା ୟୁଟ୍ୟୁବ୍ରେ ଛଡ଼ାଯାଇଥିବା ଏହି ଭିଡିଓ କ୍ଲିପିଂରେ ଏକ ଦନ୍ତା ହାତୀ ସହ ସିଂହୀର ମୁହାଁମୁହିଁ ଅବସ୍ଥା ଦୃଶ୍ୟାୟତ୍ତ ହୋଇଛି। ପ୍ରଥମେ ଦନ୍ତା ହାତୀଟି ଜଙ୍ଗଲ ମଧ୍ୟସ୍ଥ ଏକ ଜଳଭର୍ତ୍ତି ବାମ୍ଫି ଆଡ଼କୁ ଆସୁଛି। ସିଂହୀଟି ବାମ୍ଫି ନିକଟରେ ବିଶ୍ରାମ ନେଇଥିଲେ ବି ଦନ୍ତାର ଗତିବିଧି ପ୍ରତି ତାହାର ଲକ୍ଷ୍ୟ ନ ଥିଲା। ତେବେ ଦନ୍ତାଟି ହଠାତ୍ ସିଂହୀକୁ ଦେଖି ଅଟକିଯାଇଛି ଏବଂ ସତର୍କତାର ସହ ଶୁଣ୍ଢ ସାହାଯ୍ୟରେ ବାମ୍ଫିରୁ ପାଣି ଟାଣିବାରେ ଲାଗିଛି। ଶେଷରେ ଶୁଣ୍ଢଭର୍ତ୍ତି ସବୁତକ ପାଣି ସେ ସିଂହୀ ଉପରକୁ ଛାଟିବାରେ ଲାଗିଛି। ଏଥିରେ ବ୍ୟତିବ୍ୟସ୍ତ ହୋଇ ସିଂହୀଟି ସେ ସ୍ଥାନ ଛାଡ଼ି ପଳାଇଯାଇଛି। ଉକ୍ତ ଭିଡିଓଟି ୟୁଟ୍ୟୁବ୍ରେ ଛଡ଼ାଯିବାର ଖୁବ୍ କମ୍ ସମୟ ଭିତରେ ଏହାକୁ ସାଢ଼େ ୬ ନିୟୁତ ଦର୍ଶକ ଉପଭୋଗ କରିବା ସହ ଅନେକ ମଧ୍ୟ ହାତୀର ସାହସିକତାକୁ ପ୍ରଶଂସା କରି ମନ୍ତବ୍ୟମାନ ଲେଖିଛନ୍ତି।
ସିଂହୀକୁ ତଡ଼ିବାକୁ ଦନ୍ତାହାତୀର କୌଶଳ
/sambad/media/post_attachments/wp-content/uploads/2023/04/654654sf6sfhfhshffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)