ଇତିହାସ ରଚିଲେ ଶାଶୁ-ଶଶୁର: ବିଧବା ବୋହୂର ଦୁଃଖ ଦେଖି ନ ପାରି ଝିଅ କରି ପୁର୍ନବିବାହ କରାଇଲେ

ଡ଼େରାଡୁନ୍‌ : ପୁଅର ମୃତ୍ୟୁ ପରେ ବୋହୂକୁ ଭାଙ୍ଗି ପଡ଼ିଥିବା ଦେଖି ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଡ଼େରାଡୁନ୍‌ର ରହୁଥିବା ଶାଶୁ-ଶଶୁର । ଯୌତୁକ ପାଇଁ ଘରର ଲକ୍ଷ୍ମୀର ହତ୍ୟା କରାଯାଉଥିବା ବେଳେ ଏଭଳି ଏକ ପଦକ୍ଷେପ ସେମାନଙ୍କୁ ପ୍ରଶଂସାର ପାତ୍ର କରିଛି । ବୋହୂର ଅବସ୍ଥା ଦେଖି ତା’ର ଜୀବନ ଯେମିତି ନଷ୍ଟ ନ ହେଉ ସେ ନେଇ ଉଭୟ ଶାଶୁ-ଶଶୁର ଭଲ ବର ଖୋଜି ବୋହୂକୁ  ଝିଅ କରି ଆଉ ଥରେ  ବିବାହ କରାଇଛନ୍ତି ।

IndiaFilings

ସୂଚନା ମୁତାବକ, ବାଲାବାଲାରେ ରହୁଥିବା ବିଜୟ ଚନ୍ଦ୍ରଙ୍କ ପୁଅ ସନ୍ଦୀପ୍‌ଙ୍କ ବିବାହ ୨୦୧୪ରେ କବିତାଙ୍କ ସହ ହୋଇଥିଲା । କିନ୍ତୁ ଗତ ବର୍ଷ ହରିଦ୍ୱାରରେ ହୋଇଥିବା ଏକ ଦୁର୍ଘଟଣାର ଶିକାର ହେବା ପରେ ସନ୍ଦୀପ୍‌ଙ୍କ ମୃତ୍ୟୁ ହୋଇ ଯାଇଥିଲା । ପୁଅ ଯିବା ପରେ ସାରା ପରିବାର ଭାଙ୍ଗି ପଡ଼ିଥିଲା । କିନ୍ତୁ ବର୍ଷେ ପରେ ବୋହୂର ମାନସିକ ଅବସ୍ଥା ଦେଖି ଶାଶୁଘର ଲୋକେ ବୋହୁର ପୁର୍ନବିବାହ କରାଇବା ପାଇଁ ନିଷ୍ପତ୍ତିି ନେଇଥିଲେ । ଅନେକ ବୁଝାଇବା ପରେ କବିତା ବିବାହ କରିବା ପାଇଁ ରାଜି ହୋଇଥିଲେ । ଋଷିକେଶରେ ରହୁଥିବା ତେଜପାଲ ସିଂହଙ୍କ ସହ କବିତାଙ୍କ ବିବାହ ସଂପନ୍ନ ହୋଇଥିଲା ।

ସମ୍ବନ୍ଧିତ ଖବର