କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ରୋମାଞ୍ଚ ସୃଷ୍ଟି କରିଥିବା ଏକ ବିବାହକୁ ଏକ ବର୍ଷ ପୂରଣ ହୋଇଛି। ୨୦୨୪ରେ ରାଧିକା ମର୍ଚାଣ୍ଟ ଓ ଅନନ୍ତ ଅମ୍ବାନିଙ୍କ ବିବାହ ସମ୍ପନ୍ନ ହୋଇଥଲା। ଏକ ସାମାଜିକ କାର୍ଯ୍ୟକ୍ରମ ଭା‌ବେ ଆରମ୍ଭ ହୋଇଥିବା ଏହି ବିବାହ ପରବର୍ତ୍ତୀ ସମୟରେ ଭାରତର ସବୁଠୁ ଅଧିକ ଅନୁସରଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା। ଏହି ବିବାହ ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିଥିଲା। ବିଶ୍ବବ୍ୟାପୀ କୋଟି କୋଟି ଲୋକ ଏହି ସୁନ୍ଦର ତଥା ଅର୍ଥପୂର୍ଣ୍ଣ ପରମ୍ପରାକୁ ପାଳନ କରାଯାଉଥିବା ଦୃଶ୍ୟକୁ ମୁଖ୍ୟସ୍ରୋତର ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ଦେଖିଥିଲେ।

Advertisment

ହିନ୍ଦୁ ବିବାହର ପବିତ୍ର ମହତ୍ତ୍ବ
ହିନ୍ଦୁ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହା କେବଳ ଏକ ସାମାଜିକ ରାଜିନାମା ନୁହେଁ, ଏହା ହେଉଛି ଏକ ପବିତ୍ର ଓ ସାରା ଜୀବନ ପାଇଁ ପ୍ରତିବଦ୍ଧତା। ଏଥିରେ ଦୁଇ ଜଣ ପୁରୁଷ ଓ ମହିଳାଙ୍କ ସହିତ ସେମାନଙ୍କ ପରିବାର ଓ ସମାଜ ଗୋଟିଏ ବନ୍ଧନରେ ବାନ୍ଧି ହୋଇଥାନ୍ତି। ବହୁ ରୀତିନୀତି ଓ ବିଧି ଅନୁସାରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ବିବାହ ହେଉଛି ବ୍ୟକ୍ତିଗତ ଆତ୍ମସନ୍ତୁଷ୍ଟିଠାରୁ ଅଧିକ। ଏହା ହେଉଛି ଧାର୍ମିକ ଦାୟିତ୍ବ ପାଳନ କରିବା ଓ ସାମାଜିକ ବ୍ୟବସ୍ଥା ପ୍ରତି ଯୋଗଦାନ ପ୍ରଦାନ କରିବାର ଏକ କାର୍ଯ୍ୟକ୍ରମ। ଆଧୁନିକ ଚଳଣୀରେ ଅଧିକାଂଶ ବିବାହରେ ପ୍ରାଚୀନ ପ୍ରଥାକୁ ଅଣଦେଖା କରାଯାଉଛି। କିନ୍ତୁ ଏହି ଅମ୍ବାନି ଦମ୍ପତି ପ୍ରତିଟି ଭାରତୀୟ ପରମ୍ପରା ଓ ପ୍ରଥାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ବରିଷ୍ଠ ଓ ଆଧ୍ୟାତ୍ମିକ ନେତୃବୃନ୍ଦଙ୍କ ଆଶୀର୍ବାଦ ଓ ଜ୍ଞାନରୁ ସେମାନେ ନିଜର ବିବାହ ଜୀବନ ଆରମ୍ଭ କରିବାର ଅଭିଳାଷ ରଖିଥିଲେ। ରାଧିକା-ଅନନ୍ତଙ୍କ ବିବାହ ସେହି ଶକ୍ତିଶାଳୀ ବାର୍ତ୍ତାକୁ ସାରା ବିଶ୍ବରେ ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚାଇଥିଲା। ସମଗ୍ର ବିଶ୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ଉକ୍ତ ବିବାହ ସମାରୋହରେ ପ୍ରତ୍ୟକ୍ଷ ଭା‌ବେ ସାମିଲ ହୋଇଥିଲେ।

ମାନବିକତା ଓ ପରମ୍ପରାକୁ ଗ୍ରହଣ କରିବା
ମାନବ ସେବା ହିଁ ମାଧବ ସେବାକୁ ମୂଳମନ୍ତ୍ର କରି ଅମ୍ବାନି ପରିବାର ପକ୍ଷରୁ ଏହି ବିବାହକୁ ନଭି ମୁମ୍ବାଇର ରିଲାଏନ୍ସ କର୍ପୋରେଟ୍ ପାର୍କରେ ୫୦ ଅନଗ୍ରସର ଦମ୍ପତିଙ୍କ ସାମୂହିକ ବିବାହ ସମାରୋହ ସହ ଆରମ୍ଭ କରାଯାଇଥିଲା। ସେଥ‌ିରେ ସମସ୍ତ ଅମ୍ବାନି ପରିବାର ସଦସ୍ୟ ସମେତ ୮୦୦ରୁ ଅଧିକ ଅତିଥି ଯୋଡ଼ିହୋଇ ନବ ବିବାହିତ ଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ ଓ ଉପହାର ଦେଇଥିଲେ। ତିନି ଦିନ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଭଣ୍ଡାରା ଖୋଲାଯାଇ ଏକ କମ୍ୟୁନିଟି କିଚେନ୍‌ ଜରିଆରେ ଦୈନିକ ୧୦୦୦ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ପରଷା ଯାଇଥିଲା। ଏହି ବିବାହ କାର୍ଯ୍ୟକ୍ରମ ଅନେକ ସପ୍ତାହ ଧରି ଚାଲିଥିଲା, ଯେଉଁଥିରେ ଅନେକ ଛୋଟ ତଥା ମହତ୍ବପୂର୍ଣ୍ଣ ରୀତିନୀତି ପାଳନ କରାଯାଇଥିଲା। ଗୁଜରାଟୀ ପରମ୍ପରା ଅନୁସାରେ ‘ମୋସାଲୁ’ରେ ବର ପକ୍ଷ ମାମୁଁ ଘର ତରଫରୁ ବର ଓ ବଧୂଙ୍କୁ ପାରମ୍ପରିକ ଉପହାର ମାମେରୁ ଦେଇଥିଲେ। ଜାମନଗର ମନ୍ଦିର ପରିସରରେ ନୀତା ଅମ୍ବାନିଙ୍କ ଦ୍ବାରା ଭକ୍ତି ନୃତ୍ୟ ପରିବେଷଣ କରାଯାଇଥିଲା, ଯେଉଁଥିରେ ସେ ନୃତ୍ୟ ଜରିଆରେ ଭାରତୀୟ ଆଧ୍ୟାତ୍ମିକତା ଓ ଜଣେ ମା’ର ଭଲ ପାଇବାକୁ ଦର୍ଶାଇଥିଲେ।

ବନାରସ ଓ ଭାରତୀୟ ପୋଷାକ ପ୍ରତି ସମ୍ମାନ
ବିବାହ ଦିନର ସାଜସଜ୍ଜା ନାମ ଦିଆଯାଇଥିଲା ‘ଆନ୍ ଓଡ୍‌ ଟୁ ବନାରସ୍‌ (ବନାରସକୁ ସମର୍ପିତ ଏକ ସ୍ମୃତି)’ ଯେଉଁଥିରେ ବନାରସ ଘାଟର ଯାତ୍ରାକୁ ସାରା ବିଶ୍ବର ଅତିଥି ପ୍ରତ୍ୟକ୍ଷ କରିଥିଲେ। ଜିଓ ୱାର୍ଲଡ୍ ସେଣ୍ଟର ସେହିଦିନ ବନାରସର ଗଳିକନ୍ଦି ଭଳି ଦେଖାଯାଇଥିଲା ଯାହା ଅତିଥିମାନଙ୍କୁ ସହରର ପରମ୍ପରା, ସ୍ବାଦ ଓ ଆଧ୍ୟାତ୍ମିକତା ସହ ଯୋଡ଼ିହେବାର ସୁଯୋଗ ଦେଇଥିଲା। ବିବାହ ଦିନର ଡ୍ରେସ୍‌ କୋଡ୍‌ ବିଷୟ ଥିଲା ‘ଦୀପ୍ତିମୟ ଭାରତୀୟ’, ଯେଉଁଥିରେ ସମସ୍ତ ଆମନ୍ତ୍ରିତ ଅତିଥି ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିଥିଲେ, ଯାହା ଭାରତୀୟ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିଥିଲା। ରାଧିକା ମର୍ଚାଣ୍ଟ ଓ ଅନନ୍ତ ଅମ୍ବାନିଙ୍କ ବିବାହ‌େ କେବଳ ଦୁଇ ଜଣ ଏକତ୍ରୀତ ହେବାର ଏକ ଉତ୍ସବ ନଥିଲା, ବରଂ ଏହା ଥିଲା ଗଭୀର ପରମ୍ପରା‌, ବିଶ୍ବବ୍ୟାପୀ ସମ୍ପର୍କ ଓ ଆଧ୍ୟାତ୍ମିକତାର ସୁତାରେ ବୁଣା ହୋଇଥିବା ଏକ ଭବ୍ୟ ଚିତ୍ର।

hsfffhssfhhf

ବିଶିଷ୍ଟ ଅତିଥିଙ୍କ ସମାଗମ

ଏହି ବିବାହ କାର୍ଯ୍ୟକ୍ରମରେ ବୈଦିକ ହିନ୍ଦୁ ରୀତିନୀତିର ବିଭିନ୍ନ ବିଶିଷ୍ଟ ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ସମାଗମ ଦେଖିବାକୁ ମିଳିଥିଲା, ଯାହା ସାଧାରଣତଃ କୌଣସି ବିବାହ କାର୍ଯ୍ୟକ୍ରମରେ ଦେଖିବାର ନଜିର ନାହିଁ। ଏହି କାର୍ଯ୍ୟକ୍ରମରେ ଦ୍ବାରକାର ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ, ‌ଯୋଶୀମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନ୍ଦ ସରସ୍ବତୀ, ଇସ୍କନ୍‌ର ମଣ୍ଡଳ ନିର୍ଦ୍ଦେଶକ ଗୌରାଙ୍ଗ ଦାସ ପ୍ରଭୁ, ଇସ୍କନ ସାଧୁ ଗୌର ଗୋପାଳ ଦାସ, ଇସ୍କନ ପରିଚାଳନା ପରିଷଦର ସଦସ୍ୟ ରାଧାନାଥ ସ୍ବାମୀ, ପୂଜ୍ୟଶ୍ରୀ ରମେଶଭାଇ ଓଜା, ଗୌତମଭାଇ ଓଜା, ପୂଜ୍ୟଶ୍ରୀ ଦେବପ୍ରସାଦ ମହାରାଜ, ଶ୍ରୀ ଆନନ୍ଦବାବା ସେବା ସଂସ୍ଥାର ବିଜୁବେନ ରଜନୀ, ବଦ୍ରିନାଥ ଧାମର ଶ୍ରୀ ବାଳକ ଯୋଗେଶ୍ବରଦାସ ଜୀ ମହାରାଜ,  ପରମାର୍ଥ ନିକେତନ ଆଶ୍ରମର ମୁଖ୍ୟ ପୂଜ୍ୟଶ୍ରୀ ଚିଦାନନ୍ଦ ସରସ୍ବତୀ, ପ୍ରସାଧାମର ପ୍ରତିଷ୍ଠାତା ତଥା ଜୈନ ମୁନି ଶ୍ରୀ ନମ୍ରମୁନି ମହାରାଜ, ବାଗେଶ୍ବର ଧାମର ଗୁରୁ ଧିରେନ୍ଦ୍ର କୁମାର ଗର୍ଗ, ଯୋଗଗୁରୁ ବାବା ରାମଦେବ, ସ୍ବାମୀ ରାମଭଦ୍ରାଚାର୍ଯ୍ୟ, ନିରଞ୍ଜନୀ ଆଖଡ଼ାର ମହାମଣ୍ଡଳେଶ୍ବର ସ୍ବାମୀ କୈଳାସାନନ୍ଦ, ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ଅଦ୍ବେଶାନନ୍ଦ ଗିରି, ବିଶ୍ବ ଶାନ୍ତି ସେବା ଟ୍ରଷ୍ଟର ଶ୍ରୀ ଦେବକୀନନ୍ଦନ ଠାକୁରଜୀ ମହାରାଜ, ବାତ୍ସଲ୍ୟ ଗ୍ରାମର ଦିଦି ମା ସାଧ୍ବୀ ରୀତାମ୍ଭରା ଜୀ, ପରମ ଶକ୍ତି ପୀଠର ପ୍ରତିଷ୍ଠାତା ସ୍ବାମୀ ପରମାତ୍ମାନନ୍ଦ ଜୀ ଓ ଶ୍ରୀନାଥଜୀ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ବିଶାଲ ରାକେଶ ଜୀ ଗୋସ୍ବାମୀଙ୍କ ଭଳି ଧର୍ମଗୁରୁମାନେ ସାମିଲ ହୋଇଥିଲେ। 

ଏହି ବିବାହ ସମାରୋହରେ ଭାରତ ସମେତ ସାରା ବିଶ୍ବର ରାଜନେତା ଓ ମନ୍ତ୍ରୀମାନେ ଯୋଗଦେଇଥିଲେ। ସେମାନେ ହେଉଛନ୍ତି ଆମେରିକାର ରାଜନେତା ଜନ୍ କେରି, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଟୋନି ବ୍ଲେୟାର ଓ ବୋରିସ୍ ଜନ୍‌ସନ୍, ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ମାଟେଓ ରେଞ୍ଜି, ଅଷ୍ଟ୍ରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ କୁର୍ଜ, କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିପେନ୍ ହାର୍ପର, ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟ, ମାଳଦ୍ବୀପର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ନାସିର ଓ ତାଞ୍ଜାନିଆର ରାଷ୍ଟ୍ରପତି ମହାମହିମ ସାମିଆ ସୁଲୁହୁ ହାସନ। 

ବାଣିଜ୍ୟ ଓ ବ୍ୟବସାୟ ଦୁନିଆରୁ ସାମିଲ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଥିଲେ ଆରାମ୍‌କୋର ସଭାପତି ଓ ସିଇଓ ଅମିନ ନାସିର, ମୁବାଦଲାର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ମହାମହିମ ଖାଲଦୋନ ଅଲ୍‌ ମୁବାରକ, ‘ବିପି’ର ସିଇଓ ମୁରେ ଅଚିନ୍‌କ୍ଲସ୍‌, ବିପିର ପୂର୍ବତନ ସିଇଓ ରବର୍ଟ ଡୁଡ୍‌ଲି, ଏଚ୍‌ଏସ୍‌ବିସି ହୋଲ୍‌ଡିଂସ୍‌ର ଗ୍ରୁପ୍ ଅଧ୍ୟକ୍ଷ ବର୍ନାର୍ଡ ଲୋନି, ‌ଆଡୋବ୍‌ର ସିଇଓ ଶାନ୍ତନୁ ନାରାୟଣ, ମର୍ଗାନ ଷ୍ଟାନ୍‌ଲିର ପରିଚାଳନା ନିର୍ଦ୍ଦେଶକ ମାଇକେଲ୍ ଗ୍ରାଇମ୍‌ସ, ରୋଜନେଫ୍ଟର ସିଇଓ ଆଇଗର ସେଚିନ୍, ସାମ୍‌ସଙ୍ଗ ଇଲେକ୍ଟ୍ରୋନିକ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜୟ ଲି, ଟାମାସେକ୍ ହୋଲ୍‌ଡିଂସ୍‌ର ସିଇଓ ଦିଲ୍‌ହାନ୍ ପିଲେ, ଗ୍ଲାକ୍ସୋସ୍ମିଥ୍‌ଲାଇନ୍‌ର ସିଇଓ ଏମା ୱାଲମସ୍ଲି, ଫ୍ଲୋରୋ କର୍ପୋରେସନ୍‌ର ସିଇଓ ଡେଭିଡ୍ କନ୍‌ଷ୍ଟେବଲ୍‌, ଏଣ୍ଟର୍‌ପ୍ରାଇଜ୍ ଜିପିର ସିଇଓ ଟିମ୍‌ ଟିଗୁ, ଫିଫା ସଭାପତି ଗିଆନି ଇନ୍‌ଫାଣ୍ଟିନୋ, ଆଇଓସିର ଉପସଭାପତି ଜୁଆନ ଆଣ୍ଟୋନିଓ ସମରାଞ୍ଚ, ଡବ୍ଲ୍ୟୁଟିଓର ମହାନିର୍ଦେଶକ ନୋଜି ଓକୋଞ୍ଜୋ-ଇୱେଲା, ଗଣମାଧ୍ୟମ ବ୍ୟକ୍ତିତ୍ବ କିମ୍‌ କର୍ଦାସିଆନ୍, କ୍ଲୋ କର୍ଦାସିଆନ, କେକେଆର୍‌ର ପାର୍ଟନର ଦିନେଶ ପାଲିୱାଲ, ଜିଆଇସିର ସିଇଓ ଜିମ୍ ଚାଓ କିଆଟ୍‌, ଏମ୍‌ କ୍ଲେନ୍ ଆଣ୍ଡ୍‌ କମ୍ପାନିର ମ୍ୟାନେଜିଂ ପାର୍ଟନର ମାଇକେଲ୍ ‌କ୍ଲେନ୍, କିଆର ନିର୍ଦେଶକ ବଦେର ମହମ୍ମଦ ଅଲ୍‌-ସାଦ, ଏସ୍‌ଏମ୍‌ବିସିର ବରିଷ୍ଠ ପରିଚାଳନା କାର୍ଯ୍ୟନିର୍ବାହୀ ଅଧିକାରୀ ୟୋଶିହିରୋ ହ୍ୟାକୁଟୋମ, ଆଦିଆର ଉପାଧ୍ୟକ୍ଷ ଖଲିଲ ମହମ୍ମଦ ସରିଫ୍‌ ଫୌଲାଥି, ସିଙ୍ଗୁଲାରିଟି ବିଶ୍ବବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପିଟର ଡାଏମେଣ୍ଡିସ୍‌, ପ୍ରଶିକ୍ଷକ ଜୟ ସେଟ୍ଟି, କଳାକାର ଜେଫ୍ କୋନ୍‌ସ, ଇଣ୍ଟ୍ ଆଫ୍ରିକାନ୍ କର୍ପୋରେସନ୍‌ର ଜାନୁଆରି ମାମାମ୍ବା, ଲକ୍‌ହିଡ୍‌ ମାର୍ଟିନ୍‌ର ସିଇଓ ଜେମ୍‌ସ ଟାଇକ୍ଲେଟ୍‌, ମୋଏଲିସ୍‌ ଆଣ୍ଡ୍‌ କମ୍ପାନିର ଉପାଧ୍ୟକ୍ଷ ଏରିକ୍ କାଣ୍ଟୋର, ଏଚ୍‌ପିର ସଭାପତି ଓ ସିଇଓ ଏନ୍‌ରିକ୍ ଲୋରେସ୍, ଏରିକ୍ସନ୍‌ର ସଭାପତି ଓ ସିଇଓ ବୋର୍ଜେ ଏକ୍‌ହୋମ୍, ବିପିର କାର୍ଯ୍ୟନିର୍ବାହୀ ଉପସଭାପତି ‌ୱିଲିୟମ୍ ଲିନ୍ ଓ ନୋକିଆ ମୋବାଇଲ୍ ନେଟ୍‌ୱର୍କସ୍‌ର ସଭାପତି ଟୋମି ୟୁଇଟୋ।