ବିଳାସ ବାଇକ୍‌ ବଜାରରେ ବିଏମ୍‌ଡବ୍ଲୁ ଜି ୩୧୦ ଆର୍‌ର ଚାହିଦା କମ୍‌ ନୁହେଁ। ଏହି ବାଇକ୍‌ର ମୂଲ୍ୟ ପ୍ରାୟ ୨.୨୦ ଲକ୍ଷ (ଏକ୍ସ ଶୋ’ରୁମ୍‌) ଟଙ୍କା। ଏଥିରେ ୩୧୩ସିସିର ୱାଟର୍‌-କୁଲ୍‌ଡ ସିଙ୍ଗଲ୍‌-ସିଲିଣ୍ଡର୍‌ ଫୋର୍‌-ଷ୍ଟ୍ରୋକ୍‌ ଇଞ୍ଜିନ୍‌ ରହିଥିବା ବେଳେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୪୩ କି.ମି. ରହିଛି। ଏହାର ଓଜନ ୧୫୮.୫ କେଜି ଏବଂ ତେଲ ଟାଙ୍କି ଧାରଣ କ୍ଷମତା ୧୧ ଲିଟର। ଗୋଟିଏ ଭାରିଆଣ୍ଟ୍‌ରେ ଉପଲବ୍ଧ ଏହି ମୋଟରସାଇକେଲ୍‌ ପୋଲାର୍‌ ହ୍ବାଇଟ୍‌/ରେସିଂ ବ୍ଲୁ ମେଟାଲିକ୍‌, ଗ୍ରାନାଇଟ୍‌ ଗ୍ରେ ମେଟାଲିକ୍‌ ଓ ଟ୍ରିପଲ୍‌ ବ୍ଲାକ୍‌ ପରି ୩ଟି ରଙ୍ଗରେ ଉପଲବ୍ଧ। ଏଥିରେ ଇଲେକ୍ଟ୍ରୋନିକ୍‌ ଥ୍ରଟଲ୍‌ ଗ୍ରିପ୍‌, ହ୍ୟାଣ୍ଡ୍‌ବ୍ରେକ୍‌ ଲିଭର୍‌ ଆଡ୍‌ଜଷ୍ଟମେଣ୍ଟ୍‌, କ୍ଲଚ୍‌ ଲିଭର୍‌ ଆଡ୍‌ଜେଷ୍ଟବଲ୍‌, ଷ୍ଟାବିଲାଇଜିଂ ଏବିଏସ୍‌, ଉଚ୍ଚ ମାନର ଆଲୁମିନିୟମ୍‌ ସ୍ବିଙ୍ଗ୍‌ ଆର୍ମ, ସିଙ୍ଗଲ୍‌ ଡିସ୍କ୍‌ ଫ୍ରଣ୍ଟ୍‌ ବ୍ରେକ୍‌ ଇତ୍ୟାଦି ରହିଛି, ଯାହାକି ଗ୍ରାହକମାନଙ୍କୁ ଏକ ଉଚ୍ଚମାନର ଚାଳନା ଅନୁଭୂତି ଦେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।