ନୂଆଦିଲ୍ଲୀ: ଜଣେ ବ୍ୟବସାୟୀଙ୍କ ଘରୁ ଦିନ ଦିପହରରେ ୫୦ ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ଚୋରି ହୋଇଥିବା ଜଣାଯାଇଛି। ଏଥିରେ ରହିଛି ୪୦ ଲକ୍ଷ ଟଙ୍କାର ନଗଦ ଓ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା। ଘଟଣା ଦିନ ବ୍ୟବସାୟୀ ନିଜ ପରିବାର ସହିତ ଦିଲ୍ଲୀରୁ ବାହାରକୁ ଯାଇଥିଲେ। ଚୋରିର ଘଟଣା ସଂପର୍କରେ କୋରିଅରର ଜଣେ ଡେଲିଭର ବୟ ପୁଲିସକୁ ସୂଚନା ଦେଇଥିଲେ।
ବ୍ୟବସାୟୀ ରାଜୀବ ଦାନିୟା,ସପରିବାର କୀର୍ତ୍ତି ନଗରର ଏମ୍ ବ୍ଲକରେ ରହନ୍ତି। ସେ ସପରିବାର ସକାଳ ୧୧ଟା ବେଳେ ଗୁରୁଗାଓଁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ଅନ୍ଲାଇନ୍ ସପିଂର କୋରିଅର ବୟ ଘରେ ଏକ ପ୍ୟାକେଟ ଡେଲିଭରି ଦେବା ଲାଗି ପହଞ୍ଚିଥିଲା। ସେ ଦେଖିଲା ଯେ ଘର ଖୋଲା ଅଛି,ମାତ୍ର ବେଲ୍ ମାରିବା ପରେ ବି ଘରୁ କେହି ପ୍ୟାକେଟ୍ ନେବାକୁ ଆସୁନାହାଁନ୍ତି।
ସେ ବ୍ୟବସାୟୀଙ୍କୁ ଫୋନ୍ କରିଲା। କିନ୍ତୁ ସେ ନିଜେ ନ ଆସି ଝିଅକୁ ସେଠାକୁ ପଠାଇଥିଲେ। ଝିଅ ଆସି ଦେଖିଲେ ଘରର ସାମଗ୍ରୀ ଏଣେତେଣେ ପଡ଼ିଛି ଓ ଘରୁ ଲୁଟ୍ ହୋଇଛି। ତା’ପରେ ସେ ପୁଲିସ ଥାନାରେ ଏତଲା ଦେଲେ ଓ ପୁଲିସ ଫରେନସିକ୍ ବିଶେଷଜ୍ଞ ସହାୟତାରେ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/courier.jpg)