ବାଲଘାଟ: ବେଳେ ବେଳେ ପରିସ୍ଥିତି ମଣିଷକୁ ତଳକୁ ଖସିଯିବାକୁ ବାଧ୍ୟ କରେ। ପରିସ୍ଥିତିରେ ପଡ଼ି ମଣିଷ ଚୋରି, ଡକାୟତି ପରି ଜଘନ୍ୟ କାମ କରେ। କେହି କେହି ପରବର୍ତ୍ତୀ ମୁହୂର୍ତ୍ତରେ ନିଜର ଭୁଲ୍ ବୁଝିପାରନ୍ତି ତ ପୁଣି କେହି ବୁଝିପାରନ୍ତି ନାହିଁ। ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଳାରେ ଘଟିଛି ଏପରି କିଛି।
ଜିଳ୍ଲାର ଏକ ମନ୍ଦିରରୁୁ କିଚଇ ଦିନ ତଳେ କେତେକ ମୂଲ୍ୟବାନ୍ ପଦାର୍ଥ ଚୋରି ହୋଇଥିଲା। ଚୋର ଜଣକ ମନ୍ଦିରରୁ ରୌପ୍ର ଓ କଂସାର କିଛି ସାଜସଜା ଜିନିଷ ଚୋରେଇ ନେଇଥିଲା। ଚୋରି ମାମଲା ରୁଜୁ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ବି ଚୋରି ହୋଇଥିବା ସାମଗ୍ରୀ କାହା ନିକଟରୁ ମିଳିନଥିଲା।
ମାତ୍ର ସେହି ସମୁ ସାମଗ୍ରୀ ଏବେ ପୁଲିସ୍କୁ ମିଳିଯାଇଛି। ପୁଲିସ୍ ଚୋରକୁ ଧରିବା ପରେ ସାମଗ୍ରୀ ପାଇନି। ବରଂ ଚୋରଟି ନିଜେ ଏକ କ୍ଷମା ପତ୍ର ସହ ସେହି ସବୁ ସାମଗ୍ରୀକୁ ଫେରାଇ ଦେଇଛି। ଶୁକ୍ରବାର ଦିନ ଜୈନ ପରିବାର ଲମ୍ତାର ପଞ୍ଚାୟତ ଅଫିସ୍ ନିକଟରୁ ଏକ ବ୍ୟାଗ୍ ପାଇଥିଲା। ବ୍ୟାଗ୍ରେ ଚୋରି ହୋଇଥିବା ସାମଗ୍ରୀ ସହ ଏକ ପତ୍ର ବି ଥିଲା। ସେଥିରେ ଲେଖାଥିଲା, ‘ମୁଁ ଚୋରେଇଥିବା ସାମଗ୍ରୀ ଫେରାଇ ଦେଉଛି। ଚୋରି କରିବା ପରଠାରୁ ମୋତେ ଅନେକ କିଛି ଭୋଗିବାକୁ ପଡ଼ିିଛି।’
ଏହି ଘଟଣା ନେଇ ଏଏସ୍ପି ବିଜୟ ଦାବର କହନ୍ତି, ‘ଅକ୍ଟୋବର ୨୪ ତାରିଖ ଦିନ ଲମ୍ତା ପୁଲିସ୍ ଷ୍ଟେସନ୍ ଅଧୀନରେ ଥିବା ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରୁ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ସେବେଠାରୁ ପୁଲିସ୍ ଚୋରକୁ ଖୋଜିବାକୁ ଚେଷ୍ଟା ଚଳାଇଥିଲା।’