୯ ମିନିଟ୍‌ରେ ମହିଳା ୪ଟି ପୁଅ ଓ ୨ଟି ଝିଅକୁ ଏକାଠି ଦେଲେ ଜନ୍ମ

ନୂଆଦିଲ୍ଲୀ: ଟେକସାସର ହୁଷ୍ଟନରେ ଜଣେ ମହିଳା ଛଅଟି ଶିଶୁକୁ ଏକାଠି ଜନ୍ମ ଦେଇଛନ୍ତି। ଜଣେ ମିଳିଳା ଏକାଠି ୫ରୁ ୬ ଶିଶୁକୁ ଜନ୍ମ ଦେବାର ଘଟଣା ସମଗ୍ର ଦୁନିଆରୁ ୪.୭ ଅରବ ମଧ୍ୟରୁ ଏମିତି ଗୋଟିଏ ମାମଲା ଆସିଥାଏ। ଜଣେ ମହିଳା ଆମେରିକାର ‘ଦ ଉଇମେନ୍ସ ହସ୍‌ପିଟାଲ୍‌ ଅଫ୍‌ ଟେକ୍‌ସାସ’ରେ ଛଅଜଣ ଶିଶୁକୁ ଜନ୍ମ ଦେଇଛନ୍ତି। ହସ୍‌ପିଟାଲ ପକ୍ଷରୁ ପ୍ରକାଶ, ଥେଲମା ଚୌକା ଶୁକ୍ରବାର ସ୍ଥାନୀୟ ସମୟାନୁସାରେ ସକାଳ ଚାରିଟା ବାଜି ୫୦ ମିନିଟ୍‌ରୁ ଚାରିବାଜି ୫୯ ମିନଇଟ୍‌ ମଧ୍ୟରେ ଚାରିଟି ପୁଅ ଓ ଦୁଇଟି ଝିଅକୁ ଜନ୍ମ ଦେଇଥିଲେ।

ହସ୍‌ପିଟାଲ ପକ୍ଷରୁ ପ୍ରକାଶ, ନବଜାତ ଛଅଟି ଶିଶୁର ଓଜନ ୭୯୦ଗ୍ରାମରୁ ନେଇ ୧.୩ କିଲୋ ମଧ୍ୟରେ ରହିଛି। ଏବେ ଛଅଟି ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ନୀରିକ୍ଷଣରେ ଶିଶୁ ଅଛନ୍ତି। ଥେଲାମା ଦୁଇଟି ଝିଅର ନାମ ଜିନା ଓ ଜୁରିୟଲ ରଖିଛନ୍ତି। ପୁଅର ନାମ ଏଯାବତ ବାଛି ନାହାନ୍ତି।

ସମ୍ବନ୍ଧିତ ଖବର