ରୋମ୍ରୁ ଆରମ୍ଭ ହୋଇ ସାରା ପୃଥିବୀରେ ବେଶ୍ ଲୋକପ୍ରିୟ ହେଲାଣି ଭାଲେଣ୍ଟାଇନ୍ ଡେ’। କେବଳ ପ୍ରେମିକପ୍ରେମିକା ନୁହନ୍ତି, ବୟସ ନିର୍ବିଶେଷରେ ନାରୀପୁରୁଷ ଅତି ଆଗ୍ରହରେ ଫେବ୍ରୁଆରି ମାସର ଦ୍ବିତୀୟ ସପ୍ତାହ ବା ଭାଲେଣ୍ଟାଇନ୍ ଉଇକ୍ ମଧ୍ୟ ପାଳନ କରୁଛନ୍ତି। ଗୋଲାପ ଫୁଲ, ଚକୋଲେଟ୍, ଟେଡି ବିଅର୍, ଭଳିକି ଭଳି ଉପହାର, ପର୍ଯ୍ୟଟନ ଇତ୍ୟାଦିକୁ ନେଇ ଏକ ବିପୁଳ ସମ୍ଭାବନାର ବାଣିଜ୍ୟେକ୍ଷତ୍ର ମଧ୍ୟ ସୃଷ୍ଟି ହେଲାଣି। ତେବେ ଏହି ହଟଚମଟରୁ ଦୂରେଇ ଯାଇ ସୁଶ୍ରୀ ପୃଷ୍ଠାରେ ଆସନ୍ତୁ ଭେଟିବା କେତେଜଣ ବିଦେଶିନୀଙ୍କୁ ଯେଉଁମାନେ ଭାରତୀୟ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ...
ଆଗକୁ ମୁକ୍ତିଲାଭ କରିବାକୁ ଯାଉଛି ଭୂମି ପେଡ଼ନେକର, ରକୁଲ ପ୍ରୀତ ସିଂହ ଓ ଅର୍ଜୁନ କପୁର ଅଭିନୀତ ହାସ୍ୟରସ ଚଳଚ୍ଚିତ୍ର ‘ମେରେ ହଜ୍ବେଣ୍ଡ୍ କୀ ବିଵି’। ଏହି ଚଳଚ୍ଚିତ୍ରର ବିଶେଷତ୍ବ ହେଉଛି ସାଧାରଣତଃ ହାସ୍ୟରସ ସିନେମାରେ ଅଭିନେତ୍ରୀମାନଙ୍କୁ ଶୀର୍ଷସ୍ଥାନୀୟ ଭୂମିକା ମିଳୁନଥିବା ବେଳେ ଏଥିରେ ଦୁଇ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ରହି ହାସ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର୍ ରିଲିଜ୍ ଅବସରରେ ଭୂମିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଅଭିନେତ୍ରୀମାନେ ଏକାଠି କାମ କରିବା ବେଳେ ପରସ୍ପର ମଧ୍ୟରେ ଝଗଡ଼ ବା ଅସୁରକ୍ଷାବୋଧ ଥାଏ କି? ଭୂମି ଏହାର ଉତ୍ତରରେ କହିଥିଲେ, ରକୁଲ ହେଉଛନ୍ତି ତାଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁ। ଦୁଇ ଜଣ ହିରୋଇନ୍ ଯେ ପରସ୍ପର ପ୍ରତି ଅସୂୟା ଭାବ ରଖନ୍ତି, ସେ ଧାରଣା ଭୁଲ୍। ପ୍ରକୃତରେ ଅସୁରକ୍ଷାବୋଧ କରୁଥିବା କିଛି ପୁରୁଷ ଏଭଳି ଧାରଣା ସୃଷ୍ଟି କରିଥିବେ। ବାସ୍ତବରେ ସେ ଓ ରକୁଲ ସୁଟିଂ ସମୟରେ ବହୁତ ଉପଭୋଗ କରନ୍ତି ବୋଲି ଭୂମି ପ୍ରକାଶ କରିଛନ୍ତି। ଅପରପକ୍ଷେ ରକୁଲ କହିଥିଲେ ଯେ ଏହି ସିନେମାରେ ସେମାନେ ନିର୍ବାହ କରୁଥିବା ଦୁଇ ଚରିତ୍ର ପରସ୍ପରଙ୍କୁ ନାପସନ୍ଦ କରୁଥିବାରୁ ନିର୍ଦେଶକ ସେମାନଙ୍କ ଘନିଷ୍ଠ ବନ୍ଧୁତ୍ବକୁ ନେଇ ଚିନ୍ତିତ! କାରଣ ନିର୍ଦେଶକ ଚାହାନ୍ତି ନାହିଁ ସେମାନଙ୍କ ବନ୍ଧୁତା ସୁଟିଂରେ ପ୍ରତିଫଳିତ ହେଉ।