ଜାଣନ୍ତୁ ,ଏହିସବୁ ପୂଜା କଲେ  କ’ଣ ଲାଭ ମିଳିଥାଏ 

ହିନ୍ଦୁ ଧର୍ମରେ ପୂଜନ, କୀର୍ତ୍ତନ, ଭଜନ ଓ ଯଜ୍ଞକୁ ଗୁରୁତ୍ୱ ଦିଆଯାଇଥାଏ। ଏଥିଲାଗି ଆମେ ଘରେ ମଧ୍ୟ କେତେକ ପୂଜା କରିଥାଉ। ଆସନ୍ତୁ ଜାଣିବା କେଉଁ ପୂଜା କଲେ କିଭଳି ଲାଭ ମିଳିଥାଏ।

ଗଣେଶ ପୂଜା: ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଏଥିପାଇଁ ଗଣେଶଙ୍କ ପୂଜନ ବ୍ୟତୀତ କୌଣସି ପୂଜା ସଂପୂର୍ଣ୍ଣ ନୁହେଁ ବୋଲି କୁହାଯାଏ। ଯେଉଁମାନେ ଗଣେଶ ପୂଜା କରିଥାନ୍ତି, ସେମାନେ ଉତ୍ତମ ସ୍ୱାସ୍ଥ୍ୟ, ଧନ, ସୁଖ ସମୃଦ୍ଧି ଓ ସଫଳତା ପ୍ରାପ୍ତ କରିଥାଆନ୍ତି।

ଲକ୍ଷ୍ମୀ ପୂଜା: ମା’ଲକ୍ଷ୍ମୀଙ୍କ ପୂଜା କରିଲେ ଜୀବନରେ ଉନ୍ନତିର ପଥ ପ୍ରଶସ୍ତ ହୋଇଥାଏ।

ଶନିଦେବଙ୍କ ପୂଜା: ମହାରାଷ୍ଟ୍ରର ସିଂଗନାପୁର ଠାରେ ସ୍ୱୟମ୍ଭୁ ଶନିଦେବଙ୍କ ମନ୍ଦିରରେ ତୈଳ ଢାଳିଲେ ବୈବାହିକ ଓ ବ୍ୟକ୍ତିଗତ ସମସ୍ୟା ଦୂରୀଭୂତ ହୋଇଥାଏ।

ପାର୍ଥିବ ଶିବ ଲିଙ୍ଗ ପୂଜା: ଗଙ୍ଗାନଦୀ କୂଳରେ ମାଟି ବା ବାଲିରେ ନିର୍ମିତ ଶିବ ଲିଙ୍ଗ ପୂଜାକୁ ପାର୍ଥିବ ଶିବଲିଙ୍ଗ ପୂଜା ବୋଲି କୁହାଯାଏ। ଏହି ପୂଜାର୍ଚ୍ଚନା କରିଲେ ଗ୍ରହ ଦୋଷ, ଦୁର୍ଭାଗ୍ୟ, ରୋଗ, ଦୁର୍ଘଟଣା ଓ ମାନସିକ ଚାପ ଦୂର ହୋଇଥାଏ।

କାଳ ସର୍ପ ଦୋଷ ନିବାରଣ ପୂଜା: ଏହି ପୂଜା କରିଲେ କାଳ ସର୍ପ ଦୋଷଜନିତ ରିଷ୍ଟ ଖଣ୍ଡନ ହୋଇଥାଏ।

ମଙ୍ଗଳ ଦୋଷ ନିବାରଣ ପୂଜା:ଯେଉଁମାନଙ୍କର ମାଙ୍ଗଳିକ ଦୋଷ ଥାଏ ବା ବ୍ୟକ୍ତିଗତ ଜୀବନରେ ଅସୁବିଧା ଉପୁଜେ, ସେମାନେ ଏଥିରୁ ମୁକୁଳିବା ଲାଗି ଏହି ପୂଜା କରିବା ଉଚିତ।

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ: ଏହି ମନ୍ତ୍ର ଜପ କରିଲେ ସବୁ ପ୍ରକାରର ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ  ।  ସଫଳ ହେବାର ସୁଯୋଗ ବି ମିଳିଥାଏ।

ସତ୍ୟ ନାରାୟଣ ପୂଜା: ପୂର୍ଣ୍ଣିମା ତିଥିରେ ସତ୍ୟନାରାୟଣ ପୂଜା କରିଲେ, ମଣିଷ ଜୀବନରେ ସଫଳତା ପ୍ରାପ୍ତ କରିଥାଏ।

ହନୁମାନ ପୂଜା:ହନୁମାନ ଚାଳିସା ପାଠ କରିଲେ ମନରୁ ଭୟ ଦୂର ହୋଇଥାଏ। ଜୀବନରେ କଠିନ ସମସ୍ୟାର ସମ୍ମୁଖୀନ ହେବା ପାଇଁ ସାହସ ମିଳିଥାଏ।

କାତ୍ୟାୟନୀ ପୂଜା: ମାତା ଶକ୍ତିଙ୍କ କାତ୍ୟାୟନୀ ପୂଜା କରିଲେ ମାଙ୍ଗଳିକ ଦୋଷ ଦୂର ହୋଇଥାଏ। ଏହାଛଡା ବୈବାହିକ ଜୀବନରେ ସୁଖଶାନ୍ତି ମିଳିଥାଏ।

 

ସମ୍ବନ୍ଧିତ ଖବର