ପିତାମହ ଭୀଷ୍ମଙ୍କ କହିବା ମୁତାବକ ଏହି ଅଭ୍ୟାସ ରଖିଥିବା ବ୍ୟକ୍ତି କେବେ ସଫଳ ହୋଇପାରନ୍ତି ନାହିଁ

ମଣିଷ କର୍ମରେ ବନ୍ଧା। ସବୁ ମଣିଷଙ୍କୁ ନିଜର କର୍ମ ମୁତାବକ ଫଳ ମିଳିଥାଏ। ଯିଏ ଯେପରି କର୍ମ କରେ ତାକୁ ସେହିପରି ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଖରାପ ଅଭ୍ୟାସ ପରିଣାମ ଖରାପ ହୋଇଥାଏ ଓ ଭଲ ଅଭ୍ୟାସର ଭଲ। ଶେଷ ସମୟରେ ଶରଶଯ୍ୟାରେ ଶୋଇଥିବା ବେଳେ ପିତାମହ ଭୀଷ୍ମ ପାଣ୍ଡବ ପାଞ୍ଚ ଭାଇଙ୍କୁ ଏମିତି କିଛି ଅଭ୍ୟାସ ବିଷୟରେ କହିଥିଲେ ଯାହା ଜଣେ ମଣିଷ ଭିତରେ ରହିଲେ ସେ ବ୍ୟକ୍ତି ଜୀବନରେ କେବେ ସଫଳ ହୋଇପାରେନା।

ଦିନ ବେଳେ ଶୋଇବା ଜଣେ ଉତ୍ତମ ବ୍ୟକ୍ତିର କାର୍ଯ୍ୟ ହୋଇନଥାଏ। ପିତାମହ ଭୀଷ୍ମଙ୍କ ଉପଦେଶ ହେଉଛି ଭଗବାନ ରାତିକୁ ବିଶ୍ରାମ ପାଇଁ କରିଛନ୍ତି। ବ୍ୟକ୍ତି ଦିନ ସାରା କାମ କରି କରି ଥକି ପଡ଼ିଲେ ରାତିରେ ବିଶ୍ରାମ ନେଇଥାନ୍ତି। ଦିନରେ ଶୋଉଥିବା ବ୍ୟକ୍ତି କେବେ ବି ସଫଳ ହୋଇନଥାନ୍ତି।

ବିନା ଲକ୍ଷ୍ୟରେ କାମ କରିବା ବ୍ୟକ୍ତି ବି ବିଫଳ ହୋଇଥାନ୍ତି। ସଫଳ ହେବା ପାଇଁ ବ୍ୟକ୍ତିକୁ ପ୍ରଥମେ ନିଜର ଲକ୍ଷ ସ୍ଥିର କରିବାକୁ ହୁଏ। ସେହି ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କଲେ ଶୀଘ୍ର ସଫଳତା ମିଳିଥାଏ।

ଅନ୍ୟର ରଂଗରେ ନିଜକୁ ରଂଗଉଥିବା ବ୍ୟକ୍ତି ସଫଳତାର ବହୁ ଦୂରକୁ ଚାଲି ଯାଆନ୍ତି। ସଫଳ ବ୍ୟକ୍ତିମାନେ ସବୁବେଳେ ନିଜ କଥାରେ ଦୃଢ଼ ରହନ୍ତି। ସେ କୌଣସି ବି ପରିସ୍ଥିତିରେ ଅନ୍ୟ ଦ୍ୱାରା ନିଜକୁ ପରିଚାଳିତ କରନ୍ତି ନାହିଁ।

ଏହା ବ୍ୟତୀତ ଆମେ ପୂର୍ବରୁ ବି ଥରେ ଆଲୋଚନା କରି ସାରିଛନ୍ତି ଯେ ମଦ୍ୟପ, ଚରିତ୍ରହୀନ, ଜୁଆଡ଼ି ଆଦି ବ୍ୟକ୍ତି ଜୀବନରେ କେବେ ବି ସଫଳତାର ମଜା ଚାଖି ପାରନ୍ତି ନାହିଁ।

ସମ୍ବନ୍ଧିତ ଖବର