ନୂଆଦିଲ୍ଲୀ: ସେ ଧନୀ ହୁଅନ୍ତୁ ଅବା ଗରିବ ସମସ୍ତେ ଜୀବନରେ ଖୁସିରେ ରହିବାକୁ ଚାହିଁ ଥାଆନ୍ତି। ମଣିଷ ଜୀବନରେ କେତେବେଳେ ଦୁଃଖ ଆସିଥାଏ ତ କେତେବେଳେ କଷ୍ଟ। ସେହି କଷ୍ଟ କେତେବେଳେ ମାନସିକ ଭାବେ ଥାଏ ତ ଆଉ କେତେବେଳେ ଶାରୀରିକ ଭାବେ ରହିଥାଏ।
ଏସବୁ ସମସ୍ୟାକୁ ନେଇ ପଣ୍ଡିତ ପ୍ରଦୀପ ମିଶ୍ରା କହିଛନ୍ତି,‘ମଣିଷ ଯଦି ଜୀବନରେ ଏହି ତିନିଟି ବଡ଼ ସମ୍ପତ୍ତିକୁ ପ୍ରାପ୍ତ କରେ ସେ ନିଶ୍ଚୟ ଖୁସିରେ ଜୀବନଯାପନ କରିପାରିବ।
ପ୍ରଥମ କଥା ହେଉଛି ମଣିଷକୁ ବଡ଼ ହୃଦୟ ରଖିବା ଉଚିତ । ବଡ଼ ହୃଦୟ ରଖୁଥିବା ବ୍ୟକ୍ତିଙ୍କ ସମାଜରେ ଆପଣାଛାଏଁ ପରିଚୟ ଓ ସମ୍ମାନ ବୃଦ୍ଧିପାଇଥାଏ।
ଦ୍ବିତୀୟତଃ ସବୁବେଳେ ମଧୁର ବାଣୀ କହିବାକୁ ଚେଷ୍ଟା କରନ୍ତୁ। ମଧୁର ବାଣୀ କହୁଥିବା ବ୍ୟକ୍ତି ଶତ୍ରୁକୁ ବି ନିଜର କରି ନେଇଥାଏ। ଅନେକ ସମୟରେ ଖରାପ ବାଣୀ କହିବା ଅପେକ୍ଷା ଚୁପ ରହିଯିବା ଉଚିତ ହୋଇଥାଏ। ଏହାଦ୍ବାରା କାହାରି ସହିତ ସମ୍ପର୍କରେ ତିକ୍ତତା ଆସେ ନାହିଁ।
ତୃତୀୟ ସମ୍ପତ୍ତି ହେଉଛି ମନର ଶାନ୍ତି। ସବୁବେଳେ ମନକୁ ଶାନ୍ତି ରଖିବାକୁ ଚେଷ୍ଟା କରନ୍ତୁ। ମନରେ ଶାନ୍ତି ନଥିବା ମଣିଷ ସବୁବେଳେ ଦୁଃଖରେ ରହିଥାଏ। ବିଭିନ୍ନ ପ୍ରକାର ନକରାତ୍ମକ ଚିନ୍ତା ତା’ମନରେ ଜାତ ହୋଇଥାଏ।
ତେଣୁ ଜୀବନରେ ତ ଉଠାଣୀ ଓ ଗଡ଼ାଣୀ ଲାଗି ରହିଥିବ। ଏଭଳି ପରିସ୍ଥିତିରେ ମନକୁ ଶାନ୍ତି ରଖିବା ବୁଦ୍ଧିମତାର କାମ ହୋଇଥାଏ।