ସିନେମା ‘ବୀର ଜାରା’ କାହାଣୀଠାରୁ କମ୍‌ ନୁହେଁ ଏହି ପ୍ରେମ କାହାଣୀ: ମିଥ୍ୟା ଅଭିଯୋଗରେ ୧୪ବର୍ଷ ଜେଲରେ ରହିଥିବା ପ୍ରେମିକଙ୍କୁ ଅପେକ୍ଷା କରି ରହିଥିଲେ ଆଲିଆ

ନୂଆଦିଲ୍ଲୀ: ଶାହାରୁଖ୍‌ ଖାନ୍‌ ଓ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ସିନେମା ‘ବୀର ଜାରା’ର କାହାଣୀ ତ ଆପଣମାନେ ଜାଣିଥିବେ। ତେବେ ବାସ୍ତବ ଜୀବନରେ ଅବିକଳ ଏଭଳି ଏକ ପ୍ରେମକାହାଣୀ ସମ୍ପର୍କରେ ଆମେ ଜାଣିବାକୁ ପାଇଛୁ।

ଆସନ୍ତୁ ଜାଣିବା ବାସ୍ତବ ଜୀବନର ଏହି ପ୍ରେମ କାହାଣୀ ସମ୍ପର୍କରେ…

ଦିଲ୍ଲୀ, ରୋହତକ, ସୋନିପତ ଓ ଗାଜିଆବାଦରେ ଡିସେମ୍ବର ୧୯୯୬ ମସିହା ଡିସେମ୍ବରରୁ ନେଇ ୧୯୯୭ ମଧ୍ୟରେ ୨୦ଟି ବୋମା ବିସ୍ଫୋରଣରେ ୫ଜଣଙ୍କ ମୃତ୍ୟୁ ମାମଲାର ମିଥ୍ୟା ଅଭିଯୋଗରେ ମହମ୍ମଦ ଅମିର ଖାନ୍‌ ଫସି ଯାଇଥିଲେ। ୧୪ବର୍ଷ ଜେଲରେ ରହିବା ପରେ ମୁକୁଳି ଥିଲେ। କିନ୍ତୁ ଏଭଳି ପରିସ୍ଥିତିରେ ଅମିରଙ୍କ ପ୍ରେମିକା ଆଲିଆ ତାଙ୍କ ସାଥ୍‌ ଛାଡ଼ି ନଥିଲେ। ଭଗବାନ ଓ ନିଜ ଭଲ ପାଇବା ଉପରେ ବିଶ୍ୱାସ ରଖି ଦୀର୍ଘ ୧୪ବର୍ଷ ନିଜର ପ୍ରେମିକ ଅମିରଙ୍କ ଆସିବା ବାଟକୁ ଅପେକ୍ଷା କରି ରହିଥିଲେ ସେ। ଅମିର ଏବେ ବିବାହିତ। ଆଲିଆ ଓ ଅମିରଙ୍କ ଏକ ଚାରି ବର୍ଷର କନ୍ୟା ସନ୍ତାନ ବି ଅଛି।

ଅମିର ଜଣେ ପାକିସ୍ତାନ ଯୁବତୀ ଓ ଜେଲରେ ବନ୍ଦୀ ଥିବା ଭାରତୀୟ ବ୍ୟକ୍ତିଙ୍କ କାହାଣୀ ଥିବା ‘ବିର ଜାରା’ ସିନେମାକୁ ମନେ ପକାଇ କହନ୍ତି, ଏଭଳି ଏକ ଘଟଣା ମୋ ସହିତ ବି ଘଟି ଯାଇଛି। ମୋତେ ଯେତେବେଳେ ପୂରା ଦେଶ ଆତଙ୍କବାଦୀ ବୋଲି କହୁଥିଲା ଆଲିଆ ମୋ ସାଥ୍‌ କେବେ ବି ଛାଡ଼ି ନାହିଁ। ମୋତେ ୧୮ବର୍ଷ ହୋଇଥିବା ସମୟରେ ପୁଲିସ ମୋତେ ରାସ୍ତାରୁ ଆତଙ୍କବାଦୀ କହି ଉଠାଇ ନେଇଥିଲା। ୨୦୧୨ରେ ୧୪ବର୍ଷ ପରେ ୩୧ବର୍ଷ ବୟସରେ ରୋହତକ ଜେଲରୁ ମୁକୁଳି ଥିଲି। ଦୀର୍ଘ ୧୪ବର୍ଷ ଧରି ମୋର ପିଲା ବେଳର ଭଲ ପାଇବା ଆଲିଆ କାହାରି କିଛି କଥା ନଶୁଣି ମୋତେ ଅପେକ୍ଷା କରି ରହିଥିଲା । ସେହି ୧୪ବର୍ଷ କିପରି କଟିଛି, ସେ କଥା ମନେ ପଡ଼ିଲେ…. ଏତିକି କହି ଭୋ ଭୋ ହୋଇ କାନ୍ଦି ଉଠିଥିଲେ ଅମିର।

ସମ୍ବନ୍ଧିତ ଖବର