ପୁରୁଷ ଭାବେ ଜନ୍ମ ନେଇଥିଲେ ସିନା ମହିଳା ଭାବେ ଭୋଟ ଦେବେ ମାନବି ଓ ଆକୃତି

ବଡୋଦରା: ବଡୋଦରାରେ ରହୁଥିବା ୩୧ବର୍ଷୀୟ ମାନବି ଓ ଭରୁଚର ଆକୃତିଙ୍କ ପାଇଁ ଚଳିତବର୍ଷ ଡିସେମ୍ବର ୧୪ ବହୁ ମହତ୍ତ୍ୱପୁର୍ଣ୍ଣ ପ୍ରମାଣିତ ହେବ। କାରଣ ଦୁହେଁ ପ୍ରଥମଥର ପାଇଁ ନିଜର ଚୟନ ଫଟୋ ପରିଚୟ ପତ୍ର( ଇବିଆଇସି) ସହିତ ମହିଳା ଭାବେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବେ।

ମାନିବଙ୍କ କାହାଣୀ ବଡ ବିଚିତ୍ର, ସେ ପୁରୁଷ ଭାବେ ଜନ୍ମ ନେଇଥିଲେ। ନାମ ତାଙ୍କର ଥିଲା ଯୋଗେଶ ବୈଷ୍ଣବ। ତେବେ ଘର ଲୋକ ସବୁବେଳେ ତାଙ୍କ କାର୍ଯ୍ୟକଳାପରେ ବିରକ୍ତ ଓ ଅସନ୍ତୁଷ୍ଟ ହେବାରୁ ସେ ଘର ଛାଡ଼ି ଚାଲି ଯାଇଥିଲେ। କିଛିଦିନ ଏଣେତେଣେ ବୁଲାବୁଲି କରିବା ପରେ ସେ ଏକ କିନ୍ନର ସମୁଦାୟରେ ନିଜକୁ ସାମିଲ କରାଇ ନେଇଥିଲେ। ଅନେକ ଦିନ ହେବ ସେ ନିଜର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ସ୍ଥିର କରିଥିଲେ। ଏହି ନିଷ୍ପତ୍ତିରେ ତାଙ୍କ ସାଙ୍ଗସାଥୀ ମଧ୍ୟ ସମର୍ଥନ ଜଣାଇଥିଲେ। ଶେଷରେ ୨୦୧୭ ମାର୍ଚ୍ଚରେ ସେ ନିଜର ଲିଙ୍ଗ ପରିବର୍ତ୍ତନର ସର୍ଜରି କରାଇବାରେ ସଫଳ ହୋଇଥିଲେ। ସର୍ଜରି ପରେ ଯୋଗେଶ ତାଙ୍କ ନାମ ରଖିଲେ ମାନବି । କେବଳ ଲୋକ ଜାଣିବା ପାଇଁ ନୁହେଁ ଭୋଟ ପରିଚୟ ପତ୍ରରେ ବି ଜଣେ ମହିଳା ନାଗରିକ ଭାବେ ତାଙ୍କ ନାମ ରହିଲା ମାନବି ବୈଷ୍ଣବ।

ମାନବି କହନ୍ତି, ମୁଁ ଏକ ଏନ୍‌ଜିଓ ସହିତ କାମ କରେ। ଅପରେସନ୍‌ ପରେ ମୋତେ ସିଭିଲ ସର୍ଜନରୁ ଏକ ସାର୍ଟିଫିକେଟ ମିଳିଥିଲା, ଏହାର ଅଧିକାରୀ ସୂଚନା ବି ଜାରି କରାଯାଇଥିଲା। ଏହାପରେ ମୁଁ ସମସ୍ତ ଦସ୍ତାବିଜ ସହିତ ସୂଚନା ଅଧିକାରୀଙ୍କ ପାଖକୁ ଯାଇ ଭୋଟର ପରିଚୟ ପତ୍ରରେ ମୋର ନାମ ଯୋଗେଶ ବୈଷ୍ଣବରୁ ମାନବି ବୈଷ୍ଣବ ରଖିଥିଲି।

ମାନବି କହନ୍ତି, ମୁଁ ଏକ ଏନ୍‌ଜିଓ ସହିତ କାମ କରେ। ଅପରେସନ୍‌ ପରେ ମୋତେ ସିଭିଲ ସର୍ଜନରୁ ଏକ ସାର୍ଟିଫିକେଟ ମିଳିଥିଲା, ଏହାର ଅଧିକାରୀ ସୂଚନା ବି ଜାରି କରାଯାଇଥିଲା। ଏହାପରେ ମୁଁ ସମସ୍ତ ଦସ୍ତାବିଜ ସହିତ ସୂଚନା ଅଧିକାରୀଙ୍କ ପାଖକୁ ଯାଇ ଭୋଟର ପରିଚୟ ପତ୍ରରେ ମୋର ନାମ ଯୋଗେଶ ବୈଷ୍ଣବରୁ ମାନବି ବୈଷ୍ଣବ ରଖିଥିଲି।

ମାନବିଙ୍କ ଭଳି ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ  ମହିଳା ହୋଇଥିବା ତାଲିକାରେ ଭରୁଚର ଆକୃତି ପଟେଲଙ୍କ ନାମ ବି ସାମିଲ ରହିଛି।

ଭରୁଚ ଜିଲ୍ଲାରେ ରହୁଥିବା ୨୭ବର୍ଷୀୟ ଆକୃତି ପଟେଲଙ୍କ ସହିତ ବି ଏଭଳି ଘଟଣା ଘଟିଛି। ଆକୃତି ପୁରୁଷ ଭାବେ ସିନା ଜନ୍ମ ନେଇଥିଲେ, ହେଲେ ଏବେ ସେ ଲିଙ୍ଗ ପରିବର୍ତ୍ତନ କରି ମହିଳା ଭାବେ ଖୁବ୍‌ ଖୁସିରେ ଜୀବନକୁ ଜିଉଁଛନ୍ତି। ଏବେ ଆକୃତି ମହିଳା ଭାବେ ପରିଚୟ ପତ୍ର ବନାଇ ମହିଳା ନାଗରିକ ଭାବେ ଭୋଟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।

ଆକୃତିଙ୍କୁ ସବୁବେଳେ ଲାଗୁଥିଲା କି, ସେ ଏକ ପୁରୁଷ ଶରୀର ଭିତରେ ଫଶି ଯାଇଥିବା ମହିଳାଟିଏ। ସେଥିପାଇଁ ସେ ୨୦୧୫ରେ ଲିଙ୍ଗ ପରିବର୍ତ୍ତନର ସର୍ଜରି କରାଇଥିଲେ। ତାଙ୍କର ଇଚ୍ଛା ନୂତନ ସରକାର ସେମାନଙ୍କ ଭଳି ଲୋକମାନଙ୍କ ସମସ୍ୟା ବୁଝି ମେଡିକାଲ ସୁବିଧାମାନ ଉପଲବ୍ଧ କରାନ୍ତୁ। ସେମାନଙ୍କ ଭଳି ଲୋକ ନିଜ ସଂଘର୍ଷ ନିଜେ ହିଁ କରି ଆଗକୁ ବଢ଼ି ଥାଆନ୍ତି ବୋଲି କହିଛନ୍ତି ଆକୃତି। ଆକୃତି ପଟେଲ ଏଲ୍‌ଜିବିଟି କମ୍ୟୁନିଟିର ଲକ୍ଷ୍ୟ ଟ୍ରଷ୍ଟରେ କାମ କରନ୍ତି।

ସମ୍ବନ୍ଧିତ ଖବର