ନୂଆଦିଲ୍ଲୀ: ଛତିଶଗଡ଼ରେ ପିଥୋରାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠପଢ଼ୁଥିବା ତିନିଜଣ ଛାତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତିନିଜଣ ଛାତ୍ରୀ ଏମିତି ଏକ ଜୋତା ତିଆରି କରିଛନ୍ତି ଯାହାକୁ ଖୁବ ପ୍ରଶଂସା କରାଯାଉଛି।
ଏହି ଜୋତା ଆମେ ପିନ୍ଧୁଥିବା ସାଧାରଣ ଜୋତା ଠାରୁ ଭିନ୍ନ ରହିଛି। ଏହି ସ୍ବତନ୍ତ୍ର ଜୋତାକୁ ଆପଣ ପିନ୍ଧିବା ସହିତ ମୋବାଇଲ ଓ ଲାପ୍ଟପ୍ ବି ଚାର୍ଜ ହୋଇପାରିବ। ଏଥିସହିତ ଏହା ଲୋକେସନକୁ ବି ଟ୍ରାକ କରି ପାରିବ। ଅର୍ଥାତ ଜୋତାରେ ଜିପିଆର୍ଏସ୍ ସିଷ୍ଟମ ଖଞ୍ଜା ଯାଇଛି। ଯଦି ଆପଣ କୌଣସି ବିପଦରେ ପଡ଼ିଛନ୍ତି ଏହି ଜୋତା ପୁଲିସ ଏବଂ ପରିବାର ସଦସ୍ୟଙ୍କୁ ସୂଚାଇ ପାରିବ। ଏଭଳି ଜୋତା ତିଆରି କରି ଚର୍ଚ୍ଚାରେ ଥିବା ତିନିଜଣ ଛାତ୍ରୀଙ୍କ ନାମ ହେଉଛି ମେଘା ସିହ୍ନା, ଆଲିଫା ଭୋଇ ଓ ପ୍ରୀତି ଚୌହାନ।
ମେଘା , ଆଲିଫା ଓ ପ୍ରୀତି ଏଭଳି ଜୋତା ପ୍ରସ୍ତୁତିକୁ ନେଇ କହିଛନ୍ତି, ‘ଆମେ ପିଥୋରୋ ସଂସ୍କାର ଶିକ୍ଷଣ ସଂସ୍ଥାନର ସହାୟତାରେ ଏହି ସ୍ବତନ୍ତ୍ର ଜୋତା ପ୍ରସ୍ତୁତ କରିଛୁ। ଯାହାକୁ ଆମେ ବଜାରରେ ମାତ୍ର ୧୫୦୦ ଟଙ୍କାରେ ଉପଲବ୍ଧ କରାଇବା ପାଇଁ ଯୋଜନା କରିଛୁ। ଏହି ଜୋତା ପୂର୍ବରୁ ଆମେ ଏକ ହାଇଟେକ୍ ଚଷମା ତିଆରି କରିଥିଲୁ। ଏହି ଚଷମା ଭାଇବ୍ରେଟ୍ କରିବ ଏବଂ ଗାଡ଼ିକୁ ଦୁର୍ଘଟଣାରୁ ବଞ୍ଚାଇ ପାରିବ ବୋଲି ଦାବି କରୁଛୁ।’
ଅଧିକ ସୂଚନା ପାଇଁ ଆପଣ ସଂସ୍ଥାନର ଯୁବ ବୈଜ୍ଞାନିକ ଗୌରବ ଚନ୍ଦ୍ରକରଙ୍କୁ ୯୯୯୩୨୫୭୨୯୫ରେ ଯୋଗାଯୋଗ କରି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/c40a9ddd-61ec-4bc5-9e03-95c56edc0378.jpg)