ଆଜିକା ସମୟରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବାହାରିଲାଣି। ଏହି ଟେକ୍ନୋଲୋଜି ପାଇଁ ନୂଆ ନୂଆ ସୁବିଧା ବି ଉପଲବ୍ଧ ହେଲାଣି। ତେବେ ଏହି କାରଣରୁ ପୁରୁଣା ଜିନିଷର ଅସ୍ତିତ୍ୱ ଆଉ ରହିବ ନାହିଁ ବୋଲି ଏକ ରିପୋର୍ଟ ମିଳିଛି। ଅର୍ଥାତ୍ ଭବିଷ୍ୟତରେ ଏମିତି କେତେଟି ଜିନିଷ ଅଛି ଯାହାର ବ୍ୟବହାର ବିଲୁପ୍ତ ହୋଇଯିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ...
/sambad/media/post_attachments/wp-content/uploads/2018/02/Untitled-6-copy-300x226.jpg)
୧. ଦ୍ରୁତଗତିରେ କୋକୋର ଉତ୍ପାଦନ ହ୍ରାସ ପାଉଛି, ଯାହାଫଳରେ ଆଉ କିଛିଦିନ ମଧ୍ୟରେ ବଜାରରେ ଚକୋଲେଟ ଆଉ ଦେଖିବାକୁ ମିଳି ନ ପାରେ।
୨. ଦୁନିଆରୁ ଧୀରେଧୀରେ ହଳଦିଆ ଧାତୁ ହ୍ରାସ ପାଇବାରେ ଲାଗିଲାଣି। ଏହାର ଖନନ କରୁଥିବା ଲୋକମାନେ ବି ଏହି ବ୍ୟବସାୟକୁ ଛାଡ଼ି ଦେଲେଣି। ସୁନାର ନିବେଶ ହ୍ରାସ ପାଉଛି , ଆଗାମୀ କିଛି ବର୍ଷ ଭିତରେ ଏହା ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ ଲାଗାଯାଉଛି।
/sambad/media/post_attachments/wp-content/uploads/2018/02/Untitled-4-copy-1-300x226.jpg)
୩. ୫୦ବର୍ଷ ପୂର୍ବରୁ କେହି ଚିନ୍ତା ବି କରି ନଥିଲେ ନେଣଦେଣ ପାଇଁ ନଗଦ ଟଙ୍କା ବଦଳରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଓ ଅନ୍ୟ ପେମେଣ୍ଟ ମୋଡ ବ୍ୟବହାର କରାଯିବ। ସେହିପରି ଆଗାମୀ ୫୦ବର୍ଷ ବେଳକୁ ଟଙ୍କା ନେଣଦେଣରେ ବିଶେଷ ପରିବର୍ତ୍ତନ ହେବ। ଏବେ ଅନ୍ଲାଇନ୍ ସିଷ୍ଟମ ହେବାପରେ ଲୋକମାନେ ନଗଦଟଙ୍କାର କାରବାର ବହୁତ କମ୍ କରୁଥିବାର ଦେଖିବାକୁ ମିଳୁଛି। ଏଭଳି ଭାବେ ଧୀରେଧୀରେ ସମସ୍ତ ସିଷ୍ଟମ ଅନ୍ଲାଇନ୍ ହେବା ସହିତ ବିଟକଏନ୍ ବ୍ୟବହାର ବଢ଼ିବା ପରେ ନଗଦ ଟଙ୍କାର ବ୍ୟବହାର କମିଯିବ।
/sambad/media/post_attachments/wp-content/uploads/2018/02/Untitled-3-copy-1-300x223.jpg)
୪. ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆଗାମୀ ଦିନରେ ଟ୍ରାଫିକ୍ ଜାମ୍ ଆଉ ଦେଖିବାକୁ ମିଳିବ ନାହିଁ। କାରଣ ଡ୍ରାଇଭର ଲେସ୍ କାର ଚାଲିବ, ଫଳରେ ଏହା କୌଣସି ଭୁଲ କରିବ ନାହିଁ। ତେଣୁ ସମସ୍ତ କାର ସୁରକ୍ଷିତ ଭାବେ ଚାଲିବା କାରଣରୁ ସଡ଼କରେ କୌଣସି ଜାମ୍ ଆଉ ହେବ ନାହିଁ।
/sambad/media/post_attachments/wp-content/uploads/2018/02/Untitled-2-copy-1-300x223.jpg)
୫. ଇଣ୍ଟରନେଟ ଅଫ୍ ଥିଙ୍ଗସ୍ (ଆଇଓଟି)ରେ ହେଉଥିବା ସଫଳତା ହେତୁ ରିମୋଟର ଆବଶ୍ୟକତାକୁ ଏହା ଶେଷ କରିଦେବ। ଏଣିକି ଆପଣ ଶବ୍ଦ କରି ଚାନେଲ ପରିବର୍ତ୍ତନ କରିପାରିବେ।
/sambad/media/post_attachments/wp-content/uploads/2018/02/Untitled-1-copy-2-300x221.jpg)
୬. ଖୁବ୍ ଶୀଘ୍ର ଦସ୍ତଖତ ବିଲୁପ୍ତ ପାଇଯିବ। ଟେକ୍ନୋଲୋଜିର ଲେଟେଷ୍ଟ ଆଡଭାନ୍ସ ବାୟୋମେଟ୍ରିକ୍ସ ହେତୁ ଆଇରିସ୍, ଫିଙ୍ଗରପ୍ରିଣ୍ଟ ଏବଂ ଭଏସ୍ ଏବେ ଆପଣଙ୍କ ହଦସ୍ତଖତର ସ୍ଥାନ ନେଉଛି। ଏହା ସୁରକ୍ଷିତ ମଧ୍ୟ, କାରଣ ଦସ୍ତଖତ ଭଳି ଏହାର ନକଲ କେହି ବାହାର କରି ପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Untitled-5-copy.jpg)