ଲାପ୍‌ଟପ୍‌ ଚୋରାଇବା ପରେ ଛାତ୍ରଙ୍କୁ କ୍ଷମା ମାଗିଲା ଚୋର; ଆସିଲା ଭାବପ୍ରବଣତା ଭରା ଇମେଲ୍‌

ନୂଆଦିଲ୍ଲୀ: ଆପଣଙ୍କର କେବେ କୌଣସି ଚୋର ପ୍ରତି ଦୟା ଭାବ ଆସିଛି? ସାଧାରଣତଃ ଅନ୍ୟର ଜିନିଷ ଚୋରାଉଥିବା ବ୍ୟକ୍ତି ପ୍ରତି ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି ହୋଇଥାଏ। ମାତ୍ର ଆଜି ଆମେ ଜଣେ ଏପରି ଚୋର ସଂପର୍କରେ ଆଲୋଚନା କରିବୁ ଯାହାଙ୍କ ବିଷୟରେ ଶୁଣିଲା ପରେ ଆପଣଙ୍କ ମନ ଭିତରେ ସମବେଦନା ସୃଷ୍ଟି ହେବ।

ଏହି କାହାଣୀକୁ ଲୋକଲୋଚନକୁ ଆଣିଛନ୍ତି ଟିଭି ଭାଲେଟାଇନ୍‌ ନାମକ ଜଣେ ଟୁଇଟର୍‌ ବ୍ୟବହାରକାରୀ। ଏହି ବ୍ୟବହାରକାରୀ ଜଣକ ତାଙ୍କ ଫ୍ଲାଟ୍‌ମେଟ୍‌ଙ୍କ ଲାପ୍‌ଟପ ଚୋରି ସଂପର୍କରେ ବର୍ଣ୍ଣନା କରିଛନ୍ତି। ଘଟଣାଟି ହେଉଛି ଜଣେ ଛାତ୍ରଙ୍କ ଲାପ୍‌ଟପ୍‌କୁ ଚୋରଟି ପ୍ରଥମେ ଚୋରି କରି ନେଇଗଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଚୋର ଜଣକ ପରବର୍ତ୍ତୀ ମୁହୂର୍ତ୍ତରେ ଯାହାଙ୍କ ଲାପ୍‌ଟପ୍‌ ଚୋରାଇଥିଲା ତାଙ୍କୁ କ୍ଷମା ମାଗିଛି। ତାହା ପୁଣି ଇମେଲ୍‌ ଜରିଆରେ।

‘ମେଲ୍‌ରେ ଲେଲାଯାଇଛଇ କି ତୁମ ଲାପ୍‌ଟପ ନେଇଥିବାରୁ ମୁଁ ଦୁଃଖିତ। ମାତ୍ର ମୁଁ ଅତ୍ୟନ୍ତ ଗରିବ ଓ ମୋତେ ଟଙ୍କାର ଆବଶ୍ୟକତା ଥିବାରୁ ମୁଁ ଏପରି କରିବାକୁ ବାଧ୍ୟ ହେଲି।’

ସମ୍ବନ୍ଧିତ ଖବର