ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଜଳକୁ ଅମୃତ ଭାବରେ ବିବେଚନା କରାଯାଏ । ଯେତେବେଳେ ଜଣେ ମଣିଷକୁ ଶୋଷ ଲାଗିଥାଏ, ସେତେବେଳେ ସେ ଯେକୌଣସି ଉପାୟରେ ନିଜର ଶୋଷ ମେଣ୍ଟାଇ ଦେଇଥାଏ, କିନ୍ତୁ ନୀରବ ପ୍ରାଣୀ, ପକ୍ଷୀ ଏବଂ ପଶୁମାନେ ଖରାଦିନେ ପାଣି ଟୋପାଏ ପାଇଁ ହାଇଁପାଇଁ ହୋଇଯାଇଥାଆନ୍ତି। କିଛି ଲୋକ ଖରାଦିନେ ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ନିଜ ଘର ବାହାରେ ଜଳକୁଣ୍ଡ ରଖିଥାଆନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଏକ ହୃଦୟସ୍ପୀର୍ଶୀ ଭିଡିଓ ବୋଲି କୁହାଯାଉଛି।
ଭାଇରାଲ ଭିଡିଓ ଏକ ସାପ ସହିତ ଜଡିତ ରହିଛି। ଏହି ସାପଟି ଖରା ହେତୁ ଶୋଷିଲା ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ପାପୁଲିରେ ପାଣି ନେଇ ସାପର ଶୋଷ ମେଣ୍ଟାଉଥିବାର ଦେଖିବାକୁ ମିଳୁଛି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲୋକମାନେ ଏହା ଏକ ବାସ୍ତବ ଘଟଣା ହୋଇପାରେ ବୋଲି ବିଶ୍ବାସ କରି ପାରୁ ନାହାନ୍ତି।
Summer is approaching. Your few drops can save someone’s life. Leave some water in your garden in a container for that can mean a choice between life & death for many animals🙏 pic.twitter.com/ZSIafE4OEr
— Susanta Nanda IFS (@susantananda3) March 9, 2022
ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଗଛରେ ଏକ ଶୋଷିଲା ସାପ ଝୁଲୁଛି। ଆଖପାଖରେ ତାର କୌଣସି ସ୍ଥାନରେ ପାଣି ନାହିଁ । ଏହି ସମୟରେ ଜଣେ ବ୍ୟକ୍ତି ଉକ୍ତ ସ୍ଥାନକୁ ଯାଇ ତାଙ୍କ ପାପୁଲିରେ ବୋତଲରୁ ପାଣି ଢ଼ାଳି ସାପକୁ ପିଇବାକୁ ଦେଉଛନ୍ତି।
ଏହି ୪୯ ସେକେଣ୍ଡର ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, 'ଗ୍ରୀଷ୍ମ ଆସୁଛି । ଅଳ୍ପ କିଛି ବୁନ୍ଦା ଜଳ କାହାର ଜୀବନ ରକ୍ଷା କରିପାରିବ । ଆପଣ ବଗିଚାରେ ଏକ ପାତ୍ରରେ କିଛି ପାଣି ରଖି ଦିଅନ୍ତି। ଏହା ଅନେକ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବ।’