ଇନ୍‌ଷ୍ଟାରେ ଏଭଳି ରିଜ୍ୟୁମ ତିଆରି କଲେ ୨୦ବର୍ଷୀୟ ଯୁବତୀ, ତୁରନ୍ତ ମିଳିଲା ଚାକିରିର ପ୍ରସ୍ତାବ, ଦେଖନ୍ତୁ ରିଜ୍ୟୁମର ଝଲକ

ନୂଆଦିଲ୍ଲୀ : ଦେଶରେ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ବେରୋଜଗାରୀ । ପିଲାମାନେ ବଡ଼ ବଡ଼ ଡିଗ୍ରି ହାସଲ କରି ମଧ୍ୟ ଘରେ ବସି ରହୁଛନ୍ତି । ସରକାରୀ ହେଉ ବା ବେସରକାରୀ ସବୁ କ୍ଷେତ୍ରରେ ଚାକିରିର ଅଭାବ ଥିବାରୁ ଯୁବପିଢ଼ି ଏବେ ଚିନ୍ତାରେ । କିନ୍ତୁ ଏତେ ଭିଡ଼ ଭିତରେ ଜଣେ ୨୦ବର୍ଷୀୟ ଯୁବତୀଙ୍କୁ ସହଜରେ ଚାକିରି ମିଳିଯିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବତୀଙ୍କ ରିଜ୍ୟୁମ ତିଆରି କରିବା ଶୈଳୀକୁ ଦେଖି ତାଙ୍କୁ ଏବେ ଡେଲାଇଟ୍‌ ଇଣ୍ଡିଆରେ ଚାକିରି ମିଳି ଯାଇଥିବା ଜଣା ପଡ଼ିଛି । ଏତେ କମ ବୟସରେ ଏତେ ଭଲ ଚାକିରି କରିବା ତାଙ୍କ ପାଇଁ ସହଜ ନଥିବା ବେଳେ ତାଙ୍କର ଭିନ୍ନ ଚିନ୍ତାଧାରା ଆଜି ତାଙ୍କୁ ଏଠାରେ ପହଞ୍ଚାଇଛି ।

Indiatimes.com

ସୂଚନା ମୁତାବକ, ଅଙ୍କିତା ଚାଓ୍ଵଲାଙ୍କ ସବୁ ସାଙ୍ଗମାନଙ୍କୁ ଚାକିରି ମିଳି ଯାଉଥିବା ବେଳେ ଅଙ୍କିତା ଗୋଟେ ଚାକିରି ପାଇଁ ସଂଘର୍ଷ କରି ଚାଲିଥିଲେ । ବାରମ୍ବାର ସଂଘର୍ଷ କରିବା ପରେ ମଧ୍ୟ ତାଙ୍କୁ ଚାକିରି ମିଳି ନଥିଲା । ପରେ ସେ କିଛି ଅଲଗା କରି ଚାକିରି ପାଇବା ପାଇଁ ଚିନ୍ତା କରିଥିଲେ । ଯାହା ପାଇଁ ସେ ନିଜ ରିଜ୍ୟୁମ ଭିନ୍ନ ଧରଣର କରିବା ପାଇଁ ଚିନ୍ତା କରିଥିଲେ । ଚାକିରି ପାଇଁ ସମସ୍ତେ ଆବେଦନ କରୁଥିବା ରିଜ୍ୟୁମର ଶୈଳୀଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା ଅଙ୍କିତାଙ୍କ ରିଜ୍ୟୁମ । ଏହାକୁ ସେ କୌଣସି ଚାକିରି ପାଇବା େଓ୍ଵବ୍‌ସାଇଟ୍‌ରେ ନ ଛାଡ଼ି ନିଜ ଇନ୍‌ଷ୍ଟାରେ ସେୟାର କରିଥିଲେ । ରିଜ୍ୟୁମକୁ ଡିଜାଇନ କରିବା ପାଇଁ ଅଙ୍କିତାଙ୍କୁ ୬୦ଘଣ୍ଟା ସମୟ ଲାଗିଥିବା ବେଳେ ଅଙ୍କିତାଙ୍କ ରିଜ୍ୟୁମ ଅନେକ ବଡ଼ ବଡ଼ କମ୍ପାନୀକୁ ପସନ୍ଦ ଆସିଥିଲା । ବିଭିନ୍ନ କମ୍ପାନୀରୁ ଅଙ୍କିତାଙ୍କୁ ଚାକିରିର ଅଫର ଆସିଥିବା ବେଳେ ସେ ଡେଲାଇଟ୍‌ ଇଣ୍ଡିଆର ଅଫରକୁ ଗ୍ରହଣ କରିଥିଲେ । ଏବେ ସେ ସେଠାରେ ଭିଜୁଆଲ କଣ୍ଟେଣ୍ଟ କ୍ରିଏଟର ଭାବେ କାମ କରୁଥିବା ଜଣାପଡ଼ିଛି ।

ତେବେ ଅଙ୍କିତା ଅନ୍ୟମାନଙ୍କଠାରୁ ଟିକେ ଅଲଗା ଚିନ୍ତା କରୁଥିବାରୁ ତାଙ୍କୁ ସହଜରେ ଚାକିରି ମିଳି ଯାଇଥିଲା । ଯଦି ଆପଣଙ୍କ ମଧ୍ୟରେ କିଛି ଭିନ୍ନ ବା ଅଲଗା କରିବାର ଇଚ୍ଛା ରହିଛି, ତେବେ ସମାଲୋଚନାକୁ ନ ଡ଼ରି ତାକୁ ପରିପ୍ରକାଶ କରନ୍ତୁ ।

ସମ୍ବନ୍ଧିତ ଖବର