ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବା ଦ୍ୱାରା ବିଭିନ୍ନ ପ୍ରକାରର ଜନକଲ୍ୟାଣମୂଳକ ଆପ୍‌ର ଚାହିଦା ବଢ଼ିବାରେ ଲାଗିଛି। ଖାସ୍‌ କରି ଗ୍ରାମାଞ୍ଚଳରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦୁଇ ବର୍ଷ ଆଗରୁ ଆରମ୍ଭ ହୋଇଥିବା 'ଡ଼ିଜିଟାଲ ଇଣ୍ଡିଆ'ଯୋଜନା ଦ୍ୱାରା ଲକ୍ଷଲକ୍ଷ ଗ୍ରାମରେ ଇଣ୍ଟରନେଟ ଆଧାରିତ ସୁବିଧା ଲୋକେ ହାସଲ କରିବାକୁ ସକ୍ଷମ ହେଲେ। ଏବେ ଭାରତରେ ହାଇସ୍ପିଡ଼ ଇଣ୍ଟେରନେଟ ସହ ୪ଜି ଟେକ୍ନୋଲୋଜି ଉପଲବ୍ଧ। ଭାରତୀୟ ମୋବାଇଲ କଂଗ୍ରେସ ୨୦୧୭ରେ ହୋଇଥିବା ଆଲୋଚନା ଅନୁସାରେ ୨୦୨୦ ମଧ୍ୟରେ ଦେଶର ଗ୍ରାମାଞ୍ଚଳ ଉପଯୋଗୀ ହୋଇଛନ୍ତି ଏହି ସମ୍ଭନ୍ଧୀୟ ଏକ ମାନଚିତ୍ର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ଏହା ଫଳରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ମୋବାଇଲ୍‌ ଆପ୍‌ ଲୋକଙ୍କୁ ଅନେକ ସୁବିଧା ଯୋଗାଉଛି। ଆସନ୍ତୁ ଜାଣିବା ସେହିପରି ୬ ଟି ମୋବାଇଲ ଆପ୍‌ ବିଷୟରେ, ଯାହା ଦ୍ୱାରା ଗ୍ରାମାଞ୍ଚଳବାସୀ ଉପକୃତ ହୋଇଛନ୍ତି।

Advertisment

publive-image IMoT Forum

କିସାନ ସୁବିଧା :୨୦୧୬ ମସିହାରେ ଲଞ୍ଚ ହୋଇଥିବା ଏହି ଆପ୍‌ ଦ୍ୱାରା ପାଣିପାଗ ବିଷୟରେ ସୁଚନା ମିଳିବା ସହ କୃଷି ସମ୍ବନ୍ଧିୟ ସମସ୍ତ ସୂଚନା ମିଳିଥାଏ। ଏଥିରେ କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା ସରକାରୀ କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ୫ ଟି ଭାଗରେ ଉପଲବ୍ଧ ଏହି ଆପ୍‌ରେ ୩ ଲକ୍ଷରୁ ଅଧିକ ପଞ୍ଜିକୃତ ଗ୍ରାହକ ରହିଛନ୍ତି।

ସୁୟୋଜନ : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହ ପ୍ରସବ ପୂର୍ବ ଏବଂ ପର ସ୍ଥିତିକୁ ସଠିକ ଭାବେ ସମ୍ଭାଳିବା ପାଇଁ ସମସ୍ତ ସୂଚନା ଏହି ଆପ୍‌ ଦ୍ୱାରା ପ୍ରାପ୍ତ ହୋଇଥାଏ। ପ୍ରସବ ସମୟର କଠିନ ଅବସ୍ଥା , ଏଥି ସହ ଜଡ଼ିତ ଅସୁବିଧା ଏବଂ ସମାଧାନ ଆଦି ସମସ୍ତ ଜିନିଷର ସୂଚନା ଏହା ଦ୍ୱାରା ମିଳିଥାଏ।

ଏମ ଡ଼ିମାଣ୍ଡ: ଭୋପାଲସ୍ଥିତ ଏକ ସଂସ୍ଥା ଏମ ଡ଼ିମାଣ୍ଡ ଆପ ଆରମ୍ଭ କରିଛି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ଅନୁରୋଧ କରାଯାଇପାରିବ । ଏହି ଆପ୍‌ର ସମସ୍ତ ଡ଼ାଟା ଡ଼ାସବୋର୍ଡ଼ରୁ ଡ଼ାଉନଲୋଡ଼ କରିହେବ ଯାହାକୁ ପଞ୍ଚାୟତ ଏବଂ ଜିଲ୍ଲା ସ୍ତରର ଅଧିକାରୀ ଆରାମରେ ପାଇପାରିବେ। ଏହି ଆପ୍‌ ଶୌଚାଳୟ ନିର୍ମାଣ ପାଇଁ ପାଣ୍ଠି ଯୋଗାଇଥାଏ । ଏଥିରେ ଆବେଦନକାରୀଙ୍କ ଅନୁରୋଧର ସ୍ଥିତି ଅନୁଧ୍ୟାନ କରିହେବ।

publive-image Youtube

ମେରି ସଡ଼କ :ଏହି ଆପ୍‌ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଥିବା ଖରାପ ସଡ଼କ ବିଷୟରେ ସରକାରଙ୍କୁ ସୂଚନା ଦେଇ ହେବ। ପ୍ରାୟ ୧୦୦୦୦ରୁ ଅଧିକ ଲୋକ ଏହାକୁ ଡ଼ାଉନଲୋଡ଼ କରିଛନ୍ତି। ଏହି ଆପ୍‌ରେ ଅଭିଯୋଗ କରିବାର ୬୦ ଦିନ ମଧ୍ୟରେ ତାହା ସମ୍ବନ୍ଧୀୟ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥାଏ।

ମାକ୍ରୋଲେଖା : ଏହା ଏକ ୩ଜି ସକ୍ଷମ ଆଣ୍ଡ୍ରଏଡ଼ ଆପର ଲକ୍ଷ ହେଉଛି ମାଇକ୍ରୋଫାଇନାନ୍ସକୁ ସରଳ ଏବଂ କାଗଜ ବିହୀନ କରିବା । ଏହା ଗ୍ରାମାଞ୍ଚଳରର ମହିଳାମାନଙ୍କୁ ଏମଏଫଆଇର ପ୍ରତିଦିନର ସୂଚନା ସହ ଗ୍ରାହକଙ୍କ ପଞିକରଣ, ବାଧ୍ୟତାମୂଳକ ଗୋଷ୍ଠୀ ପ୍ରଶିକ୍ଷଣ ଆଦିର ସୁବିଧା ଯୋଗାଇଥାଏ । କ୍ଲାଉଡ଼-ସର୍ଭର ଦ୍ୱାରା ସଂଯୋଗ ହୋଇଥିବା ଏହି ଆପ୍‌ରେ ଲୋନ ସମ୍ବନ୍ଧୀୟ ସମସ୍ତ ଚୁକ୍ତିପତ୍ର ସହ ମେସେଜ ଦ୍ୱାରା ମାସିକ କିସ୍ତିର ବିବରଣୀ ପ୍ରାପ୍ତ ହୋଇଥାଏ।

ଗୋକୁପ:ଭାରତରେ ସରକାରୀ ସ୍ତରରେ ବ୍ୟବସାୟ ପାଇଁ ଏକମାତ୍ର ଅନଲାଇନ ସାମାଜିକ ବଜାର ହେଉଛି ଏହି ଆପ୍‌ । ଏହି ଆପ୍‌ ୭୦୦୦୦ରୁ ଅଧିକ ଉତ୍ପାଦକଙ୍କ ସହ କାମ କରୁଥିବା ବେଳେ ଗ୍ରାମୀୟ କ୍ଷେତ୍ରରେ କାମ କରୁଥିବା ଏକ ଲକ୍ଷ ବୁଣାକାର ଏଥି ସହ ସଂଯୁକ୍ତ। ଗ୍ରାମାଞ୍ଚଳର କାରିଗରଙ୍କୁ ସାହାଯ୍ୟ କରିବା ଏହି ଆପର ଲକ୍ଷ । ବ୍ୟବସାୟୀଙ୍କ ସାମଗ୍ରୀକୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ପାଇଁ ଏହି ଆପ ବହୁ ମାତ୍ରାରେ ସାହାଯ୍ୟ କରିଥାଏ।