ଟିକ୍‌ଟକ୍‌ରେ କମାଲ୍‌ କରୁଛନ୍ତି ୮୧ ବର୍ଷିୟ ବୃଦ୍ଧ, ଭିଡିଓ ଦେଖି ହସି ହସି ବେଦମ ହେଉଛନ୍ତି ଲୋକେ

ଟେକ୍ସାସ୍‌: ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସର୍ଟ-ଭିଡିଓ ଆପ୍‌ ଟିକ୍‌ଟକ୍‌ କାହାକୁ ବା କିମିଆ କରିନାହିଁ! କେହି କହେି ନିଜର ଅଭିନୟ ତ ପୁଣି କେହି ନିଜର ନୃତ୍ୟ ଦକ୍ଷତା ଦେଖାଇବା ପାଇଁ ଏହି ଲୋକପ୍ରିୟ ଆପ୍‌ ବ୍ୟବହାର କରିଥାନ୍ତି। ହେଲେ ନିକଟରେ ୮୧ ବର୍ଷିଅ ଜଣେ ବୃଦ୍ଧ ଏକ ରୋଷେଇ ଓ ମଜାଳିଆ ଭିଡିଓ ସେୟାର୍‌ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛନ୍ତି।

@omsteveCooking with Steve ##fyp ##foryou ##foryoupage ##oldmansteve ##cooking ##kitchen♬ original sound – omsteve

ବ୍ୟକ୍ତି ଜଣକ ହେଉଛନ୍ତି ଟେକ୍ସାସ୍‌ ଷ୍ଟିଭ୍‌। ସେ ତାଙ୍କର କିଛି ରୋଷେଇର ଭିଡିଓ ସେୟାର୍‌ କରିଛନ୍ତି। ସେ ତାଙ୍କ ଭିଡିଓର ଶୀର୍ଷକ ଦେଉଛନ୍ତି ‘କୁକିଂ ଉଇଥ୍‌ ‌ଷ୍ଟିଭ୍‌’। ଅନ୍ୟ ଏକ ଭିଡିଓରେ ସେ କଦଳୀ ଖାଇବା ସହ କଫି ପିଉଥିବାର ନଜର ଆସିଛନ୍ତି।

@omsteveGood morning tiktokers ##fyp ##foryou ##foryoupage ##oldmansteve ##thankful ##goodmorning♬ original sound – omsteve

ଷ୍ଟିଭ୍‌ ଏକ ବେଡ୍‌ସିଟ୍‌ ଧରି ଅନ୍ୟ ଏକ କମେଡି ଭିଡିଓ ସେୟାର୍‌ କରିଛନ୍ତି। ତାଙ୍କର ଏକ ଭିଡିଓର ୮.୬ ମିଲିୟନ୍‌ ଭିୟୁ ହୋଇଥିବା ବେଳେ ୧.୭ ମିଲିୟନ୍‌ ଲାଇକ୍‌ ମିଳିଛି।

@omsteveFolding a fitted sheet ##fyp ##foryou ##foryoupage ##oldmansteve ##fittedsheet♬ original sound – omsteve

ତାଙ୍କର ଛୋଟ ଛୋଟ ରୋଷେଇ ଭିଡିଓ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଟିକ୍‌ଟକ୍‌ରେ ତାଙ୍କର ୫.୯୩ ଲକ୍ଷରୁ ଊର୍ଧ୍ବ ଫଲୋଅର୍ସ ଅଛନ୍ତି। ତାଙ୍କୁ ସମୁଦାୟ ୫.୩ ମିଲିୟନ୍‌ ଲାଇକ୍‌ ମିଳିଛି।

@omsteveCooking with Steve ##fyp ##foryou ##foryoupage ##oldmansteve ##kitchen ##cooking♬ original sound – omsteve

ଷ୍ଟିଭ୍‌ଙ୍କର ନିଜର କେହି ନାତିନାତୁଣୀ ନାହାନ୍ତି। ତାଙ୍କର ଅନେକ ପ୍ରଶଂସକ ତାଙ୍କୁ ଜେଜେବାପା ଭାବେ ସମ୍ବୋଧନ କରିବା ଆରମ୍ଭ କରିଛନ୍ତି। ଲୋକମାନଙ୍କର ଏପରି ସ୍ନେହ, ଶ୍ରଦ୍ଧା ହେତୁ ସେ ଖୁବ୍ ଆନନ୍ଦିତ ହେଉଛନ୍ତି ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର