୮୭ବର୍ଷ ବୟସରେ ମାଇକ୍ରୋସଫ୍ଟ ପେଣ୍ଟ ବ୍ୟବହାର କରି ଆଙ୍କିଲେ ଚିତ୍ର, ୧୦ ଦିନରେ ଫଲୋୟର୍‌ ସଂଖ୍ୟା ୧.୨୦ଲକ୍ଷରେ ପହଞ୍ଚିଲା

ଏହା ତ ଆପଣମାନେ ଜାଣିଥିବେ କି ଅଭିଜ୍ଞତା ମଣିଷକୁ ପରିପକ୍ୱ କରିଥାଏ । ତାହା ଆପଣମାନେ ନିଜ ଜେଜେ ମା’ ବା ଜେଜେ ବାପାଙ୍କୁ ଦେଖି ଜାଣି ପାରୁଥିବେ । ସେମାନଙ୍କ ପାଖରେ ଜ୍ଞାନର ଭଣ୍ଡାର ଥିବା ସହ ସବୁ ଅସୁବିଧାର ସମାଧାନ ମଧ୍ୟ ଥାଏ । ତେବେ ଆଜି ଅମେ ସେମିତି ଜଣେ ଜେଜେ ମା’ଙ୍କ ବିଷୟରେ ଜଣାଇବୁ ଯାହାଙ୍କ କାହାଣୀ ଶୁଣିବା ପରେ ଆପଣମାନେ ଅନୁପ୍ରାଣିତ ହେବେ ନିଶ୍ଚୟ । ୮୭ବର୍ଷ ବୟସରେ ପଦାର୍ପଣ କରି ମଧ୍ୟ କିଛି ନୂଆ କରିବାର ଇଚ୍ଛା ଶକ୍ତି ତାଙ୍କ ମନରୁ ଯାଇ ନାହିଁ । କୋଞ୍ଚା ଗାର୍ସିିଆ ଜୈରା ନାମକ ଜଣେ ବୟସ୍କ ବ୍ୟକ୍ତି ଲୋକମାନଙ୍କର ଏହି ଧାରଣାକୁ ବଦଳାଇ ପାରିଛନ୍ତି ।

 ସେ ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି । ତେବେ ଆପଣମାନେ ଭାବୁଥିବେ ଏଥିରେ ବଡ଼ କଥା କ’ଣ? ବଡ଼ କଥା ହେଉଛି ସେ କାଗଜ କଲମରେ ନୁହେଁ, ବରଂ ମାଇକ୍ରୋସଫ୍ଟ ପେଣ୍ଟ ସଫ୍ଟଓୟାର ବ୍ୟବହାର କରି ଚିତ୍ର ଆଙ୍କିଛନ୍ତି । ଏହା ସହ ସେ ସେହି ଚିତ୍ର ଗୁଡ଼ିକୁ ଇନ୍‌ଷ୍ଟାଗ୍ରାମ ସେୟାର କରିବା ପରେ ଲୋକମାନଙ୍କ ଭଲ ପାଇବା ତାଙ୍କୁ ମିଳିଛି । ମାର୍ଚ୍ଚ୯ରେ ସେ ପ୍ରଥମେ ତାଙ୍କ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହା ପରେ ଧୀରେ ଧୀରେ ତାଙ୍କ ଫଲୋୟର୍‌ ସଂଖ୍ୟା ୩୦୦ରୁ ବଢ଼ି ୧.୨୦ଲକ୍ଷରେ ପହଞ୍ଚିଛି ।

 ସୂଚନା ମୁତାବକ, ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରାୟ ଖରାପ ରହୁଥିବାରୁ ଜୈରାଙ୍କୁ ଅଧିକ ସମୟ ଘରେ ରହିବାକୁ ପଢ଼ୁଥିଲା । ଘରେ ଏକା ରହୁଥିବା ବେଳେ ସେହି ସମୟକୁ କଟାଇବା ପାଇଁ ସେ ଘରେ ଥିବା କମ୍ପ୍ୟୁଟରରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ମାଇକ୍ରୋସଫ୍ଟ ପେଣ୍ଟ ବିଷୟରେ ଜାଣିବା ପାଇଁ ତାଙ୍କୁ ଅସୁବିଧା ହେଉଥିବା ବେଳେ ଧୀରେ ଧୀରେ ସେ ଶିଖିବା ଆରମ୍ଭ କରିଥିଲେ । ଭଲ ଭାବରେ ଚିତ୍ର ଆଙ୍କିବା ଶିଖିଯିବା ପରେ ସେ ନିଜ ଚିତ୍ରକୁ ଫେସ୍‌ବୁକ୍‌ରେ ସେୟାର କରିବା ଆରମ୍ଭ କରିଥିଲେ । କିନ୍ତୁ ପରେ ନିଜ ନାତୁଣୀଙ୍କ ପରାମର୍ଶ ଅନୁଯାୟୀ ସେ ନିଜ ଚିତ୍ରକୁ ଇନ୍‌ଷ୍ଟାରେ ଛାଡ଼ିବା ଆରମ୍ଭ କରିଥିଲେ ।

#dibujo #dibujoconpaint #paint #Conchadibujaconpaint #catedraldeValencia

A post shared by Concha García Zaera (@conchagzaera) on

 ମାର୍ଚ୍ଚ ୯ ରୁ ମାର୍ଚ୍ଚ ୨୧ ମଧ୍ୟରେ ତାଙ୍କ ଫଲୋୟର୍‌ ୩୦୦ରୁ ୧.୨୦ଲକ୍ଷକୁ ବୃଦ୍ଧି ପାଇଥିଲା । ପ୍ରତି ଚିତ୍ରକୁ ଠିକ୍‌ ଭାବେ ଆଙ୍କିବା ପାଇଁ ସେ ଦୁଇ ସପ୍ତାହ ସମୟ ନେଉଥିବା ସହ ଫଳାଫଳ ଅତି ସୁନ୍ଦର ବୋଲି ତାଙ୍କ ଚିତ୍ରକୁ ଦେଖି ଆପଣମାନେ ଜାଣି ପାରିବେ । ଏତେ ବର୍ଷ ବୟସରେ ମଧ୍ୟ ତାଙ୍କର ଏଭଳି କାମ ପାଇଁ ଥିବା ଇଚ୍ଛା ଶକ୍ତିକୁ ସମସ୍ତେ ପ୍ରଶଂସା କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର