ପ୍ରବାସୀ ଶ୍ରମିକ ଭୋକିଲା ନ ରୁହନ୍ତୁ, ସେଥିପାଇଁ ୯୯ବର୍ଷୀୟ ବୃଦ୍ଧା ମା’ ନିଜ ହାତରେ ରାନ୍ଧି ଖାଦ୍ୟ ଥଳି ବାନ୍ଧୁଛନ୍ତି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଅନେକ ପ୍ରବାସୀ ଭୋକ ଉପବାସରେ ଶହଶହ କିଲୋମିଟର ଚାଲିଚାଲି ନିଜ ଘରକୁ ଫେରୁଛନ୍ତି। ଏମିତିରେ କିଛି ଲୋକ ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲା ଭଳି ଆସି ପହଞ୍ଚି ସାହାଯ୍ୟ କରୁଛନ୍ତି।

This 99 YO Woman Prepares Food Packets For Migrant Labourers In ...
Navbharat Times

ଏହି କ୍ରମରେ ଅଭିନେତା ସୋନୁ ସୂଦ୍‌ଙ୍କ ନାମ ସର୍ବ ପ୍ରଥମେ ଆସୁଛି। ସୋନୁ ନିଜେ ଟଙ୍କା ଖର୍ଚ୍ଚ କରି ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ବନ୍ଦୋବସ୍ତ କରି ଚର୍ଚ୍ଚାରେ ରହିଛନ୍ତି। ଏମିତିରେ ଜଣେ ୯୯ବର୍ଷୀୟ ବୃଦ୍ଧା ମା’ ପ୍ରବାସୀ ଶ୍ରମିକମାନେ ଭୋକିଲା ରହି ନଯାଆନ୍ତୁ, ସେଥିପାଇଁ ସେ ସେମାନଙ୍କ ପାଇଁ ଏଭଳି ପରିଣତ ବୟସରେ ନିଜ ହାତରେ ରାନ୍ଧି ଖାଦ୍ୟ ଥଳି ବାନ୍ଧୁଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଥଳି ବାନ୍ଧୁଥିବା ଦେଖିବାକୁ ମିଳୁଛି।

 

୪୪ ସେକେଣ୍ଡର ଏହି ଭିଡିଓକୁ ଟୁଇଟର ବ୍ୟବହାରକାରୀ @zfebrahim ସେୟାର କରି ଲେଖିଛନ୍ତି, ମୋର ୯୯ବର୍ଷୀୟ ପିଉସୀ ମୁମ୍ବାଇରେ ପ୍ରବାସୀଙ୍କ ପାଇଁ ଖାଦ୍ୟ ଥଳି ପ୍ରସ୍ତୁତ କରୁଛନ୍ତି। ଏହି ଭିଡିଓ ପୋଷ୍ଟ ହେବା ପରଠାରୁ ୧୦ହଜାରରୁ ଅଧିକ ଲାଇକସ୍‌ ମିଳିବା ସହ ଏହାକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ସମ୍ବନ୍ଧିତ ଖବର